ଦେଶ ବିଦେଶ

ସୀମାନ୍ତ ନିକଟରେ ରହସ୍ୟମୟ ବିସ୍ଫୋରଣ ଭଳି ଶବ୍ଦ; ଜମ୍ମୁ ଓ କଶ୍ମୀର କଠୁଆରେ ସ୍ଥାନୀୟ ଲୋକେ ଆତଙ୍କିତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଠୁଆ: ବୁଧବାର ସନ୍ଧ୍ୟାରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ହୀରାନଗର ସେକ୍ଟର୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଭଳି ଶବ୍ଦ ଯୋଗୁଁ ଜମ୍ମୁ ଓ କଶ୍ମୀରର କଠୁଆ ଅନ୍ତର୍ଗତ ଏକ ସୀମାନ୍ତ ଗ୍ରାମରେ ଲୋକେ ଆତଙ୍କିତ ହୋଇଯାଇ ଘରୁ ବାହାରକୁ ଚାଲି ଆସିଥିଲେ।

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ‘ବର୍ଡର୍‌ ପୋଲିସ୍‌ ପୋଷ୍ଟ୍‌ ସାନ୍ୟାଲ୍‌’ ଅନ୍ତର୍ଗତ ସୀମାନ୍ତ ଗ୍ରାମ ସାନ୍ୟାଲ୍‌ ବା ଚାନ୍ୟାଲ୍‌ ଗ୍ରାମରେ ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦ ଶୁଭିଥିବା ଖବର ମିଳିଛି। ଆନ୍ତର୍ଜାତିକ ସୀମାକୁ ଲାଗି କେତେ କିଲୋମିଟର୍‌ ଦୂରରେ ଥିବା ଅନ୍ୟାନ୍ୟ ଗ୍ରାମକୁ ମଧ୍ୟ ଉକ୍ତ ବିସ୍ଫୋରଣ ଶୁଭିଥିଲା।

Image Courtesy of ANI

ଶବ୍ଦ ଶୁଭିବା ପରେ ପରେ ବରିଷ୍ଠ ସରକାରୀ ଅଧିକାରୀମାନେ ତୁରନ୍ତ ଉକ୍ତ ଗାଁକୁ ଯାଇଥିଲେ। ନିରାପତ୍ତା ବଳ ମଧ୍ୟ ସେ ଅଞ୍ଚଳରେ ବ୍ୟାପକ ତଲାସ ଅଭିଯାନ ଆରମ୍ଭ କରିଛି।

ଜମ୍ମୁ ଜୋନ୍‌ର ତତ୍ତ୍ବାବଧାନ କରୁଥିବା ଅତିରକ୍ତି ପୁଲିସ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି ଯେ, ପଦସ୍ଥ ଅଧିକାରୀମାନେ ଯଥାଶୀଘ୍ର ଘଟଣାସ୍ଥଳକୁ ଯାଇଛନ୍ତି। ହୀରାନଗର ଥାନା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାକୁ ଲାଗି ଥିବା ‘ବିପିପି ସାନ୍ୟାଲ୍‌’ ନିକଟରେ ବିସ୍ଫୋରଣ ଶବ୍ଦ ଶୁଭିଥିବା ଖବର ମିଳିଛି। ସେ ଅଞ୍ଚଳର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଘଟଣାସ୍ଥଳକୁ ଯାଇଛନ୍ତି।

Image Courtesy of ANI

ହୀରାନଗର ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଶବ୍ଦ ନିଶ୍ଚୟ ଶୁଭିଛି କିନ୍ତୁ, ଏପର୍ଯ୍ୟନ୍ତ କିଛି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ