ରାଜ୍ୟ ସ୍ପେଶାଲ ରିପୋର୍ଟ

କ’ଣ ପାଇଁ ରୁଚିସ୍ମିତା ଆତ୍ମହତ୍ୟା କଲେ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ବଲାଙ୍ଗୀର : ବଲାଙ୍ଗୀର ସହରର ଆଲବମ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା ରହସ୍ୟ ବଢ଼ିବାରେ ଲାଗିଛି। ଅନ୍ୟପଟେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୁଚିସ୍ମିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ସହମତିରେ ମୃତ ଅଭିନେତ୍ରୀଙ୍କ ଚକ୍ଷୁଦାନ କରାଯାଇଛି।

ଏହି ଘଟଣାର ତଦନ୍ତ ଜାରି ରଖିଛି ଟାଉନ ଥାନା ପୁଲିସ। ରୁଚିସ୍ମିତାଙ୍କ ମା’ କହିଛନ୍ତି ଗତକାଲି ଆଳୁପରଠା ତିଆରିକୁ ନେଇ ଝିଅ ସହିତ ବଚସା ହୋଇଥିଲା। ସେଥିପାଇଁ ସେ ଆତ୍ମହତ୍ୟା କରିଛି। ଅନ୍ୟପକ୍ଷରେ ବାପା କହିଛନ୍ତି ଝିଅ ଡିପ୍ରେସନରେ ରହୁଥିଲା। ସେଥିପାଇଁ କିଛି ବର୍ଷ ଆଗରୁ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଔଷଧ ସେବନ କରୁଥିଲା। କିନ୍ତୁ ଡିପ୍ରେସନର ପ୍ରକୃତ କାରଣ କହିପାରୁନାହାନ୍ତି ବାପା। ଏମିତି ଏକ ଦୁଃଖଦ ଘଟଣା ରୁଚିସ୍ମିତାଙ୍କ ପରିବାରରେ ଆଗରୁ ମଧ୍ୟ ଘଟିସାରିଛି।

ଉଲ୍ଲେଖଯୋଗ୍ୟ ଯେ ମୃତ ରୁଚିସ୍ମିତାଙ୍କ ଭାଇ ୪ ବର୍ଷ ଆଗରୁ କୌଣସି କାରଣରୁ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ବାପ କହିଥିଲେ। ଏବେ ପୁଣି ଝିଅ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବାରୁ ପୂରା ପରିବାର ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।