ଅପରାଧ ଦେଶ ବିଦେଶ

ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କୋଲ୍‌କାତା: ରବିବାର ସନ୍ଧ୍ୟାରେ ରାମ ନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗର ହୁଗୁଳିଠାରେ ହିଂସାକାଣ୍ଡ ଘଟିବାରୁ ଜଣେ ‘ବିଜେପି’ ବିଧାୟକ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଆହତ ବିଧାୟକ ହେଉଛନ୍ତି ବିମାନ ଘୋଷ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ କହିବା ଅନୁସାରେ, ରିଶ୍ରା ଥାନା ଅଞ୍ଚଳରେ ଦୁଇଟି ରାମ ନବମୀ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସନ୍ଧ୍ୟା ପ୍ରାୟ ୬.୧୫ରେ ଗ୍ରାଣ୍ଡ୍‌ ଟ୍ରଙ୍କ୍‌ ରୋଡ୍‌ସ୍ଥିତ ୱେଲିଙ୍ଗ୍‌ଟନ୍‌ ଝୋଟ ମିଲ୍‌ ନିକଟରେ ଦ୍ବିତୀୟ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରାଯାଇଥିଲା।

ହିଂସାକାଣ୍ଡ ସମୟରେ ଟେକାପଥର ଫିଙ୍ଗା ହୋଇଥିବା ସୂଚନା ମଧ୍ୟ ମିଳିଛି। ସେଥିପାଇଁ ଲୋକେ ନିରାପଦସ୍ଥାନକୁ ଦ‌ୌଡ଼ି ପଳାଉଥିବାର ଦୃଶ୍ୟ ଶୋଭାଯାତ୍ରାରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି।

ହିଂସାକାଣ୍ଡ ସଂକ୍ରାନ୍ତରେ ଖବର ପାଇବା ମାତ୍ରେ ଚନ୍ଦନନଗର ପୁଲିସ କମିସନର୍‌ ଅମିତ ଜବଲଗିର୍‌ ଅତିରକ୍ତ ପୁଲିସ ଫୋର୍ସ ନେଇ ଘଟଣାସ୍ଥଳକୁ ଆସିଥିଲେ।

Image Courtesy of India Today

‘ବିଜେପି’, ‘ବିଶ୍ବ ହିନ୍ଦୁ ପରିଷଦ୍‌’ ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନମାନେ ଉପରୋକ୍ତ ଶୋଭାଯାତ୍ରା ଆୟୋଜନ କରିଥିଲେ।

‘ତୃଣମୂଳ କଂଗ୍ରେସ’ର ମୁଖପାତ୍ର କୁନାଳ ଘୋଷ କହିଛନ୍ତି, ହାଓଡ଼ାରେ ଯାହା ଘଟିଥିଲା ହୁଗୁଳିରେ ତାହାହିଁ ଘଟିଲା। ଯୋଜନାବଦ୍ଧ ଭାବେ ‘ବିଜେପି’ ଅକାରଣରେ ଦଙ୍ଗା କରିବା ପାଇଁ ଉଦ୍ୟମ କରୁଛି।

ଏହି ରାମ ନବମୀ ଶୋଭାଯାତ୍ରାରେ ଖୁବ୍‌ ଜୋର୍‌ରେ ‘ଡିଜେ’ ମ୍ୟୁଜିକ୍‌ ବାଜୁଥିଲା। ଗୋଟାଏ ମସ୍‌ଜିଦ୍‌ ପାଖ ଦେଇ ଯିବା ବେଳେ ଶୋଭାଯାତ୍ରାରେ ସାମିଲ ହୋଇଥିବା କେତେକ ଲୋକ ଖଣ୍ଡା ଧରିଥିଲେ ବୋଲି ପୁଲିସ ଗଣମାଧ୍ୟମକୁ କହିଛି। ଏହାଛଡ଼ା, ଅନୁମତି ଦିଆଯାଇଥିବା ସମୟଠାରୁ ଢେର୍‌ ବିଳମ୍ବରେ ଶୋଭାଯାତ୍ରା ବାହାରିଥିଲା।

ମସ୍‌ଜିଦ୍‌ ଉପରେ ଆକ୍ରମଣ ହୋଇଛି ବୋଲି ଗୁଜବ ପ୍ରଚାର ହେବାରୁ ହିଂସାକାଣ୍ଡର ସୂତ୍ରପାତ ହୋଇଥିଲା।

ଆଇନ-ଶୃଙ୍ଖଳା ଦୃଷ୍ଟିରୁ ଆଗାମୀ ୨୪ଘଣ୍ଟା ପାଇଁ ସ୍ଥାନୀୟ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯିବା ସହିତ ବହୁସଂଖ୍ୟକ ଜନସମାରୋହ ନିଷେଧ କରାଯାଇଛି ବୋଲି ପୁଲିସ କହିଛି।

ଗତ ସପ୍ତାହରେ ମଧ୍ୟ ପଶ୍ଚିମବଙ୍ଗର ହାୱାଡ଼ରେ ରାମ ନବମୀ ଶୋଭାଯାତ୍ରାରେ ସଂଘର୍ଷ ଘଟିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ