ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବୋଲ ମାନିଲାନି ମା’ର ମନ: ଗୋଟେ ମୁହୂର୍ତ୍ତ ବି ଛୁଆକୁ ଛାଡି ରହି ପାରିଲାନି, ଦୀର୍ଘ ଏକ କିଲୋମିଟର ପର୍ଯ୍ୟନ୍ତ ଦୌଡିଲା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ମାଲକାନଗିରି୧୯/୧୨: ମା’ ଶବ୍ଦ ଠାରୁ ବଡ଼ ଶବ୍ଦ ଦୁନିଆରେ କିଛି ନାହିଁ, କାରଣ ମା’ ନାମ ହିଁ ମମତାର ପ୍ରମାଣ । ଆଉ ସମସ୍ୟା ଯେତେବି ଆସୁ ପରିସ୍ଥିତି ଯାହା ମଧ୍ୟ ହେଉ ମା’ କେବେ ବି ନିଜ ଛୁଆକୁ ନିଜ ଠାରୁ ଦୂର ହେବାକୁ ଦେଇନଥାଏ । ଏସବୁ କଥା ଆମେ ଆପଣଙ୍କୁ ଖାଲି କଥାରେ କହୁ ନାହୁଁ ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି। ଯାହା ଆପଣ ମାନେ ଦେଖିଲେ ଆପେ ଆପେ ବୁଝି ଯିବେ ଯେ ସତରେ ମା’ ର ପ୍ରେମ ଠାରୁ କିଛି ମଧ୍ୟ ବଡ଼ ନାହି ଦୁନିଆରେ। ଏହି ଦୃଶ୍ୟକୁ ଦେଖନ୍ତୁ….

ଏ ଦୃଶ୍ୟ ହିଁ କହୁଛି ମା’ର ମମତାର କଥା । ନିଜ ଛୁଆକୁ କୌଣସି ମତେ ଏକା ଛାଡିବାକୁ ନାରାଜ ମା । ମାଲକାନଗିରି ଜିଲ୍ଲାରେ କିଛି ଏଭଳି ଦୃଶ୍ୟ ଗତକାଲି ରାତିରେ ଦେଖିବାକୁ ମିଳିଥିଲା । ଜିଲ୍ଲା ସଦର ମହକୁମାରେ ଏକ ଗାଡି ଧକ୍କାରେ ଗୁରୁତର ରୂପେ ଆହତ ହୋଇଥିଲା ଗୋଟିଏ ବାଛୁରି । ଆହତ ବାଛୁରିକୁ ଚିକତ୍ସା ନିମନ୍ତେ ଗାଡି ମାଲିକ ଜଣଙ୍କ ଏକ ଟ୍ରଲି ରିକ୍ସା ଯୋଗେ ମାଲକାନଗିରି ପଶୁ ଚିକିତ୍ସାଳୟକୁ ନେଇଥିଲେ। ହେଲେ ମା’ ଗାଈ ନିଜ ଛୁଆକୁ କୌଣସି ମତେ ଏକା ଛାଡିନଥିଲା ଘଟଣାସ୍ଥଳରୁ ପ୍ରାୟ ଏକ କିଲୋମିଟର ରାସ୍ତା ଟ୍ରଲି ପଛରେ ଦୌଡିଥିଲା । ଟ୍ରଲିର ଗତି ସହ ମା ଗାଈଟି ତାଳ ଦେଇ ଯାଇ ପାରୁନି ସତ। କିନ୍ତୁ ନିଜର ସମସ୍ତ ବଳ ଖର୍ଚ୍ଚ କରି ଛୁଆ ନିକଟକୁ ଯାଉଛି । ଭିଡ ରାସ୍ତାରେ ଯାନବାହାନକୁ ପଛରେ ପକାଇ ନିଜ ଛୁଆ ନିକଟକୁ ଆଗେଇ ଚାଲିଛି ।

ଗୋଟିଏ ପ୍ରାଣୀ ହୋଇ ବି ଦେଇଛି ମା’ ର ମମତା ର ପ୍ରମାଣ । ଯେଉଁଠି ମଣିଷ କେବେ ନିଜ ମା’ ଉପରେ ଅତ୍ୟାଚାର କରୁଛି ତ ପୁଣି କେବେ ମା’- ବାପା ନିଜ ସନ୍ତାନ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ସେଭଳି ସମାଜ ପାଇଁ ଏହି ଚିତ୍ର ହିଁ ଆଜି ଅନେକ କିଛି ବୟାନ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ