ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସାହାରା ଜମାକାରୀଙ୍କ ପାଇଁ ୫ ହଜାର କୋଟି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ସା‌ହାରା-ସେବି ରିଫଣ୍ଡ୍‌ ଖାତାରେ ଥିବା ୨୩ ହଜାର ୯୩୭ କୋଟି ଟଙ୍କାରୁ ୫ ହଜାର କୋଟି ଟଙ୍କା ସାହାରା ଗ୍ରୁପ ଅଫ୍‌ କୋଅପରେଟିଭ୍‌ ସୋସାଇଟି ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ହେବ। ଏହି ଅର୍ଥରାଶି କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କୁ ପ୍ରଦାନ କରାଯିବ। ନିବନ୍ଧକ ସାହାରା ଗୋଷ୍ଠୀର ପ୍ରକୃତ ଜମାକାରୀଙ୍କୁ ନିରପେକ୍ଷ ଓ ଉପଯୁକ୍ତ ଭାବେ ଚିହ୍ନଟ ସହ ସେମାନଙ୍କ ଦ୍ବାରା ଜମା କରାଯାଇଥିବା ଅର୍ଥକୁ ପ୍ରମାଣ ଆଧାରରେ ଫେରସ୍ତ କରିବେ। ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ ସି.ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ପିନାକ ପାଣି ମହାନ୍ତି ବନାମ କେନ୍ଦ୍ର ସରକାର ମାମଲାରେ ଏହି ରାୟ ଦେଇଛନ୍ତି।

ରାୟରେ କୁହାଯାଇଛି ଅର୍ଥରାଶିକୁ ସିଧାସଳଖ ଜମାକରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମାକରାଯିବ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍‌ ସୁଭାଷ ରେଡ୍ଡି ଅର୍ଥ ଆବଣ୍ଟନ ପ୍ରକ୍ରିୟାର ତଦାରଖ କରିବେ। ତାଙ୍କୁ ଏହି ମାମଲାରେ ଆମିକସ କ୍ୟୁରି ଗୌରବ ଅଗ୍ରୱାଲ ସହଯୋଗ କରିବେ। ନିବନ୍ଧକ ଜଷ୍ଟିସ୍‌ ରେଡ୍ଡି ଓ ଆମିକସ କ୍ୟୁରିଙ୍କ ସହିତ ବିଚାରବିମର୍ଶ କରିବା ପରେ କେଉଁ ପଦ୍ଧତିରେ ଅର୍ଥ ଆବଣ୍ଟନ ହେବ ତାର ପ୍ରକ୍ରିୟା ଧାର୍ଯ୍ୟ କରିବେ। ଜଷ୍ଟିସ୍‌ ରେଡ୍ଡିଙ୍କୁ ମାସିକ ୧୫ ଲକ୍ଷ ଟଙ୍କା ଓ ଆମିକସ କ୍ୟୁରିଙ୍କୁ ମାସିକ ୫ ଲକ୍ଷ ଟଙ୍କା ପୈଠ କରାଯିବ। ଜମାକାରୀଙ୍କୁ ତୁରନ୍ତ ଅର୍ଥରାଶି ପ୍ରଦାନ ସହ ଅର୍ଥ ଆବଣ୍ଟନ ୯ ମାସ ମଧ୍ୟରେ ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି। ଅର୍ଥ ଆବଣ୍ଟନ ପରେ ବଳକା ଟଙ୍କା ‘ସାହାରା-ସେବି ରିଫଣ୍ଡ୍‌ ଆକାଉଣ୍ଟ’କୁ ଫେରସ୍ତ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସୁପ୍ରିମକୋର୍ଟ କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଅନ୍ତ ଘଟାଇଛନ୍ତି।

ସାମାଜିକ କାର୍ଯ୍ୟକର୍ତ୍ତା ପିନାକ ପାଣି ମହାନ୍ତିଙ୍କ ଦ୍ବାରା ଓଡ଼ିଶାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥରାଶି ଫେରସ୍ତ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସମବାୟ ମନ୍ତ୍ରାଳୟକୁ ପକ୍ଷଭୁକ୍ତ ହୋଇଥିଲା। କେନ୍ଦ୍ର ସମବାୟ ମନ୍ତ୍ରାଳୟଙ୍କ ପକ୍ଷରୁ ସଲିସିଟର୍‌ ଜେନେରାଲ ତୁଷାର ମେହେଟା ପ୍ରସ୍ତାବ ଦେଇଥିଲେ ଯେ ସାହାରା-ସେବି ରିଫଣ୍ଡ୍‌ ଖାତାରେ ୨୩,୯୩୭ କୋଟି ଟଙ୍କା ପଡ଼ିରହିଛି। ଏଥିରୁ ୫ ହଜାର କୋଟି ଟଙ୍କା ସାହାରା ଗ୍ରୁପ ଅଫ କୋଅପରେଟିଭ ସୋସାଇଟି ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ଲାଗି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ଲୋଡ଼ିଥିଲେ। ଚଳିତମାସ ୨୦ ତାରିଖରେ ଶୁଣାଣି ହୋଇଥିବା ଏହି ମାମଲାର ରାୟକୁ କୋର୍ଟ ସଂରକ୍ଷିତ ରଖିଥିଲେ। ଆଜି ଏହାର ରାୟ ପ୍ରକାଶ ପାଇଛି। ଆବେଦନକାରୀ ମହାନ୍ତି ତାଙ୍କ ପିଟିସନ୍‌ରେ ଓଡ଼ିଶାରେ ସାହାରା ୨ ଲକ୍ଷ ନିବେଶକଙ୍କ ପାଖରୁ ୨୦୦୦ କୋଟି ଟଙ୍କା ଠକିନେଇଥିବା ଉଲ୍ଲେଖ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ