ଦେଶ ବିଦେଶ ରାଜନୀତି

ଗଣତାନ୍ତ୍ରିକ ନୀତିନିୟମ ଆଶା କରୁଛୁ: ରାହୁଲ୍‌ ଗାନ୍ଧୀଙ୍କ ଅଯୋଗ୍ୟତା ଉପରେ ଜର୍ମାନିର ପ୍ରତିକ୍ରିୟା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଥିବା ରାହୁଲ୍‌ ଗାନ୍ଧୀଙ୍କ ‌କ୍ଷେତ୍ରରେ ମୌଳିକ ଗଣତାନ୍ତ୍ରିକ ନୀତିନିୟମ ଲାଗୁ ହେବା ଉଚିତ ବୋଲି ଆଜି ଜର୍ମାନି କହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ମାନିର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ଆନ୍ନାଲେନା ବେର୍‌ବକ୍‌ କହିଛନ୍ତି, ଭାରତୀୟ ବିରୋଧୀ ରାଜନେତା ରାହୁଲ୍‌ ଗାନ୍ଧୀଙ୍କ ବିପକ୍ଷରେ ଦିଆଯାଇଥିବା ରାୟ ଏବଂ ତାଙ୍କ ସଂସଦୀୟ ଜନାଦେଶ ବାତିଲ (ସଂସଦପଦ ରଦ୍ଦ) ପ୍ରସଙ୍ଗରେ ଆମେ ଅବଗତ ଅଛୁ। ଆମ ଜାଣିବାରେ, ଗାନ୍ଧୀ ଏହି ଅଦାଲତ ରାୟକୁ ଚାଲେଞ୍ଜ୍‌ କରିବା ସ୍ଥିତିରେ ଅଛନ୍ତି। ତା’ପରେ ଯାଇ ଜଣାପଡ଼ିବ ଯେ, ଅଦାଲତଙ୍କର ଏହି ରାୟ କାଏମ ରହିବ କି, ନାହିଁ। ତାଙ୍କ ଜାନାଦେଶକୁ (ସାଂସଦପଦ) ବାତିଲ କରାଯିବାରେ କୌଣସି ଭିତ୍ତି ଅଛି କି, ନାହିଁ।

Image Courtesy of Deccan Herald

ମୁଖପାତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ନ୍ୟାୟିକ ମାନଦଣ୍ଡର ସ୍ବାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ କରାଯିବ ବୋଲି ଜର୍ମାନି ଆଶା କରୁଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଆମେରିକା କହିଥିଲା ଯେ, ଆମେରିକା ରାହୁଲ୍‌ ଗାନ୍ଧୀଙ୍କ ମାମଲା ଉପରେ ଦୃଷ୍ଟି ରଖିବା ସହିତ ଭାରତ ସରକାରଙ୍କ ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବାକ୍‌ ସ୍ବାଧୀନତା ପ୍ରସଙ୍ଗ ସଂକ୍ରାନ୍ତ ପ୍ରତିବଦ୍ଧତା ବିଷୟରେ ମତବିନିମୟ କରିଛି।

ସୂଚନାଯୋଗ୍ୟ, ମୋଦୀ ସାଙ୍ଗିଆଧାରୀଙ୍କୁ ଚୋର କହିଥିବା ଅଭିଯୋଗରେ ଗତ ଶୁକ୍ରବାର ଦିନ କେରଳର ୱାୟନାଡ଼ର ଲୋକସଭା ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ଗୁଜରାଟର ସୁରତ ଜିଲ୍ଲା ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଜରିମାନା କରିଥିଲେ। ଏହାପରେ, ଲୋକସଭା ସଚିବାଳୟ ତାଙ୍କ ସାଂସଦପଦ ରଦ୍ଦ କରିବା ସହିତ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍‌ ଜାରି କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର