ରାଜ୍ୟ ସ୍ପେଶାଲ ରିପୋର୍ଟ

୧୯% ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : ରାଜ୍ୟର ୧୯% ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ସେହିଭଳି ୮୧.୦୪% କେନ୍ଦ୍ରରେ ଶୌଚାଳୟ ଏବଂ ୭୧.୪୭% କେନ୍ଦ୍ରରେ ସୁରକ୍ଷିତ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଂଗଠନ ଓଡ଼ିଶା ଶ୍ରମଜୀବୀ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ କରାଯାଇଥିବା ନମୁନା ଅଧ୍ୟୟନରୁ ଏହା ଜଣାପଡ଼ିଛି। ରାଜ୍ୟର ୧୫ଟି ଜିଲ୍ଲାର ୮୯ ବ୍ଲକର ୮୬୬ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୯୮୫୬ଟି ଗାଁରେ ଥିବା ସମୁଦାୟ ୭୬୯୪ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଏହି ଅଧ୍ୟୟନ କରାଯାଇଛି। ଶିଶୁ ପୃଷ୍ଟିହୀନତାର ସର୍ବାଧିକ ଶିକାର ହୋଇଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ପାଇଁ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ନମୁନା ସର୍ଭେ ଅନୁସାରେ, ୭୯୬୪ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୨.୭୪% (୧୦୪୫) କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। ସେଠାରେ ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ୨୬.୯୭% (୨୧୪୮) କେନ୍ଦ୍ରରେ ବିଶୁଦ୍ଧ ପାନୀୟ ଜଳର ଉତ୍ସ ନାହିଁ ଏବଂ ୫୭.୬୨% (୩୩୫୧) କେନ୍ଦ୍ରରେ ପାନୀୟ ଜଳ ଥିବା ସତ୍ତ୍ବେ ତାହା ଅଚଳ ହୋଇ ପଡ଼ିଛି। ୩୧.୧୯% (୨୪୮୪) ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱତନ୍ତ୍ର ନିଜସ୍ୱ ରୋଷେଇ ଗୃହ ନାହିଁ। ଆଦିବାସୀ ପ୍ରଭାବିତ ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କନ୍ଧମାଳ ଜିଲ୍ଲାରେ ୯.୭୩ % ଅଞ୍ଚଳରେ ରାସନ ପ୍ରଦାନରେ ଅନିୟମିତତା ଦେଖାଯାଉଛି। ରାୟଗଡ଼ାର ୨୧.୪୫% ଗାଁରେ ଘରକୁ ଦିଆଯାଉଥିବା ରାସନରେ ଅନିୟମିତତା ଥିବା ଅଧ୍ୟୟନରୁ ଜଣାପଡ଼ିଛି। ରାଜ୍ୟ ସରକାର ତୁରନ୍ତ ମିନି ଅଙ୍ଗନବାଡ଼ି କିମ୍ବା ମୁଖ୍ୟ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ସହିତ ଶୌଚାଳୟ, ପାଣି ସହିତ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ସଂଗଠନ ଦାବି କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।