ଅପରାଧ ରାଜ୍ୟ

ପୁରୀ: ମାର୍କେଟ କମ୍ପ୍ଲେକ୍ସରେ ନିଆଁ, ୩ ପର୍ଯ୍ୟଟକ ଉଦ୍ଧାର

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କ‌ମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନର କ୍ଷତି ହୋଇଛି। ପ୍ରବଳ ଧୂଆଁ ବାହାରୁଥିବାରୁ କେତେକ ଅଗ୍ନିଶମ କର୍ମଚାରୀ ଅଣନିଶ୍ବାସୀ ହୋଇପଡିଛନ୍ତି। ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସମ୍ରାଟ ଗେଷ୍ଟ ହାଉସରେ ଫସି ରହିଥିବା ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି। ରାତି ୧୧ଟା ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ। ଅଗ୍ନିଶମ ବିଭାଗର ୬ଟି ଗାଡି ୩ଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୁବନେଶ୍ବର, ଖୋର୍ଦ୍ଧା, ସାକ୍ଷୀଗୋପାଳରୁ ଅଗ୍ନିଶମ ଟିମ ଆସି ନିଆଲିଭାଇବାରେ ଲାଗିଛନ୍ତି।

୩ ଘଣ୍ଟା ଧରି ନିଆଁ ଲିଭା ଜାରି

ସମ୍ପୂର୍ଣ୍ଣ ଆୟତ୍ତ ହୋଇପାରିନି ନିଆଁ

ଅକ୍ସିଜେନ ଧରି କମ୍ପ୍ଲେକ୍ସରେ ପଶିଲେ ଅଗ୍ନିଶମ କର୍ମଚାରୀ

ସୂଚନା ଅନୁସାରେ, ବଡଦାଣ୍ଡ ପାର୍ଶ୍ବରେ ରହିଛି ଲକ୍ଷ୍ମୀ ବଜାର। ଏହି ବଜାରରେ ରହିଛି ମାର୍କେଟ କମ୍ପ୍ଲେକ୍ସ।  କୌଣସି କାରଣରୁ ଏହି ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ଯାଇଥିଲା। ତଳ ମହଲାରେ ଥିବା ଏକ ଡ୍ରେସ ଦୋକାନରୁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ଆଶଙ୍କା କରୁଛନ୍ତି। ଚାହୁଁ ଚାହୁଁ ମାର୍କେଟ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲକୁ ନିଆଁ ବ୍ୟାପିଛି। ସମ୍ରାଟ ଗେଷ୍ଟ ହାଉସରେ ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଆସି ରହିଥିଲେ। କିଏ ବ୍ରତ ଘର ଓ ବିଭାଘର ପାଇଁ ଆସି ସେଠାରେ ସେମାନଙ୍କ ସାମଗ୍ରୀ ରଖି ରହିଥିଲେ। ସେହିପରି ନାସିକରୁ ୧୨୦ ପର୍ଯ୍ୟଟକ ସେଠାରେ ରହିଥିବା ସୂଚନା ମିଳିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୩ଜଣ ଫସି ରହିଯାଇଥିଲେ।

ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୨ଜଣ ଅଚେତ ଥିବାବେଳେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହେଉଥିବା ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି। ସେଠାରୁ ବାହାରକୁ ବାହାରିବା ରାସ୍ତା ସଂକୀର୍ଣ୍ଣ ଥିବାରୁ ଅଗ୍ନିଶମ କର୍ମଚାରୀମାନେ ଅକ୍ସିଜେନ ଧରି ଗେଷ୍ଟ ହାଉସ ଭିତରକୁ ଯାଇଛନ୍ତି। ତେବେ ଆଉ କିଛି ପର୍ଯ୍ୟଟକ ଗେଷ୍ଟ ହାଉସ ଭିତରେ ଫସି ରହିଥିବା ସନ୍ଦେହରେ ତନ୍ନ ତନ୍ନ ଯାଞ୍ଚ କରାଯାଉଛି। ମାର୍କେଟ କମ୍ପ୍ଲେକ୍ସର କିଛି ଦୋକାନଗୁଡିକରେ ସର୍ଟର ପଡି ରହିଛି। ସେଥିରୁ ୪ଟି ଦୋକାନ ଖୋଲାଯାଇଛି। ତେବେ ସର୍ଟରଗୁଡିକ ଖୋଲିଲାବେଳେ ନିଆଁର ଧାସ ଆସିଯାଉଥିବାରୁ ଲିଭାଇବାରେ ସମସ୍ୟା ସୃଷ୍ଟିହେଉଛି । ଯେଉଁମାନେ କମ୍ପ୍ଲେକ୍ସ ଭିତରକୁ ଯାଉଛନ୍ତି ସେମାନେ ଅଣନିଶ୍ବାସୀ ହୋଇପଡୁଥିବାରୁ ବାହାରକୁ ଚାଲି ଆସୁଛନ୍ତି। ତଥାପି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଭିତରକୁ ଯାଇ ନିଆଁ ଲିଭାଇବାରେ ଲାଗିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବି ଉପସ୍ଥିତ ଅଛନ୍ତି। ନିଆଁ ଲିଭାଇବାବାରେ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଛି। ପ୍ରାୟ ୯୦ ପ୍ରତିଶତ ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଉଛି। ସ୍ଥିତି ଏବେ ବି ସଙ୍ଗିନ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।