ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଣ୍ଡାମା ଗ୍ରାମବାସୀଙ୍କ କୋହ, ‘ଭୋଟ ବେଳେ ନେତାଙ୍କୁ ଦେଖୁଛୁ, ବିକାଶ ଦେଖିନୁ’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରା.ଉଦୟଗିରି: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ଅମୃତ ମହୋତ୍ସବ ପାଳୁଛି। ରାଜ୍ୟ ଓ କେନ୍ଦ୍ର ସରକାର ବିକାଶକୁ ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ବିକାଶର ପରିଭାଷା ଏଠି ପୂରା ଅଲଗା । ବିକାଶ ଯେମିତି ଏଠାରେ ସାତସପନ। ନା’ ଅଛି ଭଲ ରାସ୍ତା, ନା’ ମିଳୁଛି ସ୍ବାସ୍ଥ୍ୟସେବା । ଖାଲି ସେତିକି ନୁହେଁ ପାନୀୟ ଜଳଯୋଗାଣ ଓ ଶିକ୍ଷା ବ୍ୟବସ୍ଥା କଥା ନକହିବା ଆହୁରି ଭଲ। ଏହି ଚିତ୍ର ହେଉଛି, ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଡାବରାଗୁଡ଼ା ପଞ୍ଚାୟତ ମୁଣ୍ଡାମା ଗ୍ରାମର। ଯେଉଁଠି ପିଇବାକୁ ଟୋପାଏ ପାଣି ମିଳୁନି କି, ପିଲାମାନେ ପାଠ ପଢ଼ିବାକୁ ସ୍କୁଲ୍ ନାହିଁ।

ଦୁଇଟି ସାହିର ୩୦ ପରିବାରରେ ରହୁଥିବା ୧୧୦ରୁ ଊର୍ଦ୍ଧ୍ବ ଜନସଂଖ୍ୟାଙ୍କ ପାଇଁ ସବୁଠୁ ଗୁରୁତର ସମସ୍ୟା ହେଉଛି ରାସ୍ତା। ଆଜି ପର୍ଯ୍ୟନ୍ତ ଏଠାରେ ପ୍ରଶାସନ ପକ୍ଷରୁ କୌଣସି ଯୋଜନାରେ ପକ୍କାରାସ୍ତାଟିଏ ନିର୍ମାଣ ହୋଇପାରୁନି। ଫଳରେ ଗର୍ଭବତୀ ଓ ରୋଗୀଙ୍କୁ ଦୋଳାରେ ୬ କିଲୋମିଟର ଦୂର ଫଟାଚାଞ୍ଚଡ଼ା ଗ୍ରାମକୁ ଅଣାଯାଉଛି। ସେଠାରୁ ଆମ୍ବୁଲାନ୍ସ୍ ଯୋଗେ ୩ କି‌ଲୋମିଟର ରା.ଉଦୟଗିରି ଡାକ୍ତରଖାନାକୁ ନିଆ‌ଯାଏ। ଫଳରେ ଗ୍ରାମବାସୀ କିଭଳି ସ୍ବାସ୍ଥ୍ୟସେବା ପାଉଥିବେ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

ସାଧାରଣ ଲୋକେ ଗ୍ରାମର ପୂର୍ବଭା‌ଗରେ ଥିବା ପାହାଡ଼ିଆ ରାସ୍ତା ଦେଇ ୩୦ କିଲୋମିଟର ଅତିକ୍ରମ କଲେ ରା.ଉଦୟଗିରି ବ୍ଲକ୍ ସଦରମହକୁମାରେ ପହଞ୍ଚୁଛନ୍ତି। ତେବେ ପଶ୍ଚିମ ଭାଗରେ ଥିବା ପାଦଚଲା ମାଟିରାସ୍ତାକୁ ଫଟାଚାଞ୍ଚଡ଼ା ପର୍ଯ୍ୟନ୍ତ ପକ୍କା କରିଦିଆଗଲେ ବ୍ଲକ୍ ସଦରମହକୁମାରେ ପହଞ୍ଚିବା ପାଇଁ ୧୧ କିଲୋମିଟର କମ୍ ପଡ଼ିବ। ଫଳରେ ନୂଆଗଡ଼, ନୂଆଗାଁ, ସର୍ଗିସାହି, ଗୟଳମେରା, ଡାବରାଗୁଡ଼ା, ଗଡାପଦର, ଗାନଡୂପଦର, ସଲପଝୁଲା, ଢେଙ୍କାବନ୍ଧ, କଳାପଙ୍କା, ପାଇକରାଇ, ଖଞ୍ଜାମେରା, ତଇ, ଟୁଙ୍ଗୁର ଓ ମୁଣ୍ଡାମା ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷରେ ପିଇବା ପାଣି ପାଇଁ ଗ୍ରାମବାସୀଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ବିଶେଷକରି ଖରାଦିନେ ସ୍ଥିତି ଉତ୍କଟ ରୂପ ନେଉଛି। ଲୋକଙ୍କୁ ଟୋପାଏ ପାଣି ପାଇଁ ପାହାଡ଼ ଉପର ଚୁଆ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ପାଣି ଅତ୍ୟନ୍ତ ଦୂଷିତ। ଏହାସହ ସ୍କୁଲ୍ ନଥିବାରୁ ପିଲାମାନେ ଜଙ୍ଗଲିଆ ରାସ୍ତାରେ ଅନ୍ୟ ଗ୍ରାମର ବିଦ୍ୟାଳୟକୁ ଯାଉଛନ୍ତି।

ଫଳରେ ମୋଟାମୋଟି ଭାବେ କହିବାକୁ ଗଲେ, ମୁଣ୍ଡାମା ଗ୍ରାମକୁ ବିକାଶ ଆଜି ବି ଅପହଞ୍ଚ ପାଲଟିଛି। ନେତାଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଦିନଟିଏ ବି କାହାର ପାଦ ପଡ଼ିନି। କେବଳ ପଞ୍ଚାୟତ ନିର୍ବାଚନ ବେଳେ ନେତା ମୁଣ୍ତ ପୋତି ଭୋଟ୍ ମାଗିବା ପରେ ସ୍ଥିତି ଯେମିତିକୁ ସେମିତି। ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଆଜି ବି ମୁଣ୍ଡାମା ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।
ମୁଣ୍ଡାମା ଗ୍ରାମବାସୀ କହନ୍ତି, ଆମ ପାଇଁ ସବୁ ଯୋଜନା କେବଳ ପ୍ରତିଶ୍ରୁତି। ନିର୍ବାଚନ ଆସିଲେ ମାଳ ମାଳ ନେତାଙ୍କ ସୁଅ ଛୁଟିଥାଏ। ନାନା କଥା କହି ଭୋଟ ପାଇଁ ଭିକ ମାଗିଥାନ୍ତି। ପାଣିଠୁ ଆରମ୍ଭ କରି ସ୍ବାସ୍ଥ୍ୟକେନ୍ଦ୍ର, ସ୍କୁଲ ସୁବିଧା ପାଇଁ ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି। ତା’ପରେ ସ୍ଥିତି ଯେମିତିକୁ ସେମିତି। ବିଗତ କିଛି ବର୍ଷ ମଧୢରେ ଆମେ ନେତାଙ୍କୁ ଦେଖିଛୁ ହେଲେ ବିକାଶକୁ ଦେଖିନୁ । ଆମକୁ କେବଳ ଭଗବାନ ସାହା…।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।