ରାଜ୍ୟ

୨୦ ଲକ୍ଷ ମେଟ୍ରିକ ଟନ୍‌ ବଳକା ଚାଉଳ ଶୀଘ୍ର ନିଅ, କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଚାଷୀଙ୍କ ସ୍ବାର୍ଥ ପାଇଁ ଓଡ଼ିଶାର ୨୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳକୁ କେନ୍ଦ୍ର ସରକାର ଯଥାଶୀଘ୍ର ଉଠାନ୍ତୁ। ନଚେତ ଧାନ ସଂଗ୍ରହ ବ୍ୟବସ୍ଥା ପ୍ରଭାବିତ ହେବ। କେନ୍ଦ୍ର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଆଜି ଏହି ମର୍ମରେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଚିଠିରେ ଉଲ୍ଲେଖ ରହିଛି ଯେ ୨୦୦୩ ମସିହାରୁ ଓଡ଼ିଶାରେ ଧାନ ସଂଗ୍ରହ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହୋଇସାରିଛି। ଚଳିତ ଖରିଫ୍‌ରେ ୧୪ ଲକ୍ଷ ୯୪ ହଜାର ୩୨୦ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସମେତ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଏଫସିଆଇକୁ ଚାଉଳ ଦିଆଯାଉଛି। ୨୦୨୨ ମସିହାର ଖରିଫ୍‌ ଧାନ ସଂଗ୍ରହ ବ୍ୟବସ୍ଥା ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ସମାପ୍ତ ହୋଇଯିବ। ମାର୍ଚ୍ଚ ୨୨ ସୁଦ୍ଧା ଓଡ଼ିଶା ୬୫.୨୩ ଲକ୍ଷ ମେଟ୍ରିକ ଟନ‌୍‌ ଧାନ ସଂଗ୍ରହ କରିସାରିଛି। ସେଥିରୁ ୪୪.୨୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ ହୋଇପାରିବ। ଏଥିପାଇଁ ୧୩ ହଜାର ୮୧ କୋଟି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇ ସାରିଛି।

Sify.com

ଏଣେ ରବିରେ ୧୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନର ଆଶା ରହିଛି। ଅର୍ଥାତ ଉଭୟ ଖରିଫ ଏବଂ ରବିକୁ ମିଶାଇ ଓଡ଼ିଶା ସମୁଦାୟ ୫୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ କରିବ। ଏଥିରୁ ଜାତୀୟ ଖାଦ୍ୟ ସୁରକ୍ଷା, ରାଜ୍ୟ ଖାଦ୍ୟ ସୁରକ୍ଷା ସମେତ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଗତରେ ଓଡ଼ିଶାର ଚାଉଳ ଆବଶ୍ୟକତା ୨୪ ଲକ୍ଷ ମେଟ୍ରିକ ଟନ୍‌। ଅନ୍ୟଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଫସିଆଇ ଜରିଆରେ କେବଳ ୧୦.୩୩ ଲକ୍ଷ (ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୬ ଲକ୍ଷ) ମେଟ୍ରିକ ଟନ୍‌ ଉଷୁନା ଚାଉଳ ଗ୍ରହଣ କରିବା ପାଇଁ ବିଜ୍ଞପ୍ତି ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ୨୦ ଲକ୍ଷ ମେଟ୍ରିକ ଟନ୍‌ ପର୍ଯ୍ୟନ୍ତ ଚାଉଳ ବଳକା ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଫଳରେ ଓଡ଼ିଶାକୁ ପୁନର୍ବାର ବଳକା ଚାଉଳ ରଖିବା ଚିନ୍ତା ଘାରିଛି।

ଚଳିତ ବର୍ଷ କମ୍‌ ଚାଉଳ ନେଉଛି କେନ୍ଦ୍ର
ଯୋଗାଣ ନିଗମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଚୁକ୍ତିନାମା ଅନୁସାରେ ରାଜ୍ୟର ନିଜସ୍ବ ଆବଶ୍ୟକତା ପୂରଣ ପରେ ଯେତେ ବଳକା ଚାଉଳ ରହିବ ତାହାକୁ କେନ୍ଦ୍ର ସରକାରଙ୍କ ଏଜେନ୍ସି ଭାବରେ ଏଫସିଆଇ ନେବ। କୋଭିଡ୍‌ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟ ପାଇଁ କୌଣସି ସମସ୍ୟା ହେଉନଥିଲା। ପ୍ରାୟ ୩୨ରୁ ୩୪ ଲକ୍ଷ ମେଟ୍ରିକ ଟନ୍‌ ପର୍ଯ୍ୟନ୍ତ ଚାଉଳ ମଧ୍ୟ ଏଫସିଆଇ ନେଉଥିଲା। ଏପରିକି କୋଭିଡ୍‌ ପୂର୍ବରୁ ମଧ୍ୟ ୧୭ରୁ ୨୦ ଲକ୍ଷ ମେଟ୍ରିକ ଟନ୍‌ କେନ୍ଦ୍ର ସରକାର ନେଉଥିଲେ। କିନ୍ତୁ ଚଳିତ ବର୍ଷ କମ୍‌ ଚାଉଳ ନେବା ସହିତ ଅରୁଆ, ଉଷୁନା ଏବଂ ଭିଟାମିନ ଯୁକ୍ତ ଚାଉଳ ନେଇ ସମସ୍ୟା ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟଦିଗରେ, କିଛି ଦିନ ପୂର୍ବରୁ ଯୋଗାଣ ମନ୍ତ୍ରୀ ମଧ୍ୟ ବିଧାନସଭାରେ ସୂଚନା ଦେଇଥିଲେ ଯେ ଗରିବ କଲ୍ୟାଣ ଯୋଜନା ବନ୍ଦ ହେବାରୁ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ହାରାହାରି ମାସିକ ୧୪ ଲକ୍ଷ ୫ ହଜାର ୪୯୪ କ୍ବିଣ୍ଟାଲ ଆବଣ୍ଟିତ ହୋଇ ପାରିବ ନାହିଁ। ଯାହା ଧାନ ସଂଗ୍ରହକୁ ପ୍ରଭାବିତ କରିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।