ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷ ଆଜି (ସୋମବାର)ଠାରୁ ଆରମ୍ଭ ହେବ। କୋଭିଡ୍‌ ପୂର୍ବବର୍ତ୍ତୀ ସମୟରେ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଢାଞ୍ଚାରେ ଚାଲିବ। ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ ଦିନ କେଉଁ କ୍ଲାସ ରହିବ ସେ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତି ସପ୍ତାହରେ ଖେଳ ପିରିୟଡ୍‌, ଲାଇବ୍ରେରି ପିରିୟଡ୍‌, ପ୍ରାକ୍ଟିକାଲ ପିରିୟଡ୍‌ ଆଦି ରହିବ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ, ଓଆରଏସ୍‌ ପ୍ୟାକେଟ୍‌ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି ୧୧ ତାରିଖ ପୂର୍ବରୁ କୌଣସି ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ନଜରକୁ ଆସେ ତେବେ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବା ସହ ଆଗୁଆ ସକାଳୁଆ ସ୍କୁଲ କରିପାରିବେ। ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ବିଦ୍ୟାଳୟ ଲାଗି ଏହା ଲାଗୁ ହେବ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସରକାରୀ ବିଦ୍ୟାଳୟର ପ୍ରଥମରୁ ୮ମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଆଜି ସୁଦ୍ଧା ସମସ୍ତ ବ୍ଲକ ପଏଣ୍ଟ ଓ ଅଧିକାଂଶ ସ୍କୁଲରେ ଆବଶ୍ୟକୀୟ ପାଠ୍ୟପୁସ୍ତକ ପହଞ୍ଚିଯାଇଛି। ଏପ୍ରିଲ ୩ରୁ ୮ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଧାର୍ଯ୍ୟ ସମୟ ମଧ୍ୟରେ ଯଦି କୌଣସି ପିଲା ନାମଲେଖାଇ ନ ପାରନ୍ତି ତେବେ ୮ ତାରିଖ ପରେ ମଧ୍ୟ ନାମଲେଖା ଲାଗି ସେମାନଙ୍କୁ ସୁଯୋଗ ଦିଆଯିବ। ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପିଲାମାନଙ୍କ ନିକଟରେ ଯେପରି ପାଠ୍ୟପୁସ୍ତକ ଉପଲବ୍ଧ ହେବ ସେଦିଗରେ ସମସ୍ତ ପ୍ରକାର ଉଦ୍ୟମ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦୈନଦିନ କାର୍ଯ୍ୟସୂଚୀ ସମ୍ବନ୍ଧୀୟ ‘ମୋ ଡାଏରି’ ଏବଂ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ଉନ୍ମୋଚିତ ହୋଇଥିବା ଏକାଡେମିକ କ୍ୟାଲେଣ୍ଡର ଖୁବ୍‌ଶୀଘ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି।

୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍‌ରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ। ମାର୍ଚ୍ଚ ୩୧ ସୁଦ୍ଧା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ କରାଯାଇ ଫଳ ପ୍ରକାଶିତ ହୋଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀ ପାଠପଢ଼ା ସୋମବାରଠାରୁ ହିଁ ଆରମ୍ଭ ହେବ। ଏପ୍ରିଲ ୮ ପର୍ଯ୍ୟନ୍ତ ନାମଲେଖା ଲାଗି ସଚେତନତା କାର୍ଯ୍ୟକ୍ରମ, ପ୍ରବେଶ ଉତ୍ସବ ଆଦି ଅନୁଷ୍ଠିତ ହେବ। ମେ’ ୫ରୁ ଗ୍ରୀଷ୍ମ ଛୁଟି ଦିଆଯିବ। ପ୍ରତିବର୍ଷ ପରି ଏଥର ମଧ୍ୟ ରଜ ମହୋତ୍ସବ ସରିବା ପରେ ଅର୍ଥାତ୍‌ ଜୁନ୍‌ ୧୮ରୁ ପୁଣିଥରେ ପାଠପଢ଼ା ଆରମ୍ଭ କରାଯିବ। ୨୦୨୩ରେ ମୋଟ ୮୨ଟି ଛୁଟି ଧାର୍ଯ୍ୟ ହୋଇଛି। ଅକ୍ଟୋବର ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ଏବଂ ଡିସେମ୍ବର ୨୩ରୁ ୩୦ ଯାଏ ବଡ଼ଦିନ ଛୁଟି ରହିବ। ଗୋଟିଏ ଲେଖାଏ ସ୍ଥାନୀୟ ଛୁଟି ଓ ଭିଜିଟର୍ସ ଛୁଟି ଦିବସ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ଅନୁମତିରେ ସ୍ଥାନୀୟ ଛୁଟି ହେବ।

ସୂଚନାଯୋଗ୍ୟ ଯେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଇତିମଧ୍ୟରେ ଘୋଷଣା କରାଯାଇଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।