ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋବାଇଲ ଫୋନ୍‌ର ଅତି-ବ୍ୟବହାର ଭଲ ନୁହେଁ: ଉଦ୍ଭାବକ କୁପର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ୱାସିଂଟନ : ମୋବାଇଲ ଫୋନ୍‌ର ଏକ ସମସ୍ୟା ହେଉଛି ଲୋକେ ତାକୁ ବେଶି ଦେଖୁଛନ୍ତି। ୫୦ ବର୍ଷ ତଳେ ଏହି ଫୋନ୍‌କୁ ଉଦ୍ଭାବନ କରିଥିବା ଆମେରିକୀୟ ଇଂଜିନିୟର ମାର୍ଟିନ କୁପର ମୋବାଇଲ ଫୋନର ଅତି-ବ୍ୟବହାର ଓ ଅପବ୍ୟବହାରକୁ ନାପସନ୍ଦ କରିଛନ୍ତି। ସେଲ ଫୋନ୍‌ର ଜନକ କୁପରଙ୍କ କହିବା ଅନୁସାରେ, ଆମେ ପକେଟରେ ରଖୁଥିବା ଏହି‌ ଛୋଟିଆ ଯନ୍ତ୍ରର ଅସୀମ କ୍ଷମତା ଓ ସମ୍ଭାବନା ରହିଛି। ଦିନ ଆସିବ, ଏହା ରୋଗ ଉପରେ ବିଜୟଲାଭ କରିବାରେ ବି ସାହାଯ୍ୟ କରିପାରିବ। କିନ୍ତୁ ବର୍ତ୍ତମାନ ଆମେ ଏହାଦ୍ବାରା ଅତିମାତ୍ରାରେ ଅଭିଭୂତ ହୋଇପଡ଼ିଛୁ। ମୁଁ ଅନେକ ସମୟରେ ଦେଖେ, ଲୋକଟିଏ ରାସ୍ତା ପାରି ହେଉଛି, ଅଥଚ ସେହି ସମୟରେ ମୋବାଇଲ ଫୋନ୍‌କୁ ବି ଦେଖୁଛି। କେତେ ଲୋକଙ୍କ ଉପରେ ଗାଡ଼ି ଚଢ଼ିବା ପରେ ଚେତା ପଶିବ?

୯୪ ବର୍ଷୀୟ କୁପର ଏକ ଆପଲ ଘଣ୍ଟା ଓ ଦାମୀ ଆଇଫୋନ୍ ବ୍ୟବହାର କରନ୍ତି। କିନ୍ତୁ ଏହି ଫୋନ୍‌ର ନିୟନ୍ତ୍ରିତ ବ୍ୟବହାର ଉପରେ ସେ ଜୋର ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ନାତିନାତୁଣୀଙ୍କ ପରି ସେ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ। ୧୯୭୩ ଏପ୍ରିଲ ୩ ତାରିଖରେ ପ୍ରଥମେ ମୋବାଇଲ ଫୋନରେ କଥା ହୋଇଥିବା ଓ ଏହି ଫୋନ୍‌କୁ ତିଆରି କରିଥିବା କୁପର କୁହନ୍ତି, ଯେତେ ଦାମୀ ସର୍ବାଧୁନିକ ସ୍ମାର୍ଟଫୋନ୍ ପାଖରେ ଥିଲେ ବି ସେ ମୁଖ୍ୟତଃ ଲୋକଙ୍କ ସହ କଥା ହେବା ପାଇଁ ଏହା ବ୍ୟବହାର କରନ୍ତି। କୁପର କୁହନ୍ତି, ସେ ତିଆରି କରିଥିବା ପ୍ରଥମ ଫୋନ୍‌ର ଓଜନ ପ୍ରାୟ ଏକ କିଲୋ ଥିଲା ଏବଂ ତା’ର ବ୍ୟାଟେରି ଚାର୍ଜ ୨୫ ମିନିଟ କଥା ହେଲା ପରେ ସରିଯାଉଥିଲା। ଏତେ ଓଜନିଆ ଯନ୍ତ୍ରକୁ ୨୫ ମିନିଟ୍ କାନ ପାଖରେ ଧରି କଥା ହେବା ବି କଷ୍ଟକର ଥିଲା। ଫୋନ୍‌ର ଦାମ୍ ବି ବହୁ ଅଧିକ ଥିଲା। ସେତେବେଳେ କୁପର ମୋଟରୋଲା କମ୍ପାନିରେ କାର୍ଯ୍ୟ କରୁଥିଲେ ଓ ଏହି କମ୍ପାନି ଫୋନ୍‌ ତିଆରିରେ ଯଥେଷ୍ଟ ପୁଞ୍ଜିନିବେଶ କରିଥିଲା। ଆଜି ସେହି ଫୋନ୍‌ରେ କେତେ ଉନ୍ନତି ହେଲାଣି ତା’ର ଠିକଣା ନାହିଁ। ଆଗକୁ ବି ଅନେକ ସମ୍ଭାବନା ଅଛି ବୋଲି କୁପର କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ