ରାଜ୍ୟ ସ୍ପେଶାଲ ରିପୋର୍ଟ

୩୦ ମିନିଟ୍‌ରେ ୫୪୩୯ ଥର ବିଜୁଳି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ୩୦ ମିନିଟ୍‌ରେ ୫୪୩୯ ଥର ବିଜୁଳି ମାରିଛି। କଥାଟି ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ବୁଧବାର ଦିନ ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ଆଖପାଖ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ‘ଦାମିନୀ’ ଆପ୍‌ରେ ରେକର୍ଡ ହୋଇଥିବା ଏହି ଘଟଣା ସର୍ବକାଳୀନ ରେକର୍ଡ ବୋଲି ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଅପରାହ୍ନ ୪ଟା ୩୦ ସମୟରେ ସଙ୍ଗଠିତ ହୋଇଥିବା ଘଡ଼ଘଡ଼ି ସହ ବିଜୁଳି ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ମଧ୍ୟ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ଭଦ୍ରକ ଜିଲ୍ଲାର ବାସୁଦେବପୁର, ବାଲେଶ୍ବର ଜିଲ୍ଲାର ସୋର ସମେତ ଆଖପାଖ ଅଞ୍ଚଳରେ ବିଜୁଳି ମାରିଥିବା ‘ଦାମିନୀ’ ଆପ୍‌ରୁ ଜଣାପଡ଼ିଛି। ଅଧିକାଂଶ ସମୟରେ ଏଭଳି ଘଟଣା ହେଉଥିଲେ ମଧ୍ୟ ଆଜି ୩୦ ମିନିଟ୍‌ ମଧ୍ୟରେ ଉକ୍ତ ଅଞ୍ଚଳରେ ୫ହଜାରରୁ ଅଧିକ ଥର ବିଜୁଳି ମାରିବା ବିରଳ। ‘ଦାମିନୀ’ ଆପ୍‌ ମାଧ୍ୟମରେ ପାଣିପାଗ ସମ୍ପର୍କିତ ଟିକିନିଖି ସୂଚନା ମିଳିଥ‌ାଏ। ଏହା ସମସ୍ତଙ୍କୁ ସତର୍କ କରାଏ। ଯଦି ଜଣେ ବିପଦପୂର୍ଣ୍ଣ ଜୋନ୍‌ରେ ଅଛନ୍ତି ‌ତେବେ‌ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଏହା ସୂଚିତ କରାଇଥାଏ। ତେଣୁ ସମସ୍ତେ ଏହାକୁ ବ୍ୟବହାର କରିବାକୁ ସେ ନିବେଦନ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।