ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁବାଇ ଟିକେଟ ବିକ୍ରି ଆରମ୍ଭ. ମେ’ ୧୫ରୁ ଦୁବାଇକୁ ଉଡ଼ିବ ବିମାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମେ’ ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା ଦିବସରୁ ଏହାର ଟ‌ିକେଟ ବିକ୍ରି ଆରମ୍ଭ ହୋଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ‌ଗୋଟିଏ ପାର୍ଶ୍ବ ଯାତ୍ରା ପାଇଁ ଉଦ୍‌ଘାଟନୀ ଟିକେଟ ମୂଲ୍ୟ ୧୦ ହଜାର ଟଙ୍କା ଥିବା ବେଳେ ଦୁଇ ପାର୍ଶ୍ବ ପାଇଁ୨୦ହଜାର ଟଙ୍କା ରହିଛି। ପ୍ରଥମ ଦିନରେ ଯାତ୍ରା କରିବାକୁ ୮ଜଣଙ୍କୁ ମୁଖ୍ୟମନ୍ତ୍ରୀ ଟିକେଟ ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶର ଚାବିକାଠି ହେଉଛି ଯୋଗାଯୋଗ। ଏହା ରାଜ୍ୟ ସରକାରଙ୍କ ଫୋକସରେ ରହିଛି। ଦୁବାଇକୁ ନିରବଚ୍ଛିନ୍ନ ଯୋଗାଯୋଗ ଫଳରେ ଆଇଟି, ଉତ୍ପାଦନ(ମାନୁଫାକ୍ଚରିଂ) ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଓଡ଼ିଶାରେ ଏହାର ବହୁଗୁଣିତ ପ୍ରଭାବ ଦେଖିବାକୁ ମିଳିବ। ଏହା ହେଉଛି ନୂଆ ଓଡ଼ିଶାର ଆକାଂକ୍ଷା। ରାଜ୍ୟର ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଦୁବାଇ ଯାତ୍ରା କରିବ।

ଦୁବାଇରେ ମେକ୍ ଇନ ଓଡ଼ିଶା ସମ୍ମିଳନୀରେ ଯୋଗଦେବା ସମୟରେ ମୁଖ୍ୟମନ୍ତ୍ରୀ ସେଠାରେ ଥିବା ଓଡ଼ିଆ ଓ ନିବେଶକମାନଙ୍କୁ ମଧ୍ୟପ୍ରାଚ୍ୟକୁ ସିଧାସଳଖ ବିମାନ ଯୋଗାଯୋଗ ନେଇ ଆଶ୍ବାସନା ଦେଇଥିଲେ। ଦୁବାଇକୁ ବିମାନ ସଂଯୋଗ ଆରମ୍ଭ ହେବା ଫଳରେ ନିବେଶ, ବାଣିଜ୍ୟ ଓ ପର୍ଯ୍ୟଟନ ପାଇଁ ନୂତନ ରାସ୍ତା ଖୋଲିବ। ଏହାସହ ବିଶ୍ବବାସୀ ଓଡ଼ିଶା ପର୍ଯ୍ୟଟନକୁ ଦେଖିବାର ସୁଯୋଗ ପାଇବେ। ଦୁବାଇକୁ ବିମାନ ଚଳାଚଳ ପାଇଁ ସମସ୍ତ ସୁବିଧା ‌ଯୋଗାଇଥିବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିସନ ଶକ୍ତି ମହିଳା, କ୍ରୀଡ଼ାବିତ୍, ଆଦିବାସୀ ନେତା, ସ୍କିଲ୍‌ଡ ଇନ ଓଡ଼ିଶାର ଛାତ୍ରଛାତ୍ରୀ ଓ କଳାକାରଙ୍କୁ ଏହାର ଟିକେଟ୍ ପ୍ରଦାନ କରିଥିଲେ। ଏଥିରେ ସୁନ୍ଦରଗଡ଼ ଏସ୍‌ଡିସି ଅଧ୍ୟକ୍ଷ ବିନୟ ଟପ୍ପୋ, କେନ୍ଦୁଝର ଏସ୍‌ଡିସି ଅଧ୍ୟକ୍ଷ ଲକ୍ଷ୍ମୀ ନାୟକ, କୋରାପୁଟ ଡିଏଲ୍‌ଏଫ୍‌ ସଭାପତି ଜ୍ୟୋତିରେଖା ଛେତ୍ରୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଫୁଟବଲ ଖେଳାଳି ଅନୁରାଧା ବିଶ୍ବାଳ, ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ, ଯାଜପୁର ସରକାର ପଲିଟେକନିକର ବଳରାମ ରାଉତ ଓ ରାଉରକେଲା ସରକାରୀ ଆଇଟିଆଇର ହିମାଂଶୁ ସାହୁ ରହିଛନ୍ତି।

ଦୁବାଇକୁ ସିଧାସଳଖ ବିମାନ ଯାତ୍ରା କରିବାର ୨ସପ୍ତାହ ମଧ୍ୟରେ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ାଣ ଆରମ୍ଭ ହେବ। ଏହି ୩ ଦେଶକୁ ବିମାନ ଉଡ଼ାଣ ଫଳରେ ସେଠାରେ ବସବାସ କରୁଥିବା ଓଡ଼ିଆଙ୍କ ଯିବାଆସିବା ସହଜ ହେବା ସହିତ ନିବେଶ ଓ ପର୍ଯ୍ୟଟନର ବାଟ ଖୋଲିବ ବୋଲି କୁହାଯାଇଛି। ଏହି ୩ ସ୍ଥାନକୁ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଏୟାରଲାଇନ୍‌ସ ଟେଣ୍ଡର ପାଇଛି। ଚୁକ୍ତି ଅନୁଯାୟୀ ସପ୍ତାହରେ ୩ଥର ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ। ବିମାନ ଚଳାଚଳ ପାଇଁ ସଂପୂର୍ଣ୍ଣ ଅର୍ଥ ରାଜ୍ୟ ସରକାର ବହନ କରିବେ। ଏହା ବଦଳରେ ଟିକେଟ ବୁକିଂ ଦେୟ ଇଣ୍ଡିଗୋ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରମୁଖ ସଚିବ ଉଷା ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ବିମାନ ଚଳାଳଚ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।