ରାଜ୍ୟ

ମେଗା ଜଳ ପ୍ରକଳ୍ପ ଯୋଜନା: କାମ ସରିବ କେବେ? ଏଥର ଖରାଦିନେ ପୁଣି ନାଳଚୁଆର ପ୍ରଦୂଷିତ ପାଣି ପିଇ‌ବେ ଉପାନ୍ତ ଅଞ୍ଚଳବାସୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାରିପଦା : ସବୁ ଗାଁରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ଏହି ଲକ୍ଷ୍ୟରେ କିଛି ବର୍ଷ ପୂର୍ବେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଥିଲା ବସୁଧା ଯୋଜନା ପ୍ରକଳ୍ପ। ଏଥିରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହି ଯୋଜନାରେ ହୋଇଥିବା ପ୍ରକଳ୍ପରୁ ଅଧିକାଂଶ ସ୍ଥାନରେ ପାଣି ବାହାରୁନି। ଏହାବାଦ୍ ଜିଲ୍ଲାରେ ୧୫୦୦ କୋଟିର ମେଗା ଜଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ବାରିପଦା ଓ ରାଇରଙ୍ଗପୁରରେ ଏହି ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ବାରିପଦାରେ ୧୧୦୦ କୋଟି ଓ ରାଇରଙ୍ଗପୁରରେ ୫୦୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କାମ ହେବ। ତେବେ ଦୁଇ ବର୍ଷ ପୂର୍ବେ ରାଜ୍ୟ ସରକାର ଏହି ମେଗା ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବାକୁ ଗୋଟିଏ ବର୍ଷ ଲାଗିଗଲା। ଏବେ ଏବେ କାମ ଆରମ୍ଭ ହୋଇଛି। ୨୦୨୪ ସୁଦ୍ଧା ସବୁ ଗାଁକୁ ପାଣି ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଏହା ପୂରଣ ହେବାନେଇ ସନ୍ଦେହ ସୃଷ୍ଟି ହୋଇଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମାଞ୍ଚଳରେ ୨୭ ହଜାର ୧୯୬ଟି ନଳକୂପ ରହିଛି। ଗାଁଗୁଡିକୁ ପାଇପ୍ ଯୋଗେ ଜଳଯୋଗାଣ ନିମନ୍ତେ ୫୬୬ଟି ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ରହିଛି। ହେଲେ ଏସବୁରୁ ଲୋକମାନେ ଉପକୃତ ହୋଇ ପାରୁନାହାନ୍ତି। ଖରାଦିନ ଆସିଲେ ଗାଁମାନଙ୍କରେ ପାଣି ପାଇଁ ହାହାକାର ପଡ଼ି ଯାଉଛି। ନଳକୂପରୁ ପାଣି ବାହାରୁ ନାହିଁ। ବାରିପଦା ସଦର, ବାଙ୍ଗିରପୋଷି, ବଡ଼ସାହି, ଉଦଳା, କପ୍ତିପଦା, ସାରଣକଣା, ଶ୍ୟାମାଖୁଣ୍ଟା, କୁଳିଅଣା, ଗୋପବନ୍ଧୁନଗର, ଖୁଣ୍ଟା, ଠାକୁରମୁଣ୍ଡା, ବିଶୋଇ, ବିଜାତଳା, ରରୁଆଁ, ଯଶିପୁର, କରଞ୍ଜିଆ, ଶୁକୃଳି ଆଦି ବ୍ଲକ୍‌ର ଗ୍ରାମାଞ୍ଚଳରେ ଦେଢ଼ ହଜାର ରାଜସ୍ବ ଗାଁରେ ପାଣି ସମସ୍ୟା ରହିଥିବା ବିଭାଗ ପକ୍ଷରୁ ସ୍ବୀକାର କରାଯାଇଛି। ଖରାଦିନେ ଗାଁଠାରୁ ୪-୫ କିଲୋମିଟର ଦୂର ଝରଣା ଓ ନାଳରୁ ପାଣି ସଂଗ୍ରହ କରିବାକୁ ପଡୁଛି ବୋଲି କହନ୍ତି ଶ୍ୟାମାଖୁଣ୍ଟା ଗୋବିନ୍ଦପୁର ଗାଁର ଦିବାକର ଜେନା ଓ ମମତାମୟୀ ମଲ୍ଲିକ। ଏମିତି ସ୍ଥିତିରେ ମେଗା ପ୍ରକଳ୍ପର କାମ କେବେ ଶେଷ ହେଉଛି ଓ ସବୁ ଗାଁକୁ ବିଶୁଦ୍ଧ ପାଣି ପହଞ୍ଚୁଛି ସେନେଇ ଅପେକ୍ଷା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।