ରାଜ୍ୟ ସ୍ପେଶାଲ ରିପୋର୍ଟ

ଲାଗିହେଲା ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ: ଖପୁରିଆରେ ରଥକାଠ ଚିରଟ ଅନୁକୂଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ପୁରୀ/ କଟକ-ବିଦ୍ୟାଧରପୁର : ଗୁରୁବାର ଦିନ ପବିତ୍ର ଶ୍ରୀରାମ ନବମୀରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କଟକର ନୂଆପଡ଼ା ଖପୁରିଆସ୍ଥିତ ବନ ଉନ୍ନୟନ ନିଗମ କରତକଳରେ ରଥକାଠ ଚିରଟ ଅନୁକୂଳ ହୋଇଛି। ମୋଟ୍‌ରେ ୧୫ କ୍ୟୁବିକ ଫୁଟ କାଠ ଚିରଟ  କରାଯାଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ, ନଡ଼ିଆ ଆଦି ଲାଗି ଓ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚିରଟ ଆରମ୍ଭ ହୋଇଛି। ଏହି କାଠ ସବୁ ମହୀପୁର ଦଶପଲ୍ଲା ରେଞ୍ଜ ନୟାଗଡ଼ ବନବିଭାଗରୁ ଆସିଥିବା ବନଖଣ୍ଡୀୟ ଉପ ଅଧିକାରୀ ଆଲୋକ ରଞ୍ଜନ ହୋତା କହିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ପ୍ରାୟ ୯ଟାରେ ରଥ ତତ୍ତ୍ବବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାରଣା, ଭୋଇ ସର୍ଦ୍ଦାର ରବି ଭୋଇ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ, ନଡ଼ିଆ ଆଦି ନେଇ ଖପୁରିଆ ଗସ୍ତ କରିଥିଲେ। ଏହି ପ୍ରତିନିଧି ଦଳ ସେଠାରେ ପହଞ୍ଚି ପୂଜାର୍ଚ୍ଚନା ପରେ ରଥକାଠ ଚିରଟ ଅନୁକୂଳ ହୋଇଛି। ବନ ଅଧିକାରୀ ଶ୍ରୀ ହୋତା କହିଛନ୍ତି ଯେ ପୂର୍ବବର୍ଷର ଧଉରା ଆସନ କାଠ ମିଶି ୨୭୦୮କ୍ୟୁବିକ୍ ଫୁଟ ଗଚ୍ଛିତ ରହିଛି। ଏ ବର୍ଷ ଅସନ ୧୨ଫୁଟ ଲମ୍ବର ୧୪୭ କ୍ୟୁବିକ୍ ଫୁଟ, ୨୦ ଫୁଟ ଲମ୍ବର ୨୮୩୮ କ୍ୟୁବିକ୍ ଫୁଟ, ଧଉରା ୧୨ଫୁଟ ଲମ୍ବର ୨୨୪୫ କ୍ୟୁବିକ୍ ଫୁଟ, ୨୦ ଫୁଟ ଲମ୍ବର ୩୭୫୩ କ୍ୟୁବିକ ଫୁଟ କାଠ ଚିରଟ ପାଇଁ ଆସିଛି। ପରେ ଫାସି  ଓ ଅନ୍ୟାନ୍ୟ କାଠ ଆସିବ। ଆଜିଠାରୁ ଏହି କରତକଳରେ ୪୫ଦିନ ପର୍ଯ୍ୟନ୍ତ କେବଳ ପୁରୀ ଶ୍ରୀଜିଉଙ୍କ ରଥକାଠ ଚିରଟ ହେବ। କେଉଁଦିନ କେଉଁ କାଠ ଚିରଟ ହେବ, ତାହା ଲଗ୍ନ ପାଞ୍ଜି ଦେଖି ନିର୍ଦ୍ଧାରଣ ହୋଇଥାଏ। ଅନ୍ୟ କାଠ ଚିରିବାକୁ ହେଲେ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଅନୁମତି ଆଣିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ଓଡ଼ିଶା ବନ ଉନ୍ନୟନ ନିଗମ ଖଣ୍ଡୀୟ ଅଧିକାରୀ ରୁଦ୍ରମୋହନ ସାହୁ, ସ ମିଲ ପରିଚାଳକ ତ୍ରିନାଥ ସୁବୁଦ୍ଧି, ମୁଖ୍ୟ କାଠ ଚିରାଳି ଚକ୍ରଧର ନାଥ, ଗୈାରାଙ୍ଗ ସେଠୀ, ଶରତ ପାଇକ ରାୟ, କର୍ପୋରେଟର ସନ୍ତୋଷ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।