ରାଜ୍ୟ ସ୍ପେଶାଲ ରିପୋର୍ଟ

ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ପିପିଲି : ଗଙ୍ଗୁଆର ବିରାଟ ନଦୀ ବନ୍ଧ ଆଉ ନାହିଁ। ଦୟାନଦୀକୁ ସଂଯୋଗ କରୁଥିବା ଗଙ୍ଗୁଆ ନଦୀବନ୍ଧକୁ ମାଟି ମାଫିଆମାନେ ତାଡ଼ି ନେଇଛନ୍ତି। ପ୍ରାୟ ୪ କୋଟିରୁ ଅଧିକ ଟଙ୍କାର ମାଟି ଲୁଟି ନେଇଛନ୍ତି ବୋଲି ଆକଳନ କରାଯାଇଛି। ରାତିସାରା ଏକାଧିକ ଜେସିବିରେ ବନ୍ଧ ତାଡ଼ି ଏମାନେ ହାଇୱା ଆଦି ବଡ଼ ଗାଡ଼ିରେ ବାହାରକୁ ମାଟି ଚାଲାଣ କରୁଛନ୍ତି। କିଛି ଅସାଧୁ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସହଯୋଗରେ ସେମାନେ ଏହି କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ହାଇୱାରେ ମାଟି ଟ୍ରିପ୍‌ ୫ରୁ ୬ହଜାର ଟଙ୍କା ଲେଖାଏଁ ଏମାନେ ବିକ୍ରି କରୁଛନ୍ତି। ମାଟି ମାଫିଆମାନେ ସ୍ଥାନୀୟ ଅଂଚଳରୁ ପ୍ରାୟ ୪ କୋଟିରୁ ଅଧିକ ଟଙ୍କାର ମାଟି ଲୁଟି ନେଲେଣି ବୋଲି କୁହାଯାଉଛି। ଦୟାନଦୀ ବନ୍ଧରେ ପ୍ରତିଦିନ ଟ୍ରାକ୍ଟର, ୧୦ଚକିଆ ଓ ୧୬ଚକିଆ ହାଇୱା ମାଟି ଲୋଡ୍‌ କରି ଚଳପ୍ରଚଳ କରିବା ଫଳରେ କାକୁଡ଼ିଆ ଅରାଗଡ଼ ଦନୀବନ୍ଧ କେତେକ ସ୍ଥାନରେ ଦବି ଫାଟି ଗଲାଣି।

ସେହିପରି ମାଟି ମାଫିଆମାନେ ଦୟାନଦୀ ପାର୍ଶ୍ବରୁ ମାଟି ଖୋଳି ପ୍ରାୟ ୫ଫୁଟରୁ ଅଧିକ ଖାଲ କରିବା ଫଳରେ ସ୍ଥାନୀୟ ଗାଁମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ବନ୍ୟା ଓ ବର୍ଷାରେ ଏହି ନଦୀବନ୍ଧ ଭାଙ୍ଗିବା ଆଶଙ୍କା ଦେଖାଦେଇଛି। ଏନେଇ ସ୍ଥାନୀୟ ଅଂଚଳବାସୀ ଚିନ୍ତିତ ଅଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।