ରାଜ୍ୟ

ଦେବୀ ନଦୀରେ ବୁଡ଼ି ନିଖୋଜ ଘଟଣା: ସକାଳୁ ଉଦ୍ଧାର ହେ‌ଲା ତୃତୀୟ ନାବାଳକଙ୍କର ମୃତଦେହ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁ ନିକଟ ଦେବୀ ନଦୀରେ ବୁଡ଼ି ଯାଇଥିବା ତୃତୀୟ ନାବାଳକଙ୍କର ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଥିବାର ଖବର ମିଳିଛି। ମୃତକ ହେଲେ ଶୁଭମ୍ ପାତ୍ର(୧୬)।
ସୋମବାର ଦିନ ପ୍ରାୟ ୧୦ଟା ବେଳେ ୪ ଜଣ ନାବାଳକ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଥିଲେ। ସଂଧ୍ୟା ସୁଦ୍ଧା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ। ଆମ୍ବଶାଳ ଚନ୍ଦ୍ରପଡ଼ା ଗ୍ରାମର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟଜିତ ବାରିକ (ବବ୍ଲୁ, ୧୬ ବର୍ଷ) ଓ ଚନ୍ଦ୍ରପଡ଼ା ଗ୍ରାମର ମାନସ ବାରିକଙ୍କ ପୁଅ ସ୍ୱାଭିମାନ ବାରିକ (କାହ୍ନା,୧୬ ବର୍ଷ)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର କୁନା ପାତ୍ରଙ୍କ ନବମ ଶ୍ରେଣୀ ପଢ଼ୁଥିବା ପୁଅ ଶୁଭମ୍ ପାତ୍ର(୧୬)ଙ୍କର ଗତକାଲି ପତ୍ତା ମିଳିନଥିଲା।ଏହି ୪ ଜଣ ସାଙ୍ଗ ଆମ୍ବଶାଳ ଗ୍ରାମରୁ ୨ଟି ସାଇକଲରେ ପ୍ରାୟ ୪ କିମି ଦୂର ଦେବୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀ କୂଳରେ ସାଇକଲ ରଖି ଗାଧୋଇକୁ ଯିବା ବେଳେ ସେଠାରେ ଥିବା କେତେକ ସ୍ଥାନୀୟ ଯୁବକ ସେମାନଙ୍କୁ ବାରଣ କରିଥିଲେ। କିନ୍ତୁ ସେମାନେ କଥାକୁ ଗୁରୁତ୍ବ ନଦେଇ ନଦୀ ଭିତରକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ଦୀପକ କୁମାର ମାର୍ଥାଙ୍କ ୧୪ ବର୍ଷୀୟ ପୁତ୍ର ତପନ ମୋବାଇଲରେ ଗାଧୋଇବା ସମୟର ଦୃଶ୍ୟକୁ ଭିଡିଓ କରୁଥବା ବେଳେ ଅନ୍ୟ ୩ ଜଣ ପାଣି ଭିତରେ ପଶି ଥିଲେ। ତେବେ ଜଣକ ପରେ ଜଣେ ପାଣିରେ ବୁଡ଼ି ଯାଉଥିବା ଦେଖି ଭିଡିଓ କରୁଥିବା ତପନ ତୁରନ୍ତ ନଈବନ୍ଧରେ ବସିଥିବା ସେହି ଯୁବକଙ୍କୁ ଡାକ ପକାଇ ସାହାଯ୍ୟ ମାଗିଥିଲା। ବୁଡି ଯାଉଛନ୍ତି ଉଦ୍ଧାର କର ବୋଲି ଚିତ୍କାର ଶୁଣି ସେହି ଯୁବକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ପାଣି ଭିତରେ କାହାକୁ ଦେଖିବାକୁ ପାଇ ନଥିଲେ।
ବାଲିକୁଦା ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ ଖୋଜା ଖୋଜି କରିବା ପରେ ଦିନ ପ୍ରାୟ ଗୋଟାଏ ବେଳକୁ ସତ୍ୟଜିତଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବାଲିକୁଦା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରାହ୍ନ ପ୍ରାୟ ୫ଟାରେ ଏନଡିଆରଏଫ୍ ଟିମ ପହଞ୍ଚି ଖୋଜାଖୋଜି କଲା ବେଳେ ଘଟଣାସ୍ଥଳର କିଛି ଦୂରରେ ସ୍ବାଭିମାନ (କାହ୍ନା)ଙ୍କ ମୃତଦେହ ମିଳି ଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।