ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର : ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିଥିଳତା, ଅସ୍ପଷ୍ଟତା ଏବଂ ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ପୁଲିସର ଜୁଲମ୍ ଓଡ଼ିଶାର ଜନମାନସକୁ ବିଚଳିତ କରିଛି। ରାଜ୍ୟରେ ଶାସନ କେମିତି ଚାଲୁଛି ଓ କିଏ ଚଲାଉଛି ତାହା ଜଣାପଡୁନାହିଁ। ଏଭଳି କ୍ଷେତ୍ରରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଜରୁରି ହୋଇପଡ଼ିଛି। ତେଣୁ ତାଙ୍କୁ ହସ୍ତକ୍ଷେପ କରିବା ପାଇଁ ଆଜି ଅନୁରୋଧ କରିଛୁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।
ସୋମବାର ଦିନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ବିେଜପିର ବିଧାୟକ ଓ ନେତୃବୃନ୍ଦ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ରାଜଭବନରେ ଭେଟି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। ଏହାପରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ବିଚ୍ ରାସ୍ତାରେ ଜଣେ ପୁଲିସ୍ ଏଏସ୍ଆଇ ଦିବାଲୋକରେ ହତ୍ୟା କରିବା ଭଳି ସଙ୍ଗିନ ଘଟଣା ଓଡ଼ିଶାବାସୀଙ୍କ ମନରେ ପୁଲିସ ପ୍ରଶାସନ ଏବଂ ଆତ୍ମସୁରକ୍ଷା ପ୍ରତି ଭୟର ବାତାବରଣ ସୃଷ୍ଟି କରିଛି। ଏହାପରେ ପୁଲିସର ଦିଗହରା ତଦନ୍ତ ଅନେକଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟ ସରକାର ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି।
ସେହିପରି ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି କରିବା ସତ୍ୱେ ସରକାର ଏଥିପ୍ରତି ଭ୍ରୁକ୍ଷେପ ନକରି ଏ ପରିପ୍ରେକ୍ଷୀରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ପୁଲିସ ସହାୟତାରେ ଆନ୍ଦୋଳନକାରୀ, ରାଜନୈତିକ କାର୍ଯ୍ୟକର୍ତାଙ୍କ ଉପରେ ଅତ୍ୟାଚାର କରିବା ଅତ୍ୟନ୍ତ ନିନ୍ଦନୀୟ। ପୁଲିସ ପ୍ରତିଶୋଧ ପରାୟଣ ହୋଇ ମହିଳା କାର୍ଯ୍ୟକର୍ତାଙ୍କୁ ଅସଦାଚରଣ କରିବା ସହ ଆନ୍ଦୋଳନକାରୀଙ୍କ ବିରୋଧରେ ମିଛ ଦଫା ଲଗାଇ ବେଆଇନ ଭାବେ ସେମାନଙ୍କୁ ଗିରଫ କରି ଜେଲ୍ରେ ଭର୍ତ୍ତି କରୁଛନ୍ତି। ଏନେଇ ପୁଲିସର ଅମାନୁଷିକ ଅତ୍ୟାଚାର ଓ ବର୍ବରତା ବିରୋଧରେ ପ୍ରତ୍ୟେକ ପ୍ରମାଣ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ସତ୍ତ୍ବେ ପୁଲିସ ବିରୁଦ୍ଧରେ କୌଣସି ଏତଲା ଗ୍ରହଣ ନକରାଯିବା ଏବଂ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ସ୍ୱେଚ୍ଛାଚାରୀ ଶାସନ ପରମ୍ପରାର ପରିଚୟ ଦେଉଛି। ତେଣୁ ସରକାର ଏବଂ ପୁଲିସ ପ୍ରତିଶୋଧ ପରାୟଣ ହେବାରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଏହି ଅବସରରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ଜୟନ୍ତ ଷଡ଼ଙ୍ଗୀ, ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ସେଲ୍ ମୁଖ୍ୟ ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l