କଳା ଓ ସଂସ୍କୃତି ଧର୍ମ|ସ୍ୱାସ୍ଥ୍ୟ ରାଜ୍ୟ

ଆରମ୍ଭ ହେଲା ପାରମ୍ପରିକ ଦଣ୍ଡ ଯାତ୍ରା

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ପାରମ୍ପରିକ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି l ଗତ ଏକ ତାରିଖ ଠାରୁ ଏହି ଦଣ୍ଡ ପର୍ବ ଆରମ୍ଭ ହୋଇଥିବା ବେଳେ ଅଞ୍ଚଳରେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ପର୍ବକୁ ସ୍ବଚ୍ଛ ଓ ନିର୍ମଳ ସହ ପରିବାରରେ ଲୁଗା ପଟା ସଫା ସୁତୁରା ସହ ଘର ସଫା କରି ତେର ଦିନ ପର୍ଯ୍ୟନ୍ତ ଏହି ପର୍ବ କୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି l ପର୍ବରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ବିଶ୍ୱାସ ସହ ଜଡ଼ିତ ଏହି ପର୍ବରେ ତେର ଦିନ ପର୍ଯ୍ୟନ୍ତ ସ୍ବଚ୍ଛ ଆହାର ଗ୍ରହଣ କରୁ ଥିବା ବେଳେ ଦଣ୍ଡୁଆ ମାନେ ଗୋଟାଏ ଓଳି ଅରୁଆ ଭୋଜନ ସହ କେବଳ ନବାତ ପଣା ଗ୍ରହଣ କରି ତେର ଦିନ କାଟି ଥାଆନ୍ତି l ମାନସିକ ବ୍ରତ ଧାରି ମାନେ ୧୩ ଦିନ ଦଣ୍ଡ ଯାତ୍ରା ରେ ବ୍ରତ ଧାରଣ କରି ଦଣ୍ଡ ପରିକ୍ରମା କରି ଗାଁ ଗାଁ ରେ ଦଣ୍ଡ ଯାତ୍ରା ଧୂଳି ଦଣ୍ଡ ପାଣି ଦଣ୍ଡ ସହ ବିଭିନ୍ନ ପରମ୍ପରା କୁ ନେଇ ଦଣ୍ଡ ନାଚ ପରିବେଷଣ କରିଥାନ୍ତି l ତେର ଭୁକ୍ତା ମାନେ ଧୂଳି ଦଣ୍ଡ ଝୁଣା ଦଣ୍ଡ ପାଟ ଦଣ୍ଡ ଭଳି ବିଭିନ୍ନ ଦାୟିତ୍ଵ ବହନ କରିଥିବା ବେଳେ କେବଳ ପଣା ପିଇ ୧୩ ଦିନ ପର୍ଯ୍ୟନ୍ତ ଦଣ୍ଡ  ସେବା ରେ ରହି ବ୍ରତ ପାଳନ କରିଥାନ୍ତି l ଏହି ଦଣ୍ଡ ପର୍ବ କନ୍ଧମାଳ ଜିଲ୍ଲାରେ ଏକ ମୁଖ୍ୟ ପାରମ୍ପରିକ ପର୍ବ ହୋଇଥିବା ବେଳେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରେ ପ୍ରାୟତଃ ଅଧିକାଂଶ ଗାଁ ରେ ପାଳନ କରାଯାଇଥାଏ l ମୁଖ୍ୟତଃ ଫିରିଙ୍ଗିଆ ବ୍ଲକ ରେ ସବୁ ବ୍ଲକ ଠାରୁ ଅଧିକ ୨୦ ରୁ ଅଧିକ ଦଣ୍ଡ ଥଳ ରହିଥିବା ବେଳେ ୨୪ ଟି ପଞ୍ଚାୟତ ମଧ୍ୟରେ ପୁରାତନ ଶୈବପୀଠ ରତଙ୍ଗ, ଫିରିଙ୍ଗିଆ,ନୂଆପଡ଼ା, ସଖିପଡ଼ା, ଦିଣ୍ଡୀରା ଗାଁ ,ସରୁ କୋଈ, ବବ୍ ଦଙ୍ଗିଆ, ମଣି ପଦର, କରଂଡା ଗଡ଼ , ତେଜା ମା ହା , କେଳା ପଡ଼ା, ଡି ମିରିଗୁଡ଼ା, କାଳୀ ପାଙ୍ଗା,ରୀବୁ ଲଦା, ବାଲି ଗଟା, ମାଝିପଡା, କାସିନି ପଦର , କେରେଙ୍ଗେଲି, ଗୋଛା ପଡ଼ା , ପକାରି , ବାଳଣ୍ଡା ପଡ଼ା , ଶ୍ରିପଲ୍ଲା ଆଦି ଗାଁରେ ଦଣ୍ଡ ଥଳ ରହିଛି l ଦଣ୍ଡ ଯାତ୍ରାରେ ମାନସିକ ଧାରୀ  ଭକ୍ତ ଓ ଶ୍ରଦ୍ଧାଳୁ  ମାନଙ୍କ ମାନସିକ ପୂରଣ କୁ ନେଇ ପ୍ରବଳ ବିଶ୍ୱାସ ରହିଥିବା ବେଳେ ଏହି ପର୍ବକୁ ପ୍ରତିବର୍ଷ ଚୈତ୍ର ମାସରେ ପାଳନ କରାଯାଇ ପଣା ସଂକ୍ରାନ୍ତି ଦିନ ଶେଷ ହୋଇଥାଏ l କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,