ଅପରାଧ ରାଜ୍ୟ

ରୋଗୀଙ୍କ ଜୀବନ ସହ ଖେଳ: ନୟାଗଡ଼ ଜିଲ୍ଲାରେ ମାଳମାଳ ବେଆଇନ ପାଥୋଲାବ୍‌, ଡାଇଗ୍ନୋସିସ୍‌ ସେଣ୍ଟର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ମହକୁମା ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚତୁଃପାର୍ଶ୍ବଠାରୁ ଆରମ୍ଭ କରି ଜିଲ୍ଲାବ୍ୟାପୀ ମାଳମାଳ ବେଆଇନ ଛୋଟ ପାଥୋଲାବ୍‌ଠାରୁ ଆରମ୍ଭ କରି ଡାଇଗ୍ନୋସିସ୍‌ ସେଣ୍ଟର ସବୁ ଖୋଲିଛି। ଜିଲ୍ଲାରେ ଆଇନସମ୍ମତ ଡାଇଗ୍ନୋସିସ୍‌ ସେଣ୍ଟର ସଂଖ୍ୟା ପ୍ରାୟ ୧୫ ହୋଇଥିବା ବେଳେ, ବେଆଇନ ଭାବେ ମାଳମାଳ ଡାଇଗ୍ନୋସିସ୍‌ ସେଣ୍ଟର ଚାଲିଛି। ଛତୁ ଫୁଟିଲା ଭଳି ପାଥୋଲାବ୍‌ ସବୁ ଗଳିକନ୍ଦିରେ ଖୋଲିଛି। ଚିକିତ୍ସା ବିଜ୍ଞାନରେ ସାମାନ୍ୟ ଜ୍ଞାନ ଥିବା ନକଲି ବ୍ୟକ୍ତିବିଶେଷ ଏଠାରେ ସବୁ ଡାକ୍ତରଠାରୁ ଆରମ୍ଭ କରି ଲାବୋରାଟୋରି ଟେକ୍ନିସିଆନ୍‌ ପାଲଟିଯାଇଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ରୋଗୀଙ୍କ ମୃତ୍ୟୁ ଘଟୁଥିବାର ନଜିର୍‌ ମଧ୍ୟ ରହିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରଣପୁର, ଓଡ଼ଗାଁ, ଭାପୁର, ନୂଆଗାଁ, ଗଣିଆ ଆଦି ଅଞ୍ଚଳରେ ପଞ୍ଜିକୃତ ଡାଇଗ୍ନୋସିସ୍‌ ସେଣ୍ଟର ନାହିଁ। ଅନେକ ବେଆଇନ ଡାଇଗ୍ନୋସିସ୍‌ ସେଣ୍ଟରର ରିପୋର୍ଟକୁ ସରକାରୀ ଡାକ୍ତର ମଧ୍ୟ ଗ୍ରହଣ କରୁଛନ୍ତି। ଏଭଳି ବେଆଇନ ସଂସ୍ଥା, ନକଲି ଡାକ୍ତର, ନକଲି ଏଲ୍‌ଟି ପ୍ରମୁଖଙ୍କ ସହିତ ଖୋଦ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ସଂପୃକ୍ତି ଅନେକ ମାମଲାରେ ଧରାପଡ଼ିଥିବା ମଧ୍ୟ ଦେଖାଯାଇଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ। ଏଭଳି ‌ବେଆଇନ କାରବାରକୁ କିଛି ସରକାରୀ ବାବୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ସ୍ପଷ୍ଟ ହେଉଛି।

Midland Healthcare

ବିଭିନ୍ନ ଡାଇଗ୍ନୋସିସ୍‌ ସେଣ୍ଟର, ପାଥୋଲାବ୍‌ରେ ଲାବୋରାଟୋରି ଟେକ୍ନିସିଆନ୍‌ (ଏଲ୍‌ଟି) ଭାବେ କାମ କରୁଥିବା ଅନେକ ବ୍ୟକ୍ତି ନକଲି ବୋଲି ଖବର ମିଳିଛି। କିଏ ପଶ୍ଚିମବଙ୍ଗ ତ କିଏ ଅନ୍ୟ କେଉଁ ରାଜ୍ୟରୁ ସାର୍ଟିଫିକେଟ୍‌ ହାତେଇଛନ୍ତି। ନିଜକୁ ଡାକ୍ତର ବୋଲାଇ ବେଆଇନ ଭ୍ରୂଣ ଚିହ୍ନଟଠାରୁ ଆରମ୍ଭ କରି ଗର୍ଭପାତ ଆଦି କରୁଥିବା ନକଲି ଡାକ୍ତର ବିଶ୍ବନାଥ ଘଡ଼େଇ ୨୦୨୧ ସେପ୍ଟେମ୍ବରରେ ଗିରଫ ହୋଇଥିଲା। ବିଶ୍ବନାଥ ପଶ୍ଚିମବଙ୍ଗରୁ ଏଲ୍‌ଟି କୋର୍ସ କରି ନିଜକୁ ଡାକ୍ତର ବୋଲାଉଥିଲା। ଏଲ୍‌ଟି ସାର୍ଟିଫିକେଟ୍‌ ନକଲି ବୋଲି ମଧ୍ୟ ପୁଲିସ କହିଥିଲା। ବିଶ୍ବନାଥ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରମୁଖ ଅଧିକାରୀଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ସଂପୃକ୍ତି ଜଣାପଡ଼ିବା ପରେ, ମାମଲାର ମୂଳ ପର୍ଯ୍ୟନ୍ତ ପୁଲିସ ଆଉ ପହଞ୍ଚିନଥିଲା।

ପାଥୋଲାବ୍‌, ଡାଇଗ୍ନୋସିସ୍‌ ସେଣ୍ଟର ଭଳି ଏକ୍ସରେ ଆଦି ମଧ୍ୟ ଜିଲ୍ଲାରେ ବେଆଇନ ଭାବେ ଚାଲିଛି। ଅନେକ ପ୍ରମୁଖ ଡାକ୍ତରଙ୍କ ଚେଲାଚାମୁଣ୍ତା ଏହି ସବୁ ସଂସ୍ଥାରେ କର୍ମଚାରୀ ଭାବେ ରହିଛନ୍ତି। ପଞ୍ଜିକୃତ ହୋଇଥିବା ଡାଇ‌ଗ୍ନୋସିସ୍‌ ସେଣ୍ଟରରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର ରହିବା କଥା, କିନ୍ତୁ ଅନେକ ସ୍ଥାନରେ କେବଳ କାଗଜପତ୍ରରେ ଡାକ୍ତରଙ୍କ ନାମ ଗଡ଼ୁଥିବା ଜଣାପଡ଼ିଛି। ସଂପୃକ୍ତ ଡାକ୍ତରମାନଙ୍କର କେବେବି ଡାଇଗ୍ନୋସିସ୍‌ ସେଣ୍ଟରରେ ପାଦ ପଡ଼ୁନଥିବା ବେ‌ଳେ, ମାସକୁ ମାସ କେବଳ ମୋଟା ଅଙ୍କର ଚାନ୍ଦା ନେଉଛନ୍ତି। ଏଭଳି ବିପଜ୍ଜନକ ସ୍ଥିତିକୁ ରୋଗୀମାନଙ୍କୁ ଠେଲି ଦିଆଯାଉଥିବା ବେଳେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟିଛନ୍ତି। କ୍ଲିନିକାଲ ଏଷ୍ଟା‌ବ୍ଲିସମେଣ୍ଟ ଆକ୍ଟର ଉଲ୍ଲଙ୍ଘନ କରି ଅନେକ ଡାଇଗ୍ନୋସିସ୍‌ ସେଣ୍ଟର, ପାଥୋଲାବ୍‌ ‌ଖୋଲିଛି। ତେବେ ଉଭୟ ଆଇନସମ୍ମତ ଓ ବେଆଇନ ଭାବେ ଖୋଲିଥିବା ଅନୁଷ୍ଠାନଗୁଡ଼ିକ ଉପରେ ଚଢ଼ଉ ତଥା ଯାଞ୍ଚର ଆବଶ୍ୟକତା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।