ଦେଶ ବିଦେଶ

କର୍ଣ୍ଣାଟକରେ ୩ ବର୍ଷ‌ରେ ଶତାଧିକ ଘୃଣା ଭାଷଣ, ୫୨% ବେଙ୍ଗାଲୁରୁରେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବେଙ୍ଗାଲୁରୁ : ଜାନୁଆରି ୨୦୨୦ରୁ ଜାନୁଆରି ୨୦୨୩ ଭିତରେ କର୍ଣ୍ଣାଟକରେ ୧୦୫ଟି ଘୃଣା ଭାଷଣ (ହେଟ୍‌ ସ୍ପିଚ୍) ଦିଆଯାଇଥିବା ଥାନାଗୁଡ଼ିକରେ ପଞ୍ଜୀକୃତ ମାମଲା ସଂଖ୍ୟାରୁ ଜଣାପଡ଼ିଛି। ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ରାଜ୍ୟର ୨୪ଟି ଜିଲ୍ଲାରେ ଏପରି ଭାଷଣ ଦିଆଯାଇଥିବା ବେଳେ କେବଳ ବେଙ୍ଗାଲୁରୁରେ ପଞ୍ଜୀକୃତ ମାମଲା ସଂଖ୍ୟା ୫୨ ପ୍ରତିଶତରୁ ଅଧିକ।

ସରକାରଙ୍କ ପ୍ରଦତ୍ତ ସୂଚନା ଅନୁସାରେ ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ କରୁଥିବା ଏପରି ଘୃଣା ଭାଷଣକୁ ନିୟନ୍ତ୍ରଣ କରିବା ଗୃହ ବିଭାଗର ଦାୟିତ୍ବ। ଗୃହ ବିଭାଗ ତା’ର ଦାୟିତ୍ବ ନିର୍ବାହ କରୁଛି ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଅନ୍ତିମ ରିପୋର୍ଟ କୋର୍ଟରେ ଦାଖଲ କରାଯାଉଛି। ଏପରି ଘୃଣା ଭାଷଣ ନେଇ ଅଭିଯୋଗ ଆସିଲେ ପୁଲିସ ଅଧିକାରୀମାନଙ୍କୁ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି। ଏହାକୁ ନେଇ ସମାଜରେ ଯେପରି ଶନ୍ତିଶୃଙ୍ଖଳା ବ୍ୟାହତ ନ ହୁଏ ତା’ ଉପରେ ପୁଲିସ ନିଘା ରଖୁଛି।

ପ୍ରାପ୍ତ ତଥ୍ୟ ଅନୁସାରେ, ୨୦୨୨ରେ ସର୍ବାଧିକ ମାମଲା ପଞ୍ଜୀକୃତ ହୋଇଛି, ଯାହା ୨୦୨୧ ତୁଳନାରେ ପ୍ରାୟ ଦୁଇଗୁଣ। ୨୦୨୧ରେ ପୂର୍ବ ବର୍ଷ ତୁଳନାରେ ୪୬% କମ୍ ମାମଲା ପଞ୍ଜୀକୃତ ହୋଇଥିଲା। ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ମୋଟ ୧୦୫ଟି ଘୃଣା ଭାଷଣ ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ୫୫ଟି କେବଳ ବେଙ୍ଗାଲୁରୁରେ ଦିଆଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ