ରାଜ୍ୟ

ଶତାୟୁ କନ୍ଧ ସାହୁ ଆଜି ବି ଫିଟ୍‌, ନିରୋଗ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବର୍ତ୍ତମାନ ଲୋକମାନଙ୍କ ମନରେ ବଡ଼ ଚିନ୍ତା ହେଉଛି, କେମିତି ସୁସ୍ଥ ତଥା ନିରୋଗ ଭାବେ ଜୀବନ ଜିଇଁବା। ବିଶେଷକରି, ବୟସାଧିକ କାରଣରୁ ଏହିଭଳି ଭାବନା ମନକୁ ଅଧିକ ଆସୁଥିବା ଦେଖିବାକୁ ମିଳୁଛି। ତେବେ, ଆମ ଚାରିପାଖରେ ଏମିତି ବ୍ୟକ୍ତି ରହିଛନ୍ତି, ୯୫ କିମ୍ବା ତଦୂର୍ଦ୍ଧ୍ବ ବୟସରେ ପହଞ୍ଚିଥିଲେ ମଧ୍ୟ ସେମାନେ କେବଳ ସୁସ୍ଥ ନୁହନ୍ତି ଚଳଚଞ୍ଚଳ ବି ରହିଛନ୍ତି। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଜୀବନଯାପନ କରୁଛନ୍ତି। ତା’ହେଲେ, ଏହି ‘୯୫’ର ରାଜ୍‌ କ’ଣ? ଏହି ସ୍ବତନ୍ତ୍ର ସ୍ତମ୍ଭରେ…

ଧନଞ୍ଜୟ ପଟ୍ଟନାୟକ
ପ୍ରତାପୁର: ବୟସ ୧୦୦ ପାର୍ କରି ସାରିଲାଣି। ତଥାପି ସେ ପୂରା ସୁସ୍ଥ ଓ ନିରୋଗ। କାନକୁ ବେଶ୍‌ ଭଲଭାବେ ଶୁଣା ଯାଉଥିବା ସହ ବିନା ଚଷମାରେ ସବୁ ଦେଖି ପାରୁଛନ୍ତି। କାହାର ସହାଯ୍ୟ ଦରକାର କରୁନାହାନ୍ତି, ନିଜ କାମ ନିଜେ କରୁଛନ୍ତି। କେବଳ ଏତିକି ନୁହେଁ, ମଧୁମେହ ଓ ରକ୍ତଚାପ ଭଳି ସାଧାରଣ ରୋଗ ସୁଦ୍ଧା ତାଙ୍କୁ ଏଯାଏ ଛୁଇଁପାରିନି। ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ନିଜ ସ୍ବାସ୍ଥ୍ୟ, ଖାଦ୍ୟପେୟ ପ୍ରତି ସେ ବହୁତ ସଚେତନ। ତାଙ୍କ ଝିଅଙ୍କୁ ୭୦ ବର୍ଷ ପାର୍‌ କରି ସାରିଥିବା ବେଳେ ପୁଅମାନେ ବି ବୃଦ୍ଧାବସ୍ଥାରେ। ତଥାପି ସେ କାହା ଉପରେ ବୋଝ ପାଲଟିନାହାନ୍ତି। କନ୍ଧଙ୍କୁ ଦୁଇ ପୁଅ ଖୁବ୍‌ ଯତ୍ନରେ ନିଜ ପାଖରେ ରଖିଛନ୍ତି। ଆଜି ପର୍ଯ୍ୟନ୍ତ ବାପାଙ୍କୁ କୌଣସି ପ୍ରକାର ରୋଗ ହୋଇଥିବା ସେମାନେ ଜାଣିନାହାନ୍ତି। ଗ୍ରାମରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ବାପା ସମସ୍ତଙ୍କ ସହ ମିଳାମିଶା କରୁଥିବା କହିଛନ୍ତି। ଏମିତି ଜଣେ ନିଆରା ବ୍ୟକ୍ତିତ୍ବ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ଗ୍ରାମର କନ୍ଧ ସାହୁ। ତାଙ୍କୁ ବୟସ ଶହେ ଟପିଥିଲେ ହେଁ କେହି ହେଲେ ତାଙ୍କ ପ୍ରକୃତ ବୟସ ଠିକ୍‌ କହିପାରୁ ନାହାନ୍ତି। ଗାଁ ଲୋକେ କିନ୍ତୁ କହୁଛନ୍ତି, ତାଙ୍କୁ ୧୧୦ ବର୍ଷ ହେଲାଣି।

ଏ ବୟସରେ ବି ସୁସ୍ଥ ଜୀବନଯାପନର ରହସ୍ୟ ବିଷୟରେ ପଚାରିବାରେ କନ୍ଧ କହିଛନ୍ତି, ପିଲା ବେଳୁ ହିଁ ଜାଉ, କାଞ୍ଜି ଓ ଶାଗ ତାଙ୍କର ପ୍ରମୁଖ ଖାଦ୍ୟ। କାରଣ ତାଙ୍କ ସମୟରେ ବର୍ତ୍ତମାନ ଭଳି ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ମିଳୁ ନଥିଲା। ହେଲେ ସୁଦ୍ଧା ଏହି ପାରମ୍ପରିକ ଖାଦ୍ୟକୁ ଆଜି ବି ସେ ଖାଉଛନ୍ତି। ସେହିପରି ମିଠା କହିଲେ ଆଖୁ ପ୍ରସ୍ତୁତ ଗୁଡ଼ ଓ ରାଶି ପେଡ଼ା ତେଲ ବ୍ୟବହାର କରୁଥିଲେ। ଆଉ ଯେତେଦୂର ହେଲେ ମଧ୍ୟ ପାଦରେ ଚାଲି ଯାଉଥିଲେ। ଟାୟାର୍‌ରୁ ପ୍ରସ୍ତୁତ ଜୋତା ତାଙ୍କ ପାଦରେ ବର୍ଷ ବର୍ଷ ଧରି ରହୁଥିଲା। ଜମିବାଡ଼ିରେ କାମ କରିବା ସହ ଘରେ ସେଉ ଓ ଦାନ୍ତକିଲି ଆଦି ପ୍ରସ୍ତୁତ କରି ମୁଣ୍ଡରେ ଝୁଡ଼ିରେ ଧରି ଗାଁକୁ ଗାଁ ବୁଲି ବୁଲି ବିକୁଥି‌ଲେ। ଦୁଇପଇସା ଓ ପାଞ୍ଚ ପଇସାରେ ସେତେବେଳେ ସେଉ ଦାନ୍ତିକିଲି ବେପାର। ଆଉ ସେହି ରୋଜଗାର ପଇସାରେ ସେ ପତ୍ନୀ, ଦୁଇପୁଅ ଓ ଗୋଟିଏ ଝିଅର ପ୍ରତିପୋଷଣ କରୁଥିଲେ। ଏହାମଧ୍ୟରେ ପତ୍ନୀ ମାୟା ସାହୁଙ୍କ ଗତ ୨୦ ବର୍ଷ ତଳୁ ମୃତ୍ୟୁ ହୋଇସାରିଛି।
‘ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଆଜିକାଲିର ଯୁବପିଢ଼ି ମଧୁମେହ, ଗ୍ୟାସ୍, ରକ୍ତଚାପ ଓ ଥାଇରଏଡ୍ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ମୁଁ ଆଜି ବି ଏତେ ପ୍ରକାରର କିସମର ଖାଦ୍ୟ ପଦାର୍ଥ ମିଳୁଥିଲେ ମଧ୍ୟ ଏ ସବୁ ଠାରୁ ଦୂରେଇ ରହି ପାରମ୍ପରିକ ଖାଦ୍ୟ ଜାଉ, ବାଡ଼ି ପନିପରିବା ପଡ଼ି କାଞ୍ଜି, ଶାଗ ଖାଇ ଜିଇଁଛି। ଏଭଳି ଚାଲିଚଳନ ଆପଣେଇବା ଦିଗରେ ସମସ୍ତେ ସଚେତନ ହେଲେ ରୋଗ ବଇରାଗ ଆମ ପାଖ ମାଡ଼ିବ ନାହିଁ ବୋଲି କନ୍ଧ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।