ଦେଶ ବିଦେଶ

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ଜଳି ପାଉଁଶ ହୋଇଗଲା ଦୁଇ ମହଲା, ଜାରି ରହିଛି ଉଦ୍ଧାରକାର୍ଯ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରର ରାଉରେ ଅବସ୍ଥିତ ୫ ମହଲା ବିଶିଷ୍ଟ ହୋଟେଲ ପପାୟା ଟ୍ରିରେ ବୁଧବାର ସକାଳେ ଭୟାବହ ଅଗ୍ନିକ‌ାଣ୍ଡ ଘଟିଥିଲା। ଏହି ନିଆଁ ବିକରାଳ ରୂପ ଧରି ହୋଟେଲର ସମସ୍ତ ମହଲାକୁ ବ୍ୟାପି ଯାଇଥିଲା। ଫଳରେ ହୋଟେଲର ସମସ୍ତ ରୁମରେ ଧୁଆଁ ଭରି ଯାଇଥିଲା।

ନିଆଁ ଲାଗିବା ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୩ଟି ଦମକଳ ଗାଡି ଓ ୫ଟି ଟ୍ୟାଙ୍କର  ପହଞ୍ଚିଥିଲା। ହୋଟେଲରେ ଧୁଆଁ ଭରି ଯାଇଥିବାରୁ ଉଦ୍ଧାରକାର୍ଯ୍ୟରେ ଅସୁବିଧା ପରିଲକ୍ଷିତ ହୋଇଥିଲା।

ସୂଚନା ମୁତାବକ, ହୋଟେଲରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ସାମିଲ ରହିଥିଲେ। ଧୂଆଁ ହେତୁ ହୋ‌ଟେଲରେ ଥିବା ଜଣେ ମହିଳା ଯାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏବେ ବି ହୋଟେଲରେ ଥିବା ଯାତ୍ରୀଙ୍କୁ ଶିଢ଼ି, କ୍ରେନ ଲଗାଇ ହୋଟେଲ ଭିତରୁ ସୁରକ୍ଷିତ ଭାବେ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ।

ହୋଟେଲ କାଫେଟେରିଆରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୫ ମହଲା ବିଶିଷ୍ଟ ଏହି ହୋଟେଲରେ ୬୦ଟି ରୁମ୍ ରହିଛି। ନିଆଁ ଲାଗିବା ଯୋଗୁଁ ହୋଟେଲର ଦୁଇଟି ମହଲା ଜଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ‌ହୋଇଯାଇଛି।

ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ ହୋଟେଲରେ ରହିଥିବା କୌଣସି ଯାତ୍ରୀଙ୍କୁ  ବିଶେଷ କିଛି କ୍ଷତି ପହଞ୍ଚିନାହିଁ। ତେବେ ଅଗ୍ନିକାଣ୍ଡରେ ହୋଟେଲର କେତେ କ୍ଷୟକ୍ଷତି ଘଟିଛି ତାହାର କୌଣସି ସବିଶେଷ ବିବରଣୀ  ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ