ଧର୍ମ

ଘରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଏସବୁ ଗଛ : ନଚେତ୍ ଭୋଗିବେ ଘୋର ଅସୁବିଧା

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗଛଲତା ଲଗାଇବା ଦ୍ବାରା ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ସେହିପରି ବାସ୍ତୁଶାସ୍ତ୍ରରେ ବିଭିନ୍ନ ଗଛଲତାର ନିଜର ଏକ ଭିନ୍ନ ମହତ୍ତ୍ବ ଥାଏ। ବାସ୍ତୁ ଅନୁସାରେ ଯଦି ଠିକ୍ ଦିଗରେ ଗଛ ଲଗାଯାଏ ତେବେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ଭୁଲ୍ ଦିଗରେ ଲଗାଯାଇଥିବା ଗଛ ନକରାତ୍ମକ ଶକ୍ତି ଉତ୍ପନ୍ନ କରିଥାନ୍ତି, ଯାହା ଫଳରେ ଘରର ଆର୍ଥିକ ସମୃଦ୍ଧି ଉପରେ କୁପ୍ରଭାବ ପଡ଼ିଥାଏ ଏବଂ ଧନହାନି ହୋଇଥାଏ।

ଅଧିକ ଉଚ୍ଚ କିମ୍ବା ଲାଲ ଫଳଯୁକ୍ତ ଗଛର ସୂର୍ଯ୍ୟ ସହ ସମ୍ପର୍କ ହୋଇଥାଏ। କ୍ଷୀରଯୁକ୍ତ ଗଛ ଯେପରିକି ଅରଖ ଗଛ,ଏମାନଙ୍କର ସମ୍ବନ୍ଧ ଚନ୍ଦ୍ର ସହ ରହିଥାଏ। ବାସ୍ତୁରେ ତୁଳସୀ ଗଛକୁ ଶୁଭ କୁହାଯାଇଥାଏ। ତୁଳସୀ ଗଛ ବାସ୍ତୁଦୋଷ ଦୂର କରିଥାଏ। ଆସନ୍ତୁ ଜାଣିବା ଗଛ ସହ ଜଡ଼ିତ ଖାସ୍ ବାସ୍ତୁ ଟିପ୍ସ।

ଘରେ ଶୁଖିଲା କିମ୍ବା କଣ୍ଟାଯୁକ୍ତ ଗଛ ନ ରଖିବା ଉଚିତ୍। ବାସ୍ତୁ ଅନୁସାରେ,ଶୁଖିଲା କିମ୍ବା କଣ୍ଟାଯୁକ୍ତ ଗଛର ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼ିଥାଏ। ଏହା ସହିତ ଆର୍ଥିକ ସମ୍ପନ୍ନତା ମଧ୍ୟ ପ୍ରଭାବିତ ହୋଇଥାଏ।

ଘର ବାହାରେ ଅଶୋକ ଗଛ ଲଗାଇବା ଦ୍ବାରା ପାରିବାରିକ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ। ଏହା ସହିତ ଶୋକ ଦୂର ହୋଇଥାଏ। ଅଶୋକ ଗଛ ଲଗାଇବା ଦ୍ବାରା ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବଢ଼ିଥାଏ।
ବାସ୍ତୁ ଅନୁସାରେ ଘରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ। ତୁଳସୀ ଗଛ ପାଇଁ ଉତ୍ତର,ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗ ଚୟନ କରିବା ଉଚିତ୍। ଏହା ଦ୍ବାରା ଘରେ ସକରାତ୍ମକ ଶକ୍ତି ଜାତ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ।
ମନି ପ୍ଲାଣ୍ଟ୍ ମଧ୍ୟ ଘରେ ଲଗାଇବା ଶୁଭ ହୋଇଥାଏ। ଏହି ଗଛକୁ ଘରର ଦକ୍ଷିଣ-ପୂର୍ବ ଦିଗ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ୍। ବାସ୍ତୁ ଅନୁସାରେ ମନି ପ୍ଲାଣ୍ଟ ଏକ ଏପରି ଗଛ ଯାହା ଦ୍ବାରା ଘର-ପରିବାରରେ ଲକ୍ଷ୍ମୀଙ୍କ କୃପା ବଜାୟ ରହିଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଓସ୍ତ ଗଛ ଲଗାଇବା ଅଶୁଭ ହୋଇଥାଏ। ଓସ୍ତ ଗଛ ଘରେ ହେବା ଦ୍ବାରା ଧନ ହାନି ହୋଇଥାଏ।
ବାସ୍ତୁ ଅନୁସାରେ କଣ୍ଟା ଯୁକ୍ତ ଗଛ ଘରେ ନଲଗାଇବା ଉଚିତ୍। ଘରର ଦକ୍ଷିଣ ଦିଗରେ ପାକଡ଼ ଏବଂ କଣ୍ଟାଯୁକ୍ତ ଗଛ ଲଗାଇବା ଦ୍ବାରା ଘରେ ରୋଗ ହୋଇଥାଏ।
ଘରେ ବାଇଗଣୀ ରଙ୍ଗର ଗଛ ଲଗାଇବା ଶୁଭ ହୋଇଥାଏ,ଏହା ଧନ ନେଇ ଆସିଥାଏ। ଏପରି ଗଛ ଆର୍ଥିକ ସମ୍ପୂର୍ଣ୍ଣତାର ପ୍ରତୀକ ହୋଇଥାଏ।
ଘରର ଉତ୍ତରରେ ଲେମ୍ବୁ ଗଛ ହେବା ଦ୍ବାରା ଆଖି ସମ୍ବନ୍ଧିତ ରୋଗ ହୋଇଥାଏ।
କଦଳୀ ଗଛକୁ ଈଶାନ କିମ୍ବା ଉତ୍ତରରେ ଲଗାଇବା ଦ୍ବାରା ଘରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆସିଥାଏ।
ଘରେ କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ। ଗୋଲାପ ବ୍ୟତୀତ ଅନ୍ୟ କଣ୍ଟାଯୁକ୍ତ ଗଛ ଘରେ ନକରାତ୍ମକ ଶକ୍ତି ପ୍ରବାହିତ କରିଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ,କ୍ୟାକଟସ୍ ଗଛ ଘ​‌ରେ ଲଗାଇବା ଅଶୁଭ ହୋଇଥାଏ। କ୍ୟାକଟସ୍ ଗଛ ଲଗାଇବା ଦ୍ବାରା ଘରେ ଆର୍ଥିକ ସମସ୍ୟା ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ