ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭାରତରେ ପୁ‌ଣି କରୋନାର କାୟାବିସ୍ତାର: ୨୪ ଘଣ୍ଟାରେ ୩,୦୧୬ ନୂଆ ମାମଲା, ୬ ମାସରେ ସର୍ବାଧିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ଭାରତରେ ପୁଣି କୋଭିଡ୍‌ ସଂକ୍ରମଣ ଜୋର୍‌ ଧରିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୦୧୬ ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି, ଯାହା ଗତ ୬ ମାସ ଭିତରେ ସର୍ବାଧିକ। ଗତ ୨୪ ଘଣ୍ଟାରେ ୧୪ ଜଣଙ୍କର କୋଭିଡ୍ଜନିତ ମୃତ୍ୟୁ ମଧ୍ୟ ଘଟିଛି, ଯେଉଁଥିରୁ ୮ଟି ହେଉଛି କେରଳର ପୁରୁଣା ମୃତ୍ୟୁ ଘଟଣା ଯାହା ଆଗରୁ ରିପୋର୍ଟ କରାଯାଇ ନ ଥିଲା। ଏହା ପୂର୍ବରୁ ଗତ ଅକ୍ଟୋବର ୨, ୨୦୦୨ରେ ସର୍ବାଧିକ ୩,୩୭୫ ଜଣ ଗୋଟିଏ ଦିନରେ ସଂକ୍ରମିତ ହୋଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ଗୁରୁବାର ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ୧୩,୫୦୯ଟି ସକ୍ରିୟ ମାମଲା ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ହେଉଛି ୧.୭୧ ପ୍ରତିଶତ।

ବୁଧବାର ୨,୧୫୧ ଜଣ ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ସେଥିରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ୧୪ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୮୬୨କୁ ବୃଦ୍ଧି ପାଇଛି। ସେହିପରି ଆରୋଗ୍ୟ ସଂଖ୍ୟା ୪,୪୧,୬୮,୩୨୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଦୈନିକ ପଜିଟିଭିଟି ହାର ୨.୭୩ ପ୍ରତିଶତ ହୋଇଥିବା ବେଳେ ଆରୋଗ୍ୟ ହାର ୯୮.୭୮ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୨ ଜଣ ଏବଂ ହିମାଚଳପ୍ରଦେଶରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କେରଳରେ ଆଗରୁ ହୋଇଥିବା ୮ଟି ମୃତ୍ୟୁକୁ ଆଜି ପଞ୍ଜୀକୃତ କରାଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ଗୁରୁବାର ଏକ ଜରୁରୀ ସମୀକ୍ଷା ବୈଠକ ଡକାଇଛନ୍ତି। ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ଆଜି କରୋନା ମୁକାବିଲା ରଣନୀତି ଉପରେ ବୈଠକ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ