ଅପରାଧ ରାଜ୍ୟ

ବାର୍‌ହା ଶିକାର ଲାଗି ଚାଲିଗଲା ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପର୍ଜଙ୍ଗ : ବାର୍‌ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଶିକାରୀମାନେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋତି ଦେଇଥିଲେ। ଏହି ଘଟଣାର ସାତ ମାସ ପରେ ଶିକାରୀଙ୍କ ମଧ୍ୟରୁ ଜଣେ ନିଶାସକ୍ତ ଅବସ୍ଥାରେ ସତ ଓଗାଳି ଦେବାରୁ ଏହା ଲୋକଲୋଚନକୁ ଆସିଛି। ଆଜି ପୁଲିସ ମାଟିତଳୁ ମୃତ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରିବା ସହ ଅଭିଯୁକ୍ତ ୩ ଜଣ ଶିକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି। ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ବାଲିପଶି ଗାଁରେ ଘଟିଥିବା ବେଳେ ଏହା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏହି ଘଟଣା ଗତ ସେପ୍ଟେମ୍ବର ମାସରେ ଘଟିଥିଲା। ବାଲିପଶି ଗାଁର ସନାତନ ବେହେରା (୪୨) ଶୌଚ ହେବାକୁ ଯାଉଥିବା ବେଳେ ଗଁାନିକଟ ହରିଡ଼ାଯୋଡ଼ି ନିକଟରେ ୩ ଜଣ ଶିକାରୀ ବାର୍‌ହା ଶିକାର ପାଇଁ ୧୧ କେଭି ଖୁଣ୍ଟିରୁ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଶିକାରୀ ସାଆନ୍ଦା ଫାଣ୍ଡି କେନ୍ଦୁପଶି ଗାଁର ସଞ୍ଜୟ ଦେହୁରୀ (୨୮), ବାଲିପଶି ଗାଁର ପିଲୁ ସେଠୀ ଓ ବଚନ ପରିଡ଼ା ଏହା ଜାଣିବା ପ‌ରେ ମୃତଦେହକୁ ପୋତି ଦେଇଥିଲେ।

ଅନ୍ୟପକ୍ଷରେ ସନାତନ ଘରକୁ ନ ଫେରିବାରୁ ତାଙ୍କ ପତ୍ନୀ ରୀନା ବେହେରା ଥାନାରେ ନିଖୋଜ ଅଭିଯୋଗ କରିବା ସହିତ ବିଭିନ୍ନ ସ୍ଥାନରେ ସ୍ବାମୀଙ୍କୁ ଖୋଜିବାରେ ଲାଗିଥିଲେ। ହେଲେ ଗତ ୧୧ ତାରିଖରେ ଘଟଣା ନୂଆ ମୋଡ଼ ନେଇଥିଲା। ଉକ୍ତ ଦିନ ବାଲିପଶି ଗାଁରେ ଦୋଳ ଯାତ୍ରା ଚାଲିଥିବା ବେଳେ ଅଭିଯୁକ୍ତ ସଞ୍ଜୟ ନିଶାସକ୍ତ ଅବସ୍ଥାରେ ସନାତନଙ୍କ ଘରେ ପହଞ୍ଚି ‘କାହିଁକି ଶଙ୍ଖା ଓ ସିନ୍ଦୂର ପିନ୍ଧିଛୁ’ ବୋଲି ରୀନାଙ୍କୁ ପ୍ରଶ୍ନ କରିଥିଲା। ଯାହାକୁ ନେଇ ତାଜୁବ୍‌ ହୋଇ ଯାଇଥିଲେ ରୀନା। ପରେ ସତ ଓଗାଳିଥିଲା ସଞ୍ଜୟ। ସତ କଥା ଜାଣିବା ପରେ ରୀନା ସ‌ଙ୍ଗେ ସଙ୍ଗେ ସାଆନ୍ଦ‌ା ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତାର ତନାଘନା ଆରମ୍ଭ କରିଥିଲା। ପରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ କେନ୍ଦୁପଶି ଗାଁରୁ ସଞ୍ଜୟ ଓ ବାଲିପଶି ଗାଁରୁ ପିଲୁକୁ ଗିରଫ କରିଥିଲା। ଅନ୍ୟତମ ଅଭିଯୁକ୍ତ ବବନ ଫେରାର ହୋଇ ଯାଇଥିବା ପୁଲିସ କହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।