ରାଜ୍ୟ

ଧସେଇ ପଶୁଛି ଆନ୍ଧ୍ର, ଓଡ଼ିଶା ନୀରବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପାତ୍ରପୁର(ନୀଳାଞ୍ଚଳ ପଟ୍ଟନାୟକ): ‘ଗଞ୍ଜାମ ଜିଲ୍ଲାରେ ସୀମା ବିବାଦ ନାହିଁ’। ରାଜ୍ୟ ସରକାର ବିଧାନସଭାରେ କେତେ ସ୍ପଷ୍ଟୀକରଣ ରଖିଲେ ବି ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। କାରଣ ବ‌ର୍ଷ ବର୍ଷ ଧରି ପାତ୍ରପୁର ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ତୁମ୍ବା ଓ ବୁରାତାଲ୍ ପଞ୍ଚାୟତର ଅନେକ ସୀମାନ୍ତ ଗ୍ରାମବାସୀଙ୍କୁ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ପ୍ରଲୋଭନ ଦେଖାଇ ସ୍ଥିତି ଜାହିର୍ କରି ଆସୁଛନ୍ତି। ଅର୍ଦ୍ଧାଧିକ ଗ୍ରାମକୁ ନିଜ ଅଧୀନକୁ ନେବା ଲକ୍ଷ୍ୟରେ ଖୁଲମଖୁଲା ଅନୁ‌ପ୍ରବେଶ ଚାଲିଥିବା ବେଳେ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଯେମିତି ନିଦାବିଷ୍ଣୁ ପାଲଟି ଯାଇଛନ୍ତି। ସମାଧାନର କୌଣସି ବାଟ ବାହାରୁନି।

ବିଦ୍ୟୁତ୍, ରାସ୍ତା, ସ୍ବାସ୍ଥ୍ୟ, ଭତ୍ତା ପରେ ଏବେ ପାଣି ପ୍ରକଳ୍ପ
ଓଡ଼ିଶା ପ୍ରଶାସନ ଜାଣତରେ ପାଞ୍ଚମାସ ହେଲା ଚାଲିଛି ପାଣିଟାଙ୍କି ନିର୍ମାଣ

ପୂର୍ବରୁ ସୀମାନ୍ତ ଗ୍ରାମ ଗୁଡ଼ିକରେ ଆନ୍ଧ୍ରପ୍ରଦେଶ ସରକାର ଓ ପ୍ରଶାସନ ପକ୍ଷରୁ ବିଦ୍ୟୁତ୍, ରାସ୍ତା, ସ୍ବାସ୍ଥ୍ୟସେବା, ଘରକୁ ଘର ରାସନ୍ ଯୋଗାଇବା, ଗ୍ରାମବାସୀଙ୍କ ନାମରେ ଭୋଟର୍ ପରିଚୟପତ୍ର ଏବଂ ଆଧାରକାର୍ଡ଼ କରିବା ସହ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ସମେତ ବିଭିନ୍ନ ସୁବିଧା ଦିଆ ଯାଉଥିବାର ନଜିର୍ ରହିଛି। ଆଉ ଏଭଳି ପରିସ୍ଥିତିରେ ଆନ୍ଧ୍ର ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ଲୋକଙ୍କୁ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଏବେ ତୁମ୍ବା ପଞ୍ଚାୟତର କୁଲାଡ଼ି ଗ୍ରାମରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ପାଣିଟାଙ୍କି ନିର୍ମାଣ ଚାଲିଛି। ଦୀର୍ଘ ୫ ମାସ ହେଲା ଏହି ଟାଙ୍କି ନିର୍ମାଣ ଚାଲିଥିବା ବେଳ‌େ ପାତ୍ରପୁର ବ୍ଲକ୍ ପ୍ରଶାସନ ଜାଣି ମଧ୍ୟ କେମିତି ନିରବଦ୍ରଷ୍ଟା ସାଜିଛି ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାତ୍ରପୁର ବ୍ଲକ୍ ପ୍ରଶାସନର ଜାଣତରେ କୁଲାଡ଼ି ଗ୍ରାମରେ ଏହି ଟାଙ୍କି ନିର୍ମାଣ ହେଉଛି। ଯ’ଦ୍ବାରା ତିନିଟି ଗ୍ରାମକୁ ପାଇପ୍‌ଲାଇନ୍ ଯୋଗେ ଜଳଯୋଗାଣ ହେବ। ତେବେ ଆନ୍ଧ୍ରପ୍ରଦେଶ ପ୍ରଶାସନ ଏହି ନିର୍ମାଣ କାମ ହାତକୁ ନେଇଥିବା ବେଳେ ଏ ବିଷୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଅବଗତ ଅଛନ୍ତି କି ନାହିଁ, ବ୍ଲକ୍‌ ପ୍ରଶାସନ ସେ ସୂଚନା ଜିଲ୍ଲା ପ୍ରଶାସନକୁ ଦେଉଛି ନା ନାହିଁ, ଏ ନେଇ କିଛି ସ୍ପଷ୍ଟ ହୋଇପାରୁନି। କେବଳ ଏତିକି ନୁହେଁ, ନିର୍ମାଣସ୍ଥଳରେ କୌଣସି ଫଳକ ମଧ୍ୟ ସ୍ଥାପନ କରାଯାଇନି। ପାତ୍ରପୁର ବ୍ଲକ୍ ଜଳଯୋଗାଣ ଅଧିକାରୀ ରୋବର୍ଟ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କୁଲାଡ଼ିରେ ବିଭାଗ ପକ୍ଷରୁ କୌଣସି ପ୍ରକଳ୍ପ କାମ ହାତକୁ ନିଆଯାଇନି। ଏହାକୁ ଆନ୍ଧ୍ର ନିର୍ମାଣ କରୁଛି।

ଫଳରେ ପାତ୍ରପୁର ବ୍ଲକ୍ ପ୍ରଶାସନର ବେପରୁଆ ନୀତି ପଦାରେ ପଡ଼ିଛି। ଆନ୍ଧ୍ର ସରକାରଙ୍କ ଏହି ପ୍ରକଳ୍ପ ବିଷୟରେ ବିଭାଗୀୟ ଅଧିକାରୀ ମାନେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ତଥ୍ୟ ନନେବା ପଛରେ କାରଣ କ’ଣ ରହିଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଆଗକୁ ଯଦି ରାଜ୍ୟ ସରକାର ଆନ୍ଧ୍ର ଅଧିକାରୀଙ୍କୁ ସୀମାନ୍ତ ଅନୁପ୍ରବେଶ ଉପରେ ରୋକ୍ ନଲଗାଇବେ, ତା’ହେଲେ ‘ଓଡ଼ିଶାଗଡ଼ର ପ୍ରଜା, ଆନ୍ଧ୍ର ହୋଇଛି ରାଜା’ ନ୍ୟାୟରେ ଆଦିବାସୀମାନେ ପ୍ରଲୋଭିତ ହେବେ। ଆଉ ସବୁ ଗ୍ରାମକୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେଇ ସାରିଥିବ। ଏଣୁ ତୁରନ୍ତ ଓଡ଼ିଶା-ଆନ୍ଧ୍ର ଆଦିବାସୀଅଧ୍ୟୁଷିତ ଇଲାକାରେ ବିକାଶ ପାଇଁ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ମତପ୍ରକାଶ ପାଇଛି।

ତୁମ୍ବା ଓ ବୁରାତାଲ୍ ପଞ୍ଚାୟତରୁ ୨୧ରୁ ଅଧିକ ଆଦିବାସୀଅଧ୍ୟୁଷିତ ଗ୍ରାମ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଛି। ଏହି ଦୁଇ ପଞ୍ଚାୟତକୁ ରାଜ୍ୟ ସରକାର ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପରେ ସାମିଲ୍‌ କରିଛନ୍ତି। ଏଠାରେ ବହୁ ବର୍ଷ ହେଲା ତୁମ୍ବା ଉନ୍ନୟନ ଏଜେନ୍‌ସୀ ମଧ୍ୟ କାମ କରୁଛି। ‌ତେବ‌େ ଯୋଗା‌‌ଯୋଗ ସମେତ ବିଭିନ୍ନ ମୌଳିକ ସୁବିଧାରୁ ଆଦିବାସୀମାନେ ଏବେ ବି ବଞ୍ଚିତ ହୋଇ ରହିଛନ୍ତି। ଯାହାର ସୁଯୋଗ ନେଇ ଆନ୍ଧ୍ର ସରକାର ଉକ୍ତ ଗ୍ରାମ ଗୁଡ଼ିକୁ ବିନା ବିଲ୍‌ରେ ବିଦ୍ୟୁତ୍ ସେବା ଯୋଗାଉଛନ୍ତି। ପ୍ରତି ୧୫ ଦିନରେ ଘରକୁ ଘର ବୁଲି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହାସହ ଭତ୍ତା ଓ ରାସନ୍ ଘର ପାଖରେ ପହଞ୍ଚୁଛି। କେବଳ ଏତିକି ନୁହେଁ, ଆନ୍ଧ୍ରପ୍ରଦେଶର ବିଭିନ୍ନ ନିର୍ବାଚନ ପ୍ରକ୍ରିୟା‌ରେ ଏହି ଗ୍ରାମବାସୀ ସାମିଲ ହେଉଛନ୍ତି। ବିଶେଷକରି ପକ୍କାରାସ୍ତାର ସୁବିଧା ନଥିବାରୁ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ପାଇଁ ଏକ ପ୍ରକାର ବାଟ ସଫା। ପଙ୍କାଳ ନିକଟରେ ପ୍ରବାହିତ ମହେନ୍ଦ୍ରତନୟା ନଦୀ ଉପରେ ସେତୁ ଓ କଳିଙ୍ଗଦଳା ଆନିକଟ ନିକଟରେ ସେତୁ ନିର୍ମାଣ ହୋଇପାରୁନି। ଫଳରେ ସମସ୍ତ ୨୧ ଖଣ୍ଡ ଗ୍ରାମର ଲୋକ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।