ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ୩ କୁନି ଧାବକ: କୋରାପୁଟରୁ ଦାମନଯୋଡ଼ି ଦୌଡ଼ିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କୋରାପୁଟ : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଛି ବୟସ। କୋରାପୁଟ ଜିଲ୍ଲା ଜୟପୁର ସହରର ତିନି କୁନି ଧାବକ କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ଦାମନଯୋଡ଼ି ପର୍ଯ୍ୟନ୍ତ ଦୌଡ଼ି ବିସ୍ମୟ ସୃଷ୍ଟି କରିଛନ୍ତି। ଏହି ୩ କୁନି ଧାବକ ହେଲେ, ଜୟପୁର ସହର ବଙ୍ଗଳାବାଡ଼ ବାସିନ୍ଦା ଜିତେନ୍ଦ୍ର ବାହାଦୁରଙ୍କ ବଡ଼ ଝିଅ ଯମୁନା(୧୦), ପୁଅ ହରିଶ(୯) ଓ ସା‌ନ ଝିଅ ତପସ୍ୟା(୭)। ପୂର୍ବରୁ ଏହି ତନି ଭାଇଭଉଣୀ ଜୟପୁରରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଦୌଡ଼ି ଚର୍ଚ୍ଚା ଏବଂ ପ୍ରଶଂସା ସାଉଁଟିଥିଲେ।

ରବିବାର ସକାଳ ୭ଟା ୨୦ରେ ବାପା ଜିତେନ୍ଦ୍ରଙ୍କ ସହିତ କୋରାପୁଟ ପୁଲିସ ମୁଖ୍ୟାଳୟ ନିକଟରେ ପହଞ୍ଚିଥିଲେ ତିନି ଭାଇଭଉଣୀ। ଏହାପରେ ଯମୁନା, ହରିଶ ଓ ତପସ୍ୟା ଜାତୀୟ ରାଜପଥ-୨୬ରେ ‌ଦୌଡ଼ିବା ଆରମ୍ଭ କରିଥିଲେ। ଦୀର୍ଘ ୨୭ କିଲୋମିଟର ରାସ୍ତାକୁ ୪ଘଣ୍ଟା ୩୫ ମିନିଟ୍‌ରେ ଅତିକ୍ରମ କରି ପ୍ରାୟ ୧୧ଟା ୫୫ ମିନିଟ୍‌ରେ ଦାମନଯୋଡ଼ିରେ ପହଞ୍ଚିଥିଲେ। ଭବିଷ୍ୟତରେ ସେନାବାହିନୀରେ ଯୋଗଦେଇ ଦେଶ ମାତୃକାର ସେବା କରିବାକୁ ପୁଅଝିଅଙ୍କ ଲକ୍ଷ୍ୟ ରହିଥିବା ବାପା ଜିତେନ୍ଦ୍ର କହିଛନ୍ତି। ଜୟପୁର ଉପର କୋଲାବ ପ୍ରକଳ୍ପ ବିଦ୍ୟାଳୟରେ ଯମୁନା ପଞ୍ଚମ, ହରିଶ ଚତୁର୍ଥ ଏବଂ ତପସ୍ୟା ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।