ରାଜ୍ୟ ସ୍ପେଶାଲ ରିପୋର୍ଟ

୬ ଦିନ ବିତିଲାଣି: କପିଳନାଥ ଉପାସରେ, ପ୍ରଶାସନ-ସେବାୟତ ଆଲୋଚନା ବାରମ୍ବାର ବିଫଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ କପିଳେଶ୍ବର ୬ ଦିନ ହେଲା ଅପୂଜା ରହିଛନ୍ତି। ମନ୍ଦିରରେ ତାଲା ପଡ଼ିଛି। ଏହାକୁ ନେଇ ସାରା ରାଜଧାନୀରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଆଲୋଚନା ବାରମ୍ବାର ବିଫଳ ହେବାରେ ଲାଗିଛି। ଏପରିସ୍ଥଳେ ସେବାୟତଙ୍କ ଜିଦ୍‌କୁ ଭାଙ୍ଗିବା ପାଇଁ ପ୍ରଶାସନ ଆଜି ଆଇନଗତ ପଦକ୍ଷେପ ନେଇଛି। ପ୍ରଶାସନର ପରାମର୍ଶକ୍ରମେ ପୁଲିସ ୧୪ ସେବାୟତଙ୍କ ନାଁରେ ୧୦୭ ଦଫା ଲାଗୁ କରିଛି। ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିରୋଧରେ ଏହି ଦଫାରେ ମାମଲା କରାଯାଇଛି। ଆଗକୁ କୌଣସି ପ୍ରକାର ଗଣ୍ଡଗୋଳ ହେଲେ, ସେମାନେ ଦାୟୀ ରହିବେ ଏବଂ ସେମାନଙ୍କ ବିରୋଧରେ କଠୋର ଫୌଜଦାରୀ ମାମଲା ରୁଜୁ କରାଯିବ। ତେବେ, ଏହି ବିବାଦର ସମାଧାନ ଦିଗରେ ଦେବୋତ୍ତର ବିଭାଗର ନିରବତାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା‌ ସୃଷ୍ଟି ହୋଇଛି। କପିଳେଶ୍ବର ମନ୍ଦିରଠାରୁ ମାତ୍ର ୨ କିମି ଦୂରରେ ଦେବୋତ୍ତର ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଥିବା ସତ୍ତ୍ବେ କପିଳନାଥଙ୍କ ଭଳି ଜୀବନ୍ତ ଠାକୁର ୬ ଦିନ ହେଲା ଉପାସରେ ରହିବା ଘଟଣାକୁ ସହରବାସୀ ନିନ୍ଦା‌ କରିଛନ୍ତି।

ସୂଚନାନୁସାରେ, ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ ୧୪ଜଣ ସେବାୟତଙ୍କ ନାମରେ ୧୦୭ ଦଫାରେ ନୋଟିସ୍‌ ଜାରି କରିଛି। ଆଗକୁ ମନ୍ଦିର ପ୍ରଶାସନ ଠାକୁରଙ୍କ ନୀତିକାନ୍ତି କରାଇବାକୁ ଉଦ୍ୟମ କଲାବେଳେ ସେବାୟତଙ୍କ ପକ୍ଷରୁ ବିଶୃଙ୍ଖଳା ସୃଷ୍ଟି କରାଯିବାର ଆଶଙ୍କା ରହିଛି। ତେଣୁ କୌଣସି ଅପ୍ରୀତିକର ଘଟଣା ଘଟିବା ପୁର୍ବରୁ ଉଭୟ ମଲିଆ ଗୋଷ୍ଠୀର ୭ଜଣ ଓ ଖୁଣ୍ଟିଆ ସେବାୟତ ଗୋଷ୍ଠୀର ୭ଜଣଙ୍କ ବିରୋଧରେ ପୁଲିସ ଏହି ନୋଟିସ ଜାରି କରିଛି। ଆଗକୁ ଆହୁରି ଅଧିକ ସଂଖ୍ୟକ ସେବାୟତଙ୍କ ନାମରେ ଏହି ଦଫା ଲାଗିବ ବୋଲି ପୁଲିସ ସୂଚନା ଦେଇଛି। ଏହି ସେବାୟତମାନେ ୪ ତାରିଖ ମଧ୍ୟରେ ଏକ୍‌ଜିକ୍ୟୁଟିଭ୍‌ ମାଜି‌‌ଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ହୋଇ ପିଆର୍‌ ବଣ୍ତରେ ଦସ୍ତଖତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଧାରଣତଃ ୧୦୭ ଦଫା କୌଣସି ବଡ଼ଧରଣର ଗଣ୍ଡଗୋଳ ପୂର୍ବରୁ ପୁଲିସର ଏକ ସତର୍କ ଘଣ୍ଟି। କୌଣସି ବଡ଼ଧରଣର ଗୋଷ୍ଠୀ ସଂଘର୍ଷ ଆଶଙ୍କା ଦେଖାଗଲେ, କୋର୍ଟ କିମ୍ବା ସରକାରୀ ନିର୍ଦ୍ଦେଶକୁ କେହି ଅବମାନନା କରି ଗଣ୍ଡଗୋଳ କଲେ କିମ୍ବା ଏଭଳି କାମର ଷଡ଼୍‌ଯନ୍ତ୍ରରେ ସାମିଲ ହେଲେ, ପୁଲିସ ଚେତାବନୀ ଦେବାକୁ ଯାଇ ଏହି ଦଫା ଲଗାଇଥାଏ। ଏହା ସତ୍ତ୍ବେ କେହି ପୁଣି ବିଶୃଙ୍ଖଳା କଲେ, ପରବର୍ତୀ ସମୟରେ ୧୧୬ ଦଫା ଲାଗିଥାଏ। ଏ ସମ୍ପର୍କରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ ବାରମ୍ବାର ବିଶୃଙ୍ଖଳା ଯୋଗୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଠାକୁରଙ୍କ ନୀତି ଆଉ କେତେ ଦିନ ବନ୍ଦ ରହିବ? ଠାକୁର ଆଉ କେତେ ଦିନ ଅପୂଜା ଓ ଉପାସରେ ବନ୍ଦୀ ହୋଇ ରହିବେ? ସେବାୟତମାନେ ମନ୍ଦିର ପ୍ରଶାସନର
ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ। ତେଣୁ ଠାକୁରଙ୍କ ନୀତିକାନ୍ତି ପାଇଁ ଅନ୍ୟ ସେବାୟତଙ୍କ ସହଯୋଗ ନେବାକୁ ପଡ଼ିବ। ତେଣୁ ଗଣ୍ଡଗୋଳ ଘଟିବା ଆଶଙ୍କାରେ ପୁଲିସ ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି। ତଥାପି ଏହା ପୂର୍ବରୁ ଶେଷଥର ପାଇଁ ଦୁଇ ସେବାୟତ ଗୋଷ୍ଠୀଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। ୧୦୭ କେସ୍‌ରୁ ଜାମିନ୍‌ ଆସିବାପରେ ଆଲୋଚନା କରାଯିବ ବୋଲି ମଲିଆ ସେବାୟତ କହିଛନ୍ତି। ତେଣୁ ଠାକୁରଙ୍କ କୃପାରୁ ସବୁ ସମସ୍ୟାର ସମାଧାନ ଶାନ୍ତିରେ ହୋଇଯିବାର ଆଶା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାରେ ୮ବର୍ଷ ମଧ୍ୟରେ କ’ଣ ସବୁ ଘଟିଛି, ଚଳିତବର୍ଷ କ’ଣ ହୋଇଛି, କେତେଥର ବୈଠକ କରାଯାଇଛି, ସେସବୁ ବିଷୟରେ ଦେବୋତ୍ତର ବିଭାଗକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜଣାଇ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ହାଇକୋର୍ଟଙ୍କ ଅବଗତି ପାଇଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ମଠ ମନ୍ଦିର ସୁରକ୍ଷା ପରିଷଦର ସଭାପତି ସରୋଜ କୁମାର ମିଶ୍ରଙ୍କ କହିବା କଥା ଏଭଳି ବିବାଦ ପାଇଁ ଦେବୋତ୍ତର ବିଭାଗ ଦାୟୀ। ୮ ବର୍ଷ ହେଲା ବିବାଦ ଲାଗି ରହିଛି, ଅଥଚ ମନ୍ଦିର ପାଖରେ ଥାଇ ବି ଦେବୋତ୍ତର ବିଭାଗ କମିସନର କିଛି କରିପାରିନାହାନ୍ତି। ବିଭାଗର ଏଭଳି କାର୍ଯ୍ୟକଳାପ ଆଗକୁ ମଠ ମନ୍ଦିରର ସୁରକ୍ଷା ପ୍ରତି ବିପଦ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ ଦୁଇ ସେବାୟତ ସମ୍ପ୍ରଦାୟର ଯେ କେହି ବି ବିଶୃଙ୍ଖଳା କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା କଥା। ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ଦିଗରେ ଦେବୋତ୍ତର ବିଭାଗର ଗୁରୁଦାୟିତ୍ବ ରହିଛି ବୋଲି ଶ୍ରୀ ପତି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।