ଅପରାଧ ରାଜ୍ୟ

ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବୁ: ଚିନ୍ମୟୀଙ୍କ ମା’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର/ବୁର୍ଲା: ପାଣିରେ ବୁଡ଼ି ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟିଥିବା ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଅନ୍ୟପଟରେ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ପୁଲିସ ୩ଟି ଟିମ୍‌ ଗଠନ କରି ତନାଘନା ଆରମ୍ଭ କରିଛନ୍ତି। ବଲାଙ୍ଗୀର, ସୋନପୁର ଓ ଭୁବନେଶ୍ବର ସହିତ ଏହି ଘଟଣାର କିଛି ଲିଙ୍କ୍‌ ରହିଥିବା ସନ୍ଦେହରେ ପୁଲିସ ସେସବୁ ଜାଗାକୁ ଟିମ୍ ପଠାଇଛି। ସେପଟେ ଚିନ୍ମୟୀଙ୍କ ବନ୍ଧୁ ପ୍ରୀତିମାନ ଦେଙ୍କୁ ବୁର୍ଲା ଥାନାରେ ପଚରାଉଚରା କରାଯାଉଛି। ତେବେ ଗୃହ ବିଭାଗର ଅତିରିକ୍ତ ସଚିବ ଥିବା ତାଙ୍କ ପିତା ପ୍ରଣବ ଦେ ଥାନାରେ ଡେରା ପକାଇଥିବାରୁ ତଦନ୍ତ ପଥଭ୍ରଷ୍ଟ ହୋଇପାରେ ବୋଲି ଅଭିଯୋଗ ‌ହୋଇଛି। ଏପରିକି ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ ଝିଅକୁ ନ୍ୟାୟ ନମିଳଲେ ଆତ୍ମହତ୍ୟା କରିବେ ବୋଲି ଆଜି ଧମକ ଦେଇଛନ୍ତି।

ବୁଧବାର ସକାଳେ ବୁର୍ଲା ପାୱାର ଚ୍ୟାନେଲ୍‌ ନିକଟରୁ ଅଗ୍ନିଶମ ବାହିନୀ ଚିନ୍ମୟୀଙ୍କ ଶବ ଉଦ୍ଧାର କରିବା ପରେ ନୂଆ କଥା ସାମ୍ନାକୁ ଆସିଥିଲା। ଚିନ୍ମୟୀ ଆତ୍ମହତ୍ୟା କରିନାହାନ୍ତି, ବରଂ ହତ୍ୟା କରାଯାଇଛି ବୋଲି ତାଙ୍କ ମାଆ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଆଧାରରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ସମେତ ୨ ଜଣଙ୍କ ନାଁରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଆଜି ଶ୍ରୀମତୀ ସାହୁ କହିଛନ୍ତି, ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର ସମୟରେ ବେକରେ ରଶି ବାନ୍ଧିବାର ଦାଗ ଥିବା ଦେଖିବାକୁ ମିଳିଥିଲା। ସେ ପିନ୍ଧି ଥିବା ସୁନା ଚେନ୍‌ ବି ତାର ବେକରେ ନଥିଲା। ଯଦି ସେ ଆତ୍ମହତ୍ୟା କରିଥାନ୍ତା, ତାହାଲେ ବେକରୁ ସୁନା ଚେନ୍‌କୁ କାହିଁକି ଖୋଲିଥାନ୍ତା? ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ‘ଅଭିଯୁକ୍ତର ବାପା ରାଜ୍ୟ ଗୃହ ବିଭାଗରେ କାର୍ଯ୍ୟରତ ଥିବାରୁ ମାମଲାକୁ ଚାପି ଦେବାକୁ ଚେଷ୍ଟା କରାଯିବ। ମୋତେ ନ୍ୟାୟ ଦରକାର। ଝିଅକୁ ନ୍ୟାୟ ନମିଳିଲେ ଆମେ ଆତ୍ମହତ୍ୟା କରିବୁ ବୋଲି ଲବଙ୍ଗ କହିଛନ୍ତି। ‘ଯଦି ଝିଅକୁ ନ୍ୟାୟ ଦେଇପାରିବୁ ନାହିଁ, ତାହାଲେ ଆମେ ବଞ୍ଚିକି ଲାଭ କଣ ? ଅଧିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି।

ପାଣିରେ ବୁଡ଼ି ମୃତ୍ୟୁ: ଶବ ବ୍ୟବଚ୍ଛେଦ ରିପୋର୍ଟ
ତଦନ୍ତ ପାଇଁ ୩ ପୁଲିସ୍‌ ଟିମ୍ ଗଠିତ
ବୁର୍ଲା ଥାନାରେ ଅଭିଯୁକ୍ତର ବାପାଙ୍କ ଡେରା

ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ସୂଚନା ଦେଇ କହିଛନ୍ତି, ଯେଉଁ ତଥ୍ୟ ପ୍ରମାଣ ଆମ ପାଖରେ ଅଛି, ଆଉ ଯାହା ପ୍ରମାଣ ମିଳିବ, ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ବିଭିନ୍ନ ପ୍ରକାର ପରୀକ୍ଷା କରାଯିବ। ସବୁ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ସେହିଭଳି ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ବୁର୍ଲା ଏସ୍‌ଡିପିଓ କହିଛନ୍ତି ଯେ ଚିନ୍ମୟୀ ନିଜେ ଡେଇଁଥିଲେ, ନାଁ ଆଉ କିଏ ତାଙ୍କୁ ଠେଲିଛି, ତାକୁ ନେଇ ତଦନ୍ତ ଚାଲିଛି। ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ପୁଲିସର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିବ। ଚିନ୍ମୟୀ ଭୁବନେଶ୍ବରରେ ୟୁପିଏସ୍‌ସି ପରୀକ୍ଷା ପାଇଁ ଅଧ୍ୟୟନ କରୁଥିବାରୁ ସେ ରହୁଥିବା ଘରେ ମଧ୍ୟ ଯାଞ୍ଚ କରିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏହା ସହ ତାଙ୍କ ପୁରୁଷ ବନ୍ଧୁ ରହୁଥିବା ସ୍ଥାନରେ ମଧ୍ୟ ଛାନ୍‌ଭିନ୍ ହେବ। ସେପଟେ ତାଙ୍କର ସାଙ୍ଗମାନଙ୍କ ସହ ଆଲୋଚନା କରିବାକୁ ଆଉ ୨ ଟିମ୍‌ ବଲାଙ୍ଗୀର ଓ ସୋନପୁର ଯାଇଛନ୍ତି। ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ପୁଣିଥରେ ତଦନ୍ତ କରିବ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଭିସୁଟ୍‌ର ସମାବର୍ତ୍ତନ ଉତ୍ସବକୁ ଡିଗ୍ରି ସାର୍ଟିଫିକେଟ୍‌ ନେବାକୁ ଚିନ୍ମୟୀ ଆସିଥିଲେ। କିନ୍ତୁ ସେଦିନ ରାତି ୧୦ ବେଳକୁ ସେ ପାଵାର୍‌ ଚ୍ୟାନେଲ୍‌ର ସାଇଫନ୍‌ରେ ବୁଡ଼ି ଯାଇଥିବା ଖବର ଆସିଥିଲା। ବୁଧବାର ସକାଳେ ତାଙ୍କ ମୃତଦେହ ପାଵାର୍‌ ଚ୍ୟାନେଲ୍‌ରୁ ଜବତ ହୋଇଥିଲା। ତେବେ ବୁର୍ଲା ପୁଲିସ ପ୍ରୀତିମାନଙ୍କୁ ଅଟକ ରଖିବା ପରଠୁ ପ୍ରଣବ ଥାନାରେ ଡେରା ପକାଇଛନ୍ତି। ବୁଧବାର ସେ ବୁର୍ଲା ଥାନାକୁ ଯାଇ ପୁଲିସ ସହ ଆଲୋଚନା କରିଥିଲେ। ଗୁରୁବାର ସକାଳେ ଓ ଗୁରୁବାର ରାତି ୯ଟା ୪୦ରେ ମଧ୍ୟ ସେ ଥାନାକୁ ଯାଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।