ରାଜ୍ୟ ସ୍ପେଶାଲ ରିପୋର୍ଟ

ମୟୂରଭଞ୍ଜରେ ବାଟ ହୁଡ଼ିଲାଣି ଜନଔଷଧି ଯୋଜନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାରିପଦା: ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ହାତ ପାହାନ୍ତରେ ସେମାନଙ୍କୁ ଜୀବନ ରକ୍ଷାକାରୀ ତଥା ଉନ୍ନତମାନର ଔଷଧ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ। ଏଭଳି ପରିକଳ୍ପନା ନେଇ ୧୩ ବର୍ଷ ପୂର୍ବେ କେନ୍ଦ୍ର ସରକାର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଖୋଲିଥିଲେ ଜନୌଷଧି କେନ୍ଦ୍ର। ପ୍ରଥମେ ସବୁ ପ୍ରକାର ଔଷଧ ଏହି କେନ୍ଦ୍ରକୁ ଯୋଗାଇ ଦିଆଯାଇଥିଲା। ଏଥିପାଇଁ ଜନୌଷଧି କେନ୍ଦ୍ରରେ ରୋଗୀମାନଙ୍କ ଲମ୍ବା ଧାଡ଼ି ଲାଗୁଥିଲା। ପର୍ଯ୍ୟାୟକ୍ରମେ ବିଭିନ୍ନ ଉନ୍ନତମାନର ଔଷଧ ଯୋଗାଣ ବନ୍ଦ କରି ଦିଆଗଲା। ଏବେ ଅଳ୍ପ କିଛି ସାଧାରଣ ଔଷଧ ଏହି କେନ୍ଦ୍ରମାନଙ୍କରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି।

ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜନୌଷଧି କେନ୍ଦ୍ରକୁ ଔଷଧ ପାଇଁ ଗଲେ ଦାୟିତ୍ବରେ ଥିବା କର୍ମଚାରୀ କହୁଛନ୍ତି ସରିଯାଇଛି, ବରାଦ ଦିଆଯାଇଛି, ଖୁବ୍ ଶୀଘ୍ର ଆସିଯିବ। ଏମିତି କଥା ଶୁଣି ଶୁଣି ପ୍ରତିଦିନ ଶହଶହ ରୋଗୀ ସେଠାରୁ ଫେରୁଥିବା କହିଛନ୍ତି ବାରିପଦାର ଯୁବ ସମାଜସେବୀ ଦେବାଶିଷ ଦାସ। ଜନୌଷଧି କେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ୫୧୦ ପ୍ରକାର ଔଷଧ ମିଳୁଥିଲା। ମଧୁ‌ମେହ, ରକ୍ତଚାପଠାରୁ ଆରମ୍ଭ କରି ବହୁ ଜୀବନ ରକ୍ଷାକାରୀ ଔଷଧ ସବୁ ମିଳୁଥିଲା। ଏହି କେନ୍ଦ୍ରରେ ଅଧିକ ଔଷଧ ବିକ୍ରି ପାଇଁ ମୟୂରଭଞ୍ଜକୁ ପୁରସ୍କାର ବି ମିଳିଥିଲା। ସମୟକ୍ରମେ ୨୦୦ରୁ ୩୦୦ ପ୍ରକାର ଔଷଧ ଯୋଗାଣ ହେଲେ। ପରବର୍ତ୍ତୀ ସମୟରେ ଅଧିକାଂଶ ଔଷଧ ଯୋଗାଣ ବନ୍ଦ ହେବାକୁ ଲାଗିଲା। ଏବେ ୧୦୦ରୁ କମ୍ ପ୍ରକାର ଔଷଧ ମିଳୁଛି। ଆଗରୁ ଦୈନିକ ୨୦ ହଜାର ଟଙ୍କା ଯାଏ କାରବାର ହେଉଥିବା ବେଳେ ଏବେ ୪ରୁ ୫ ହଜାର ଟଙ୍କା କାରବାର ହେବା କଷ୍ଟକର ବୋଲି ଦାୟିତ୍ବରେ ଥିବା କର୍ମଚାରୀ କହିଛନ୍ତି। ଡାକ୍ତରମାନେ ଔଷଧ ଲେଖୁଛନ୍ତି। ଜନୌଷଧି କେନ୍ଦ୍ରକୁ ଯାଇ ଔଷଧ ନେବାକୁ ପରାମର୍ଶ ବି ଦେଉଛନ୍ତି। ହେଲେ ଡାକ୍ତରଙ୍କ ଲେଖା ଅନୁଯାୟୀ ଔଷଧ ନଥିବା କହନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟ ରଜତ ଜେନା।

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଲୋକଙ୍କ ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ। ‌ପ୍ରତିଦିନ ଶହଶହ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ସେବା ନିମନ୍ତେ ଆସୁଛନ୍ତି। ଏଥି ସହ ପଡୋଶୀ ଜିଲ୍ଲା ଓ ରାଜ୍ୟରୁ ବି ରୋଗୀମାନେ ଏଠାକୁ ଆସୁଛନ୍ତି। ତେଣୁ ସେମାନଙ୍କୁ ଜନୌଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଉନ୍ନତମାନର ଔଷଧ ମିଳିଲେ ଖର୍ଚ୍ଚାନ୍ତରୁ ରକ୍ଷା ପାଇ ପାରନ୍ତେ। ହେଲେ ଔଷଧ ମିଳୁ ନଥିବାରୁ ବାଧ୍ୟ ହୋଇ ରୋଗୀମାନେ ଔଷଧ ଦୋକାନରୁ ଅଧିକ ମୂଲ୍ୟ ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଔଷଧ ଦୋକାନୀଙ୍କୁ ବେଶ୍ ସୁହାଉଛି। ଏହାକୁ ନେଇ ସାଧାରଣରେ ବଢ଼ୁଛି ଅସନ୍ତୋଷ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।