ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ-ବିଦ୍ୟାଧରପୁର : ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବାର ୫ ବର୍ଷ ପରେ ବି ପାଣି ମୁନ୍ଦେ ମିଳିପାରିଲା ନାହିଁ। ଅମୃତ ଯୋଜନାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରୁ ପାଣି ନପାଇ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ଅନ୍ୟପଟେ ପ୍ରତିବର୍ଷ ମରାମତି ନାଁରେ ପ୍ରକଳ୍ପରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହେଉଛି। ସଦର ବ୍ଲକ୍ ନିମେଇଷାପୁର ପଞ୍ଚାୟତ ଅନ୍ତର୍ଗତ ପାନୀୟ ଜଳ ପ୍ରକଳ୍ପରେ ଏଭଳି ଦୁର୍ନୀତି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ପରେ ବି ପାଣି ନ ମିଳିବାରୁ ନିମେଇଷାପୁର, ଦିଗି, ନରହରିପୁର ଭୋଇସାହି ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପଞ୍ଚାୟତ ସଦର ମହକୁମା ଠାରୁ ୬ କିମି ଦୂରରେ ଅବସ୍ଥିତ ନିମେଇଷାପୁର ଗ୍ରାମ ଶିବମନ୍ଦିର ନିକଟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପମ୍ପ ହାଉସ୍ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ପାଣି ବାହାରୁନଥିବା ବେଳେ, ମରାମତି ନାଁରେ କିନ୍ତୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଲୁଟ୍ ହେଉଛି ବୋଲି ସାମ୍ବାଦିକ ପ୍ରଦୀପ ଦାସ, ନଳିନୀ ମହାନ୍ତି, ରବୀନ୍ଦ୍ରନାଥ ସେଠୀ, ସୋମନାଥ ପଣ୍ଡା, ହରିହର ଭୋଇ, ଜଗବନ୍ଧୁ ମଲ୍ଲିକଙ୍କ ସମେତ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସୁନୀତା ମହାନ୍ତିଙ୍କୁ ପଚାରିବାରୁ, ପମ୍ପ ହାଉସ୍ ନିର୍ମାଣ ପରେ ସବୁ ସାହିରେ ପାଇପ୍ ବିଛା କାମ ଶେଷ ହୋଇଥିଲା। କିନ୍ତୁ ରାସ୍ତା କାମ ଯୋଗୁଁ ପାଇପ୍ ନଷ୍ଟ ହୋଇଯାଇଛି। ପମ୍ପ ଚାଲିଲେ ପାଣି ଲିକ୍ ହୋଇ ରାସ୍ତାରେ ମାଡ଼ୁଛି। ମରାମତି କାର୍ଯ୍ୟକୁ ଲୋକମାନେ ବିରୋଧ କରୁଥିବାରୁ ପାଣି ପିଇବାରୁ ବଞ୍ଚିତ ହେଉଛନ୍ତି।
ଅନ୍ୟପକ୍ଷେ ଗ୍ରାମବାସୀ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ଠିକାଦାରଙ୍କୁ ଲଗାଇ ସେ ମରାମତି କରି ସରକାରଙ୍କ ତହବିଲ୍ରୁ ଅଯଥା ଟଙ୍କା ଖର୍ଚ୍ଚ କରୁଛନ୍ତି। ନୂଆ ପାଇପ୍ ବସାଇବା ପାଇଁ ଟେଣ୍ଡର୍ ହୋଇଥିଲା ବେଳେ ମରାମତି ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ଜିଦ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି?। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ନୂଆ ପାଇପ୍ ପାଇଁ ଟେଣ୍ଡର୍ ହୋଇଛି। କାମ ଡେରି ହେବ, ତେଣୁ ଖରାଦିନ ପାଇଁ ପାଇପ୍ ମରାମତି କରି ପାଣି ଦେବାକୁ ମୁଁ ଚେଷ୍ଟା କରୁଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l