ଅପରାଧ ରାଜ୍ୟ

ବେଧଡକ ଭାବେ ଚାଲିଛି ବେଆଇନ ଇଟା ଭାଟି; ନଷ୍ଟ ହେଉଛି ନଦୀ ପଠା, ସଂକଟରେ ପରିବେଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସେମିଳିଗୁଡା/ସୁନାବେଡା : ବେଧଡକ ବଢିଚାଲିଛି ଇଟା ଭାଟି। ଏଥିଯୋଗୁ ପରିବେଶ ନଷ୍ଟ ହେବା ସହ ପାଖ ନଦୀ ପଠାରୁ ବ୍ୟାପକ ମାଟି ଖୋଳା ଚାଲିଛି। ଯାହାକୁ ନେଇ ସାଧାରଣରେ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ପରିବେଶ ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟରେ ମାଟି ତିଆରି ଇଟା ବ୍ୟବହାର ଉପରେ ୨୦୧୯ରୁ ସରକାରୀ ସ୍ତରରେ ପ୍ରତିବନ୍ଧକ ଲାଗୁ ହୋଇଥିଲେ ହେଁ ବ୍ୟବସାୟୀ ଏହାକୁ ଭ୍ରୁକ୍ଷେପ କରିଚାଲିଛନ୍ତି। ବେଧଡ଼କ ଇଟା ପୋଡା ଚାଲିଛି

ସେମିଳିଗୁଡା କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ସହର। ଦିନକୁ ଦିନ ଏହାର ପରିସୀମା ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ସହ ତାଳଦେଇ ଗୃହ ନିର୍ମାଣ ବଢିବାରେ ଲାଗିଛି। ସେମିଳିଗୁଡାରେ ପ୍ରତିଦିନ ପ୍ରାୟ ୫୦ ହଜାରରୁ ଅଧିକ ଇଟା ଆବଶ୍ୟକ ପଡୁଛି। ଯାହାର ଫାଇଦା ନେଉଛନ୍ତି ବେଆଇନ ମାଟି ଇଟା ବେପାରୀ। ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ ଏକାଧିକ ବେଆଇନ ଇଟା ଭାଟି ଚାଲୁଥିବା ବେଳେ ପ୍ରତିଦିନ ଲକ୍ଷଲକ୍ଷ ଇଟା ପୋଡ଼ାଯାଉଛି। ଏହି ଇଟା ସବୁ ସେମିଲିଗୁଡା ସମେତ ନନ୍ଦପୁର, ଦାମନଯୋଡି ଓ ପଟାଙ୍ଗୀ ଅଞ୍ଚଳରେ ବିକ୍ରୟ ହେଉଛି। ସେମିଳିଗୁଡାର ମାନିଆ, ଜାନିଗୁଡା, ସୁନାବେଡାର ମାଲିଗୁଡା, ଦାମନଯୋଡି ଇଣ୍ଟେକ ରାସ୍ତା ଆଦି ଅଞ୍ଚଳରେ ଭାଟିଗୁଡିକ ରହିଛି। ଶୁଖିଲା ନଦୀ ଶଯ୍ୟା ଓ ପଠାରୁ ମାଟି ଖୋଲାଯାଇ ଇଟା ତିଆରି କରାଯାଉଛି। ଚଷୁ ସାହାଯ୍ୟରେ ଭାଟିରେ ପୋଡିବା ଯୋଗୁ ପରିବେଶ ମଧ୍ୟ ବିଗିଡିବାରେ ଲାଗିଛି। ବାୟୁ ପ୍ରଦୂଷଣ ‌ହେବା ସହ ଭାଟି ମାଲିକ ମାଲାମାଲ ହେଉଛନ୍ତି। ଏଣେ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର।

ଦୀର୍ଘ ବର୍ଷ ହେଲା ଏହା ଚାଲିଥିବା ବେଳେ କେହି ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଜଣାପଡିଛି। ଟ୍ରକ ଓ ଟ୍ରାକ୍ଟର ଯୋଗେ ଇଟା ବୁହା ହେଉଥିବାବେଳେ ଏଥିପ୍ରତି ପ୍ରଶାସନର ନଜର ନପଡ଼ିବା ପରିତାପର ବିଷୟ ହୋଇଛି। ପରିବେଶ ସୁରକ୍ଷା ପାଇଁ ମାଟି ଇଟା ତିଆରି ଓ ବ୍ୟବହାର ଉପରେକଟକଣା କେବଳ କାଗଜ କଲମରେ ସୀମିତ ହୋଇ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବେଆଇନ ମାଟି ଇଟା ଭାଟିଗୁଡିକୁ ତୁରନ୍ତ ଚି଼ହ୍ନଟ କରି ସମ୍ପୃକ୍ତ ମାଲିକମାନଙ୍କୁ ନୋଟିସ ଜାରି କରିବା ପାଇଁ ରାଜସ୍ୱ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସେମିଳିଗୁଡା ତହସିଲଦାର ଜ୍ୟୋତିରାଣୀ ରଥ। ସେମିଳିଗୁଡା ଅଞ୍ଚଳରେ ଥିବା ଇଟାଭାଟି ମାଲିକମାନଙ୍କୁ ନୋଟିସ ଜାରି କରାଯାଇ ବେଆଇନ ଇଟା ନିର୍ମାଣ ଓ ବିକ୍ରି ପାଇଁ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ରାଜସ୍ୱ ନିରୀକ୍ଷକ ଅନୁପ କୁମାର ନାଗ। ଅପରପକ୍ଷେ ସୁନାବେଡା ଅଞ୍ଚଳରେ ଚାଲୁଥିବା ଭାଟି ମାଲିକଙ୍କୁ ନୋଟିସ ଦିଆଯାଇ ଜରିମାନା ଆଦାୟ କରାଯାଇଥିଲେ ମଧ୍ୟପୁଣି ଇଟା ତିଆରି ଚାଲୁ ରହିଛି। ଏ ଦିଗରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁନାବେଡା ରାଜସ୍ୱ ନିରୀକ୍ଷକ ବି. ସନ୍ଧ୍ୟା କୁମାରୀ ପ୍ରକାଶ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।