ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବେଆଇନ ବାରୁଦ ଓ ଆତସବାଜି କାରବାର ବହୁ ପୁରୁଣା। ଏକ ହିସାବରୁ ଜଣାଯାଇଛି, ବେଆଇନ ଆତସବାଜି ଓ ବିସ୍ଫୋରକ କାରବାର ଯୋଗୁଁ ବିଗତ ୧୨ ବର୍ଷ ଭିତରେ ୧୦ ଜଣଙ୍କ ଅକାଳରେ ଜୀବନ ଯାଇଛି। ଏପରିକି ଶିଶୁଙ୍କ ସମେତ ବହୁ ଲୋକ ଅକର୍ମଣ୍ୟ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ଅଧିକାଂଶ ପରିବାର ଘରେଘରେ ଆତସବାଜି ପ୍ରସ୍ତୁତ କରିବା ସହିତ ଗଚ୍ଛିତ କରି ରଖିଥା’ନ୍ତି। ଏହି ଗାଁରେ ଗତ ୨୦୧୦ରୁ ୨୦୨୨ ମଧ୍ୟରେ ୩ ଜଣଙ୍କ ଜୀବନ ଯାଇଛି। କେବଳ ନଳବଣ୍ଟା ନୁହେଁ, ବେଗୁନିଆପଡ଼ା, ଖଲ୍ଲିକୋଟ, ବଡ଼ଗଡ଼, ଭଞ୍ଜନଗର, କୁକୁଡ଼ାଖଣ୍ଡି, ଛତ୍ରପୁର ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ମଧ୍ୟ ବେଆଇନ ଭାବେ ବ୍ୟାପକ ମାତ୍ରାରେ ଆତବାଜି ତିଆରି ହେଉଛି। ବିଗତ ଦିନରେ ଏଭଳି ବେଆଇନ ଆତସବାଜି କାରବାର ଉପରେ ପୁଲିସ ଚଢ଼ଉ କରି ବହୁ କୋଟି ଟଙ୍କାର ବିସ୍ଫୋରକ ଜବତ କରିଛି। ତଥାପି ଏହା ବନ୍ଦ ହେଉନାହିଁ। ଲୁଚାଛପା ବିପଦପୂର୍ଣ୍ଣ ଆତସବାଜି ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ପ୍ରାଣହାନୀ ଘଟିଛି। ଖଲ୍ଲିକୋଟ ସହରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ନିକଟରେ ଏକ ଘରେ ଗତ ୨୦୨୨ ଅକ୍ଟୋବର ୨୯ତାରିଖରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଜିତେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ସେ ୩ ମହଲା ଘରର ଉପର ମହଲାରେ ଏକୁଟିଆ ବସି ଆତସବାଜି ଭିଡ଼ୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ, ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଘରର ଆସବାବପତ୍ର ନଷ୍ଟ ହୋଇଥିଲା।
ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଭୂଷଣ୍ଡପୁରରେ ଆତସବାଜି ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଛି। ଏହି ଘଟଣା ବ୍ରହ୍ମପୁର ସହରରେ ଗତ ୨୦୧୦ରେ ଅନ୍ଧପସରା ରୋଡ଼ସ୍ଥିତ ବାଲୁଙ୍କେଶ୍ବର ବାଣ ମାର୍କେଟ ବିସ୍ଫୋରଣ ଘଟଣାକୁ ଉଜ୍ଜୀବିତ କରିଛି। ୨୦୧୦ ଅଗଷ୍ଟ ୩୦ତାରିଖରେ ଏହି ମାର୍କେଟରେ ବଡ଼ଧରଣର ବିସ୍ଫୋରଣ ଘଟି ବହୁକୋଟିର କ୍ଷୟକ୍ଷତି ହୋଇଥିଲା। ବିସ୍ଫୋରଣରେ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡ଼ି ପଡ଼ିଥିବା ବେଳେ ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଥିଲେ। ସେହିପରି, ୨୦୧୫ ସେପ୍ଟେମ୍ବର ୨ତାରିଖରେ ଭଞ୍ଜନଗର ଥାନା ଢିହପଢ଼ାଳ ଗ୍ରାମରେ ବିସ୍ଫୋରଣ ଘଟି ଜଣେ ଯୁବତୀ ଓ ୫ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପ୍ରଭାବରେ ଘରକାନ୍ଥ ଭାଙ୍ଗି ପଡ଼ୋଶୀ ଘରର ଜଣେ ମହିଳା ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ୩ଦିନ ପରେ ମୃତ୍ୟୁବରଣ କରିଥିଲେ।
୨୦୨୦ ଅକ୍ଟୋବର ୨୯ତାରିଖରେ ବଡ଼ଗଡ଼ ଥାନା କେ. ଭୀମପୁର ଗ୍ରାମରେ ଛାତରେ ଆତସବାଜି ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ବୁଲୁ ମଲ୍ଲିକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେହିପରି, ୨୦୧୫ରେ ଚିକିଟିର ଧାନଘର ଅଞ୍ଚଳରେ ଏକ ଆତସବାଜି ଦୋକାନରେ ବିସ୍ଫୋରଣ ଘଟିବା ଫଳରେ ୭ଜଣ ଆହତ ହୋଇଥିଲେ। ୨୦୨୨ ଅକ୍ଟୋବର ୨୫ତାରିଖରେ ବେଗୁନିଆପଡ଼ା ବ୍ଲକ୍ କନ୍ଦିଆ ଗାଁରେ ବିସ୍ଫୋରଣ ଘଟି ୪ଜଣ ଆହତ ହୋଇଥିବା ବେଳେ ୨୦୨୧ ଅକ୍ଟୋବର ୭ତାରିଖରେ ଫାଶୀ ପଞ୍ଚାୟତ ମେଦିନିପୁର ଗ୍ରାମରେ ବିସ୍ଫୋରଣରେ ୭ବର୍ଷର ଶିଶୁ ଗୁରୁତର ହୋଇଥିଲା। ୨୦୨୦ ଡିସେମ୍ବର ୧୦ତାରିଖରେ ବଡ଼ଖଇରଖମା ଗ୍ରାମରେ ବିସ୍ଫୋରଣ ଘଟି ଜଣେ ୫ବର୍ଷ ଶିଶୁର ହାତ ନଷ୍ଟ ହୋଇ ଯାଇଥିଲା। ସେଭଳି ବେଗୁନିଆପଡ଼ାରେ ଆତସବାଜି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆତସବାଜି ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲାରେ ଏହିଭଳି ଭାବେ ବହୁ ଅଘଟଣ ଘଟିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l