ରାଜ୍ୟ ସ୍ପେଶାଲ ରିପୋର୍ଟ

ଏପ୍ରିଲରୁ ଜୁନ୍‌ ସିଝିବ ସାରା ଓଡ଼ିଶା; ବର୍ଷା କମ୍‌, ଗ୍ରୀଷ୍ମପ୍ରବାହ ଅଧିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ପଶ୍ଚିମା ଝଡ଼ର ପ୍ରଭାବରେ ‌ମାର୍ଚ୍ଚ ମାସର ଅର୍ଦ୍ଧାଧିକ ଦିନ ବର୍ଷା ଓ ଥଣ୍ଡା ପାଗରେ କଟିଯାଇଥିବା ବେଳେ ଏଣିକି ଖରା, ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଉ ମୁକ୍ତିନାହିଁ। ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ଓଡ଼ିଶାବାସୀ ପ୍ରଚଣ୍ଡ ରୌଦ୍ରତାପ ଓ ଗରମରେ ସନ୍ତୁଳି ହେବେ। କେବଳ ଓଡ଼ିଶା ନୁହେଁ, ଭାରତର ଅଧିକାଂଶ ସ୍ଥାନରେ ଏହି ଅବସ୍ଥା ରହିବ। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୩ ମାସର ତାପମାତ୍ରା ଆଉଟ୍‌ଲୁକ୍‌ ଜାରି କରି ଏହି ସୂଚନା ‌ଦିଆଯାଇଛି। ଏଥିସହ ଏଥିରେ କୁହାଯାଇଛି ଯେ ଏପ୍ରିଲରୁ ଜୁନ୍‌ ଭି‌ତରେ ରାଜ୍ୟରେ ବର୍ଷା କମ୍‌ ଓ ଗ୍ରୀଷ୍ମ ପ୍ରବାହ ଦିନଗୁଡ଼ିକ ସଂଖ୍ୟା ଅଧିକ ରହିବ।

ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ପ୍ରଚଣ୍ଡ ତାତିରୁ ସାରା ଦେଶକୁ ତ୍ରାହି ନାହିଁ। ଦିନରେ ଖରା ତାତି ଓ ରାତିରେ ପ୍ରବଳ ଗରମ ଏଥର ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିବ। ଏଥିରୁ ଓଡ଼ିଶାବାସୀ ବି ମୁକୁଳି ପାରିବେନାହିଁ। ଦିନ ତ’ ଦିନ ରାତିରେ ବି ଶାନ୍ତିରେ ଟିକେ ଶୋଇ ହେବନାହିଁ। ଦକ୍ଷିଣ ଉପଦ୍ବୀପ ଭାରତ ଓ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଦେଶର ଅଧିକାଂଶ ସ୍ଥାନରେ ଏହି ତିନି ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଢେର୍‌ ଅଧିକ ରହିବ। ସେହିଭଳି ଦେଶର ଅଧିକାଂଶ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ବି ଅଧିକ ରହିବ। ଉତ୍ତରପୂର୍ବ ଓ ଉତ୍ତରପଶ୍ଚିମ ଭାରତର କିଛି ଅଞ୍ଚଳରେ ରାତି ତାପମାତ୍ରା କିଛିଟା କମ୍‌ ରହିପାରେ।

European Commission – europa.eu

ଏପ୍ରିଲ ମାସରେ ଓଡ଼ିଶା ସମେତ ଦେଶର ଅର୍ଦ୍ଧାଧିକ ରାଜ୍ୟରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଖୁବ୍‌ ଅଧିକ ରହିବ। କିନ୍ତୁ ରାତିରେ ଗରମରୁ ଟିକେ ଆଶ୍ବସ୍ତ ହେବେ ‌ଦେଶ ତଥା ଓଡ଼ିଶାବାସୀ। ରାତିର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ କମ୍‌ ରହିବ। କେନ୍ଦ୍ରୀୟ ଭାରତ, ପୂର୍ବ ଓ ଉତ୍ତରପୂର୍ବ ଭାରତରେ ଏପ୍ରିଲରେ ସ୍ବାଭାବିକଠାରୁ ଅଧିକ ଗ୍ରୀଷ୍ମପ୍ରବାହ ହେବ। ଅର୍ଥାତ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ଅଧିକ ରହିବ। ଫଳରେ ପ୍ରଚଣ୍ଡ ରୌଦ୍ରତାପ ରାଜ୍ୟବାସୀଙ୍କୁ ଅଣନିଶ୍ବାସୀ କରିବ। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତର ଛତିଶଗଡ଼, ମହାରାଷ୍ଟ୍ରର ପଶ୍ଚିମାଞ୍ଚଳ, ଗୁଜରାଟ, ଉତ୍ତରପ୍ରଦେଶ ଓ ପଞ୍ଜାବରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ଖାଲି ଏପ୍ରିଲ ମାସରେ ନୁହେଁ, ମେ’ ଓ ଜୁନ୍‌ ମାସରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଦିନଗୁଡ଼ିକ ସଂଖ୍ୟା ମଧ୍ୟ ଅଧିକ ରହିବ। ଫଳରେ ଆସନ୍ତା ୩ ମାସ ଦେଶବାସୀ ତତଲା କଡ଼େଇରେ ସିଝିବାକୁ ନିଜକୁ ପ୍ରସ୍ତୁତ କରି ନେବା ଉଚିତ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଲେଣି।

ଏଥିସହ ଓଡ଼ିଶା ସମେତ ଉତ୍ତରପୂର୍ବ, ପୂର୍ବ ଓ ପଶ୍ଚିମ ଉପକୂଳ ଭାରତର ରାଜ୍ୟଗୁଡ଼ିକରେ ଏହି ୩ ମାସରେ ବର୍ଷା ସ୍ବାଭାବିକଠାରୁ କମ୍‌ ରହିବ। ଫଳରେ ତାତି ଆହୁରି ଅଧିକ ଅନୁଭୂତ ହେବ। ଦେଶର ଅବଶିଷ୍ଟ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ବା କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।