ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଏପ୍ରିଲ ୧ ତାରିଖ ‘ଉତ୍କଳ ଦିବସ’ ପାଳନ ଅବସରରେ ରାଜ୍ୟବାସୀ ଓଡ଼ିଶାର ହାତବୁଣା ବସ୍ତ୍ର ପରିଧାନ କରିବାକୁ ‘ସମ୍ବାଦ’ର ସମ୍ପାଦକ, ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ‘ସମ୍ବାଦ ସାହିତ୍ୟ ଘରର’ ପ୍ରତିଷ୍ଠାତା ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ରାଜ୍ୟର ବିଭିନ୍ନ ସଂଗଠନ, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା, ବହୁ ଆପାର୍ଟମେଣ୍ଟ ଓ କଲୋନିର ଅଧିବାସୀ ହସ୍ତତନ୍ତ ପୋଷାକ ପିନ୍ଧି ଏକାଠି ହୋଇ ଫଟୋ ଉଠାଇବା ସହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।

ଏଥିସହ ‘ଭୁବନେଶ୍ବରସ୍ଥିତ ସମ୍ବାଦ ମୁଖ୍ୟାଳୟ’ ସମେତ ସମସ୍ତ ସଂସ୍କରଣସ୍ତରରେ ସହଯୋଗୀମାନେ ତଥା ‘ସମ୍ବାଦ ସାହିତ୍ୟ ଘର’ର ବିଭିନ୍ନ ଶାଖାର ସଦସ୍ୟମାନେ ହସ୍ତତନ୍ତ ଶାଢ଼ି, ପୋଷାକ, କୁର୍ତା, ସାର୍ଟ ବା ଉତ୍ତରୀୟ ପରିଧାନ କରି ଓଡ଼ିଶା ହସ୍ତତନ୍ତର ପ୍ରଚାରପ୍ରସାର ଦିଗରେ ପ୍ରଥମ ପାଦ ଆଗକୁ ବଢ଼ାଇଛନ୍ତି। ‘ସମ୍ବାଦ’ର ବିଭିନ୍ନ ସଂସ୍କରଣର ପ୍ରାୟ ୧୦୦୦ରୁ ଅଧିକ ସହଯୋଗୀ ଆଜିର ଦିନରେ ହସ୍ତତନ୍ତ ପୋଷାକ ପରିଧାନ କରିଥିବା ବେଳେ ‘ସମ୍ବାଦ ସାହିତ୍ୟ ଘର’ର ପ୍ରାୟ ୧୧୦ଟି ଶାଖାର ସଭ୍ୟସଭ୍ୟାମାନେ ଆଜି ହସ୍ତତନ୍ତ ପୋଷାକ ପରିଧାନ କରି ଓଡ଼ିଶାର ହସ୍ତତନ୍ତର ଉତ୍କର୍ଷତାକୁ ପ୍ରଦର୍ଶିତ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।