ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମାନରେ ମଶା ଦାଉରୁ ଆଶ୍ବସ୍ତି ମିଳିବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ବିମାନରେ ଯାତ୍ରୀମାନଙ୍କୁ ମଶା ଦାଉରୁ ଖୁବ୍‌ଶୀଘ୍ର ଆଶ୍ବସ୍ତି ମିଳିବ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ପ୍ରସଙ୍ଗକୁ ନେଇ ଗଠନ କରାଯାଇଥିବା ବିଶେଷଜ୍ଞ କମିଟିର ସୁପାରିସକୁ ସରକାର ଗ୍ରହଣ କରିଛନ୍ତି। ‌ସେଗୁଡ଼ିକୁ ଶୀଘ୍ର ଲାଗୁ କରିବା ଲାଗି ସରକାରଙ୍କୁ ସୁପ୍ରିମ୍‌କୋର୍ଟ କହିଛନ୍ତି।

ଯାତ୍ରୀବାହୀ ବିମାନରେ ମଶା ଓ ମାଛି ସମସ୍ୟାର ମୁକାବିଲା କରିବା ସମ୍ପର୍କିତ ଏକ ମାମଲା ସୁପ୍ରିମ୍‌କୋର୍ଟରେ ରୁଜୁ ହୋଇଥିଲା। ୨୦୧୯ରେ ତାହାର ଶୁଣାଣି କରି ଏକ ବିଶେଷଜ୍ଞ କମିଟି ଗଠନ କରି ମଶା ଉତ୍ପାତର କାରଣ ଖୋଜିବା ଏବଂ ନିରାକରଣ ବିଷୟରେ ଜଣାଇବାକୁ ସରକାରଙ୍କୁ କୋର୍ଟ କହିଥିଲେ। ଏଥିପାଇଁ ଗଠନ କରାଯାଇଥିବା ଛଅ ଜଣିଆ କମିଟିର ସମସ୍ତ ନଅ ସୁପାରିସକୁ ସରକାର ଗ୍ରହଣ କରିଛନ୍ତି। ସବୁ ସୁପାରିସକୁ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟ ଭଟ୍ଟି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ପି ଏସ୍‌ ନରସିଂହ ଓ ଜେ ବି ପାର୍ଦିୱାଲାଙ୍କ ଖଣ୍ଡପୀଠକୁ ଜଣାଇଛନ୍ତି।

ବିମାନ ଉଡ଼ାଣ ହେବାକୁ ଥିବା ସ୍ଥାନରେ ପ୍ରଚଳିତ ନିୟମ ଅନୁସାରେ ଜୀବାଣୁନାଶକ ବ୍ୟବସ୍ଥା ଗ୍ରହଣ କରିବା, ଏୟାରକ୍ରାଫ୍ଟ ବେ’ ଅଞ୍ଚଳରେ ମଶା ବଂଶ ବୃଦ୍ଧି ରୋକିବାକୁ ପଦକ୍ଷେପ ନେବା, କ୍ରୁ ସଦସ୍ୟମାନଙ୍କ ସ୍ବାସ୍ଥ୍ୟକୁ ନିୟମିତ ଯାଞ୍ଚ କରିବା, ଜୀବାଣୁ ନାଶକ ପଦକ୍ଷେପର ଯଦି କୌଣସି କୁପ୍ରଭାବ ଯାତ୍ରୀ ଓ କ୍ରୁ’ ସଦସ୍ୟଙ୍କ ଉପରେ ପଡ଼ୁଥାଏ ତାହା ଜଣାଇବା ଲାଗି ବିଶେଷଜ୍ଞ କମିଟି ସୁପାରିସ କରିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ