ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିରଳ ରୋଗ ପାଇଁ ଆମଦାନି ଔଷଧ ଉପରୁ ଶୁଳ୍କ ଛାଡ଼

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ବିରଳ ରୋଗରେ ପୀଡ଼ିତ ଲୋକମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ସବୁ ବିରଳ ରୋଗ ପାଇଁ ବ୍ୟକ୍ତିଗତ ଚିକିତ୍ସା ଉଦ୍ଦେଶ୍ୟରେ ଆମଦାନି କରାଯାଉଥିବା ଔଷଧ ଓ ଖାଦ୍ୟ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯିବ। ଏ ସଂକ୍ରାନ୍ତରେ ଏକ ସାଧାରଣ ଶୁଳ୍କଛାଡ଼ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ବିରଳ ରୋଗ ନୀତି ୨୦୨୧ ଅଧୀନରେ ତାଲିକାଭୁକ୍ତ ହୋଇଥିବା ସବୁ ବିରଳ ରୋଗ ପାଇଁ ଆମଦାନି କରାଯାଉଥିବା ଔଷଧ ଓ ଖାଦ୍ୟ ଉପରେ ସୀମା ଶୁଳ୍କ ରିହାତି ଦେବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଏହି ଶୁଳ୍କ ଛାଡ଼ ସୁବିଧା ପାଇବା ଲାଗି ଆମଦାନିକାରୀମାନଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ/ସିଭିଲ ସର୍ଜନଙ୍କ ଠାରୁ ଏକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ସାଧାରଣତଃ ଔଷଧ/ଔଷଧୀୟ ସାମଗ୍ରୀ ଉପରେ ୧୦% ମୂଳ ସୀମାଶୁଳ୍କ ଲାଗୁ ହୋଇଥାଏ। ଅନ୍ୟ କେତେକ ଜୀବନ ରକ୍ଷାକାରୀ ଔଷଧ ଉପରେ ୫% ରିହାତି ଦରରେ ସୀମା ଶୁଳ୍କ ଲାଗୁ ହୋଇଥାଏ କିମ୍ବା ସମ୍ପୂର୍ଣ୍ଣ ଶୁଳ୍କ ଛାଡ଼ କରାଯାଇଥାଏ।

ପୂର୍ବରୁ ସ୍ପାଇନାଲ ମସ୍କୁଲାର ଅଟ୍ରୋଫି କିମ୍ବା ଡ୍ୟୁସେନ ମସ୍କୁଲାର ଡିଷ୍ଟ୍ରଫି ଭଳି ରୋଗର ଚିକିତ୍ସା ପାଇଁ ରହିଥିବା ନିର୍ଦ୍ଦିଷ୍ଟ ଔଷଧ ଉପରେ ଶୁଳ୍କ ଛାଡ଼ ରିହାତି ପ୍ରଦାନ କରାଯାଉଥିଲା। ତେବେ ଅନ୍ୟ କେତେକ ବିରଳ ରୋଗ ପାଇଁ ବ୍ୟବହୃତ ଔଷଧ ଆମଦାନି ଉପରୁ ସୀମାଶୁଳ୍କ ଛାଡ଼ ପାଇଁ ସରକାରଙ୍କୁ ବିଭିନ୍ନ ସମୟରେ ପ୍ରସ୍ତାବ ମିଳୁଥିଲା। ଏସବୁ ବିରଳ ରୋଗ ପାଇଁ ବ୍ୟବହୃତ ଔଷଧ ଓ ଖାଦ୍ୟସାମଗ୍ରୀ ବ୍ୟୟବହୁଳ ହୋଇଥାଏ ଏବଂ ସେଗୁଡ଼ିକୁ ଆମଦାନି କରିବାକୁ ପଡ଼ିଥାଏ। ଏକ ଅନୁମାନ ଅନୁଯାୟୀ, ୧୦ କିଲୋଗ୍ରାମ ଓଜନର ଏକ ଶିଶୁ ବିରଳ ରୋଗରେ ପୀଡ଼ିତ ଥିଲେ ତା’ର ବାର୍ଷିକ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସାରା ଜୀବନ ଏପରି ଚିକିତ୍ସା ଜାରି ରଖିବାର ଆବଶ୍ୟକତା ଥିବାରୁ ବୟସ ଏବଂ ଓଜନ ବଢ଼ିବା ସହିତ ଔଷଧର ମାତ୍ରା ଓ ଖର୍ଚ୍ଚ ବଢ଼ି ଚାଲିଥାଏ।

ଏବେ ସରକାର ସୀମାଶୁଳ୍କ ଛାଡ଼ କରିଥିବାରୁ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ଏବଂ ଏହାଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଉପକୃତ ହୋଇପାରିବେ। ସରକାର ବିଭିନ୍ନ କର୍କଟ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ପେମ୍ବ୍ରୋଲିଜୁମାବ (କେଟ୍ରୁଡା) ଉପରୁ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ