ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଓଡ଼ିଶା ପୁଲିସର ୧୬ଜଣ ଆସିଣ୍ଟାଣ୍ଟ୍ କମାଣ୍ଡାଣ୍ଟ୍ଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ପ୍ରଦୀପ୍ତ କୁମାର ରାଉତଙ୍କୁ ଓଆଇଏସଏଫରୁ ତୃତୀୟ ବାଟାଲିୟନ ଗଜପତି, କନ୍ଧମାଳକୁ ବଦଳି କରାଯାଇଛି। ସେହିଭଳି ଆନନ୍ଦଚନ୍ଦ୍ର ନାୟକଙ୍କୁ ଏସ୍ଓଜି ଭୁବନେଶ୍ବରରୁ ପୁଲିସ ମୁଖ୍ୟାଳୟ କଟକ, ମନୋଜ କୁମାର ନାୟକଙ୍କୁ ପଦୋନ୍ନତି ପରେ ସେ କାର୍ଯ୍ୟ କରୁଥିବା ଅପର କୋଲାବ, କୋରାପୁଟରେ ଅବସ୍ଥାପିତ କରାଯାଇଛି।
ସୁବାସ ଚନ୍ଦ୍ର ମାଝୀଙ୍କୁ ଏସଓଜି ଭୁବନେଶ୍ବରରୁ ଏସଓଜି କୋରାପୁଟ, ଦିଲ୍ଲୀପ କୁମାର ସାହୁଙ୍କୁ ଦ୍ବିତୀୟ ବାଟାଲିୟନ ଝାରସୁଗୁଡାରୁ ବିଟିଆଇ ବୁର୍ଲା, ଅରୁଣ କୁମାର ବେହେରାଙ୍କୁ ଗଜପତିରୁ ଓଏସଏପି ୫ମ ବାଟାଲିୟନ ବାରିପଦା, ସୁଶାନ୍ତ କୁମାର ସାଠୁଆଙ୍କୁ ଷଷ୍ଠ ବାଟାଲିୟନ କଟକରୁ ପ୍ରଥମ ବାଟାଲିୟନ କୋରାପୁଟ, ଲଲାଟେନ୍ଦୁ ମହାନ୍ତିଙ୍କୁ ୭ମ ବାଟାଲିୟନ ଭୁବନେଶ୍ବରରୁ ଓଆଇଏସଏଫ୍ ଭୁବନେଶ୍ବର, ଲଲିତ କୁମାର ବାଘଙ୍କୁ ଆଇଆରବିଏନ୍ ବୌଦ୍ଧରୁ ୮ମ ଆଇଆର୍ବିଏନ୍ ଭଂଜନଗର, ଶିବନାରାୟଣ ନାୟକଙ୍କୁ ୮ମ ଆଇଆରବିଏନ୍ ଭଂଜନଗରରୁ ଦ୍ବିତୀୟ ବାଟାଲିୟନ୍ ଝାରସୁଗୁଡା, ଦୀପକ କୁମାର ଗଡ଼ନାୟକଙ୍କୁ ତୃତୀୟ ବାଟାଲିୟନ କୋରାପୁଟରୁ ତୃତୀୟ ଆଇଆର୍ବିଏନ୍ କଳିଙ୍ଗନଗର, ଅଶୋକ କୁମାର ବିଶ୍ବାଳଙ୍କୁ ଏସଓଜି ଭୁବନେଶ୍ବରରୁ, ବିଏସ୍ପିଏ ଭୁବନେଶ୍ବର, ସଂଜୀବ ଲାକ୍ରାଙ୍କୁ ମାଲାକାନାଗିରିରୁ ରାୟଗଡ଼ା, ଅଦ୍ବୈତ କୁମାର ପ୍ରଧାନଙ୍କୁ ଏସଓଜି ଭୁବନେଶ୍ବରରୁ ୭ମ ବାଟାଲିୟନ ଭୁବନେଶ୍ବର, ରଜତ କେରକେଟାଙ୍କୁ ସିକ୍ୟୁରିଟି ଉଇଙ୍ଗ୍ ଭୁବନେଶ୍ବର, ଜହନ ଏକ୍କାଙ୍କୁ ତୃତୀୟ ଆଇଆରବିଏନ୍ କଳିଙ୍ଗନଗରରୁ ମାଲକାନାଗିରିକୁ ବଦଳି କରାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l