ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ‘କାୟାକଳ୍ପ’ ବିଜେତା, ୨୪୧୩ ସ୍ବାସ୍ଥ୍ୟାନୁଷ୍ଠାନ ଯୋଗ୍ୟ ବିବେଚିତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : ଜାତୀୟ ସ୍ବାସ୍ଥ୍ୟ ମିସନ୍‌(ଏନ୍‌ଏଚ୍‌ଏମ୍‌), ଓଡ଼ିଶା ପକ୍ଷରୁ ୨୦୨୨-୨୩ ମସିହା ପାଇଁ ‘କାୟାକଳ୍ପ’ ପୁରସ୍କାର ଘୋଷଣା ହୋଇଛି। ରାଜ୍ୟର ସମୁଦାୟ ୨୪୧୩ଟି ସ୍ବାସ୍ଥ୍ୟାନୁଷ୍ଠାନ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ଗରେ ମାଲକାନଗିରି ବିଜେତା ହୋଇଥିବା ବେଳେ ସୁନ୍ଦରଗଡ଼ ଉପ-ବିଜେତା ହୋଇଛି। ତେଣୁ ପୁରସ୍କାର ପାଇବା ପାଇଁ ଚୟନ ହୋଇଥିବା ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କ ରୋଗୀ କଲ୍ୟାଣ ସମିତି(ଆର୍‌କେଏସ୍‌)କୁ ଆବଶ୍ୟକ ଅର୍ଥ ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି।

ପୁରସ୍କାର ପାଇବାକୁ ଚୟନ ହୋଇଥିବା ରାଜ୍ୟର ୨୪୧୩ ସ୍ବାସ୍ଥ୍ୟାନୁଷ୍ଠାନ ମଧ୍ୟରୁ ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୨୨୪ଟି ଉପଖଣ୍ଡ-ସିଏଚ୍‌ସି-ୟୁସିଏଚ୍‌ସି, ୬୫୭ଟି ପିଏଚ୍‌ସି, ୯୬ ୟୁପିଏଚ୍‌ସି ଓ ୧୪୧୦ଟି ଏଚ୍‌ଡବ୍ଲୁସି(ହେଲ୍‌ଥ ଏଣ୍ଡ ୱେଲନେସ ସେଣ୍ଟର) ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ଗରେ ବିଜୟୀ ହୋଇଥିବା ମାଲକାନଗିରିକୁ ୫୦ଲକ୍ଷ ଓ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୦ଲକ୍ଷ ଟଙ୍କା ଦିଆଯିବ। ଉପଖଣ୍ଡ-ସିଏଚ୍‌ସି ବର୍ଗରେ ସମ୍ବଲପୁରର ନକଟିଦେଉଳ ବିଜେତା ଓ ମାଲକାନଗିରି ଏସ୍‌ଡିଏଚ୍‌ ଚିତ୍ରକୋଣ୍ଡା ଉପ-ବିଜେତା ହୋଇଛନ୍ତି। ପୁରସ୍କାର ବାବଦରେ ବିଜେତା ଓ ଉପ-ବିଜେତାଙ୍କୁ ୧୫ଲକ୍ଷ ଓ ୧୦ଲକ୍ଷ ଟଙ୍କା ମିଳିବ। ସେହିପରି ୟୁପିଏଚ୍‌ସି ବର୍ଗରେ ପୁରୀର ଦୋଳବେଦିକୋଣ ଓ ରାଉରକେଲାର କୋଏଲ ନଗର ଯୁଗ୍ମ ବିଜେତା ହୋଇଛନ୍ତି। ଦୁଇ ସ୍ବାସ୍ଥ୍ୟାନୁଷ୍ଠାନକୁ ୨୦ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହ ଭୁବନେଶ୍ବର ସାମନ୍ତପୁରୀ ୟୁପିଏଚ୍‌ସି ବର୍ଗରେ ପ୍ରଥମ ରନର୍ସ ଅପ ଓ କଟକ ଷଣ୍ଢପୁର ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି। ହେଲ୍‌ଥ ଏଣ୍ଡ‌ ୱେଲନେସ-ସବ୍ ସେଣ୍ଟର ବର୍ଗରେ ମଧ୍ୟ ବିଜେତା ଓ ଉପ-ବିଜେତାଙ୍କୁ ଚୟନ କରାଯାଇଛି। ଏହାସହ ସୁନ୍ଦରଗଡ଼ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କେନ୍ଦୁଝରର ଘଟଗାଁ ସିଏଚ୍‌ସିକୁ କାୟାକଳ୍ପ ଇକୋ ଫ୍ରେଣ୍ଡଲି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ସମୁଦାୟ ୧୨.୩ କୋଟି ଟଙ୍କା ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କୁ ପ୍ରଦାନ କରାଯିବ।

ଉଲ୍ଲେଖ ଯେ ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କରେ ସ୍ବଚ୍ଛତା, ସଂକ୍ରମଣ ନିୟନ୍ତ୍ରଣ, ବର୍ଜ୍ୟବସ୍ତୁ ପରିଚାଳନା ଆଦି ବିଷୟକୁ ନେଇ ‘କାୟାକଳ୍ପ’ ପୁରସ୍କାର ପ୍ରଦାନ କରାଯାଉଛି। ୨୦୧୫ ମସିହାରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସଂପ୍ରସାରିତ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।