ରାଜ୍ୟ

କମୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା, ଜୀବିକା ହରାଇବାକୁ ବସିଲେଣି କାରିଗର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଦଶପଲ୍ଲା : ପ୍ରୋତ୍ସାହନ ଅଭାବ, ବଜାର ଚାହିଦା କମ୍ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ପାଇଁ ଦିନକୁ ଦିନ ବାଉଁଶ କାରିଗରମାନେ ସେମାନଙ୍କର ଜୀବିକା ହରାଇବାକୁ ବସିଲେଣି। ବିଶେଷ କରି ବାଉଁଶ କାମ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କାରିଗରଙ୍କ ପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ। ସେମାନଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ହେଉ କି ପ୍ରସ୍ତୁତ କରୁଥିବା ବାଉଁଶ ସାମଗ୍ରୀର ଉଚିତ ପ୍ରାପ୍ୟ ପ୍ରଦାନ ଦିଗରେ କୌଣସି ଗୁରୁତ୍ବ ଦିଆଯାଉନାହିଁ। ଫଳରେ ଏହା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଦଳିତ ବର୍ଗର ପରିବାର ଧିରେଧିରେ ନିଜର କୌଳିକ ବ୍ୟବସାୟ ଉପରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି।

ବିଶେଷ କରି ଦେଖିବାକୁ ଗଲେ ଦଶପଲ୍ଲା ବନାଞ୍ଚଳରେ କଞ୍ଚାମାଲ୍ ଭାବେ ବହୁଳ ଭାବରେ ବାଉଁଶ ମହଜୁଦ୍‌ ରହିଛି। ହେଲେ କେତେକ ସ୍ଥାନରେ ବନ ବିଭାଗର କଟକଣା ହେତୁ ଜଙ୍ଗଲରୁ ବାଉଁଶ ସଂଗ୍ରହ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉନାହିଁ। ଦଶପଲ୍ଲା ବ୍ଲକ୍‌ର ପୋଖରୀଗୋଛା ପଞ୍ଚାୟତର କଇଁଆଡିହଁ, ତେଣ୍ତାବାଡ଼ି ପଞ୍ଚାୟତର ପୋଇବାଡ଼ି, ଭୋଗବାଡ଼ି ପଞ୍ଚାୟତର ସାଦଭୁଇଁ ସମେତ ଅନେକ ସ୍ଥାନରେ ଦଳିତ ପରିବାରଗୁଡ଼ିକ ନିଜର କୌଳିକ ବ୍ୟବସାୟକୁ ଆପଣାଇଛନ୍ତି। ଦୈନିକ ଜଙ୍ଗଲରୁ ବାଉଁଶ ସଂଗ୍ରହ କରିବା, ଏହାକୁ କାଟି କୁଲା, ଡାଲିଆ, ମାଣ, ପାଛିଆ ଆଦି ପ୍ରସ୍ତୁତ କରିବାରେ ବହୁ ଶ୍ରମ ନିବେଶ କରିବାକୁ ପଡ଼ୁଛି। ମାତ୍ର ବଜାରର ଚାହିଦା ନଥିବା ହେତୁ ମଜୁରି ଉଠୁନଥିବା କହୁଛନ୍ତି।

ଏ ସମ୍ପର୍କରେ ସାଦଭୂଇଁ ଗ୍ରାମର କାରିଗରଙ୍କ କହିବା ଅନୁଯାୟୀ, ପୂର୍ବରୁ ଏସବୁ ସାମଗ୍ରୀକୁ ଗାଁ ଗାଁରେ ବୁଲି ବିକ୍ରି କରାଯାଉଥିଲା। ବିକ୍ରି ଅର୍ଥରୁ ବାଉଁଶ ଯୋଗାଡ଼ ପାଇଁ କିଛି ଅର୍ଥ ସଞ୍ଚୟ କରିଥାନ୍ତି। ମାତ୍ର ଏବେ ଆଉ ଏସବୁ ସାମଗ୍ରୀର ବଜାର ଚାହିଦା ନାହିଁ। ବିବାହ, ବ୍ରତ ଆଦି ତିଥିରେ କିଛି ପରିମାଣର କୁଲା, ଡାଲିଆ ବିକ୍ରି ହେଉଛି। ହେଲେ ବର୍ଷସାରା ମାନ୍ଦାବସ୍ଥା ଲାଗି ରହୁଛି। ଗ୍ରାମରେ ପ୍ରାୟ ୧୮ ପରିବାର ବସବାସ କରୁଥିବା ବେଳେ ଏହି ବ୍ୟବସାୟକୁ ସମସ୍ତ ପରିବାର ଆପଣାଇଛନ୍ତି। ଶେଷରେ ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହୋଇ ବ୍ୟବସାୟୀଙ୍କୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। କୁଟୀର ଶିଳ୍ପରେ ନିଜର ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନଥିଲେ ବି ଏମାନେ ପୂର୍ବପୁରୁଷର ବୃତ୍ତିକୁ ବଜାୟ ରଖିଛନ୍ତି। ଏଥିପ୍ରତି ସରକାରୀ ପ୍ରୋତ୍ସାହନ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।