ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି: ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହେବ

 

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଗଷ୍ଟ ୨୦୨୨ରେ ବିଜେପିର ଓଡ଼ିଶା ପ୍ରଭାରୀ ଭାବେ ସୁନିଲ ବଂଶଲଙ୍କୁ ନିଯୁକ୍ତ କରାଯିବା ପରଠାରୁ ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ କଡ଼ା ଟକ୍କର ଦେବାପାଇଁ ବିଜେପି ବିଶେଷ ରଣନୀତି ଉପରେ କାର୍ଯ୍ୟକରୁଛି। ଓଡ଼ିଶା ଉପରେ ପାର୍ଟି ଦୃଷ୍ଟି କେନ୍ଦ୍ରୀଭୂତ କରିବା ସହ ଆଗାମୀ ନିର୍ବାଚନରେ ସମସ୍ତ ଶକ୍ତି ଖଟାଇବ ବୋଲି ଜଣାପଡ଼ିଛି। ଦିଲ୍ଲୀ ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ଦଳକୁ ଓଡ଼ିଶାରେ ଆହୁରି କ୍ରିୟାଶୀଳ କରିବା ପାଇଁ ରାଜ୍ୟ ୟୁନିଟ୍‌ରେ କେତେକ ପରିବର୍ତ୍ତନ କରାଯିବ। ପାର୍ଟିକୁ ତୃଣମୂଳ ସ୍ତରରୁ ଅଧିକ ସଂଗଠିତ କରାଯିବ। ବିଜେପିର କେନ୍ଦ୍ରୀୟ ନେତୃତ୍ବ ଜିଲ୍ଲା ସ୍ତରକୁ ଅଧିକ ମଜଭୂତ କରିବା ପାଇଁ ଗୁରୁତ୍ବାରୋପ କରୁଛନ୍ତି। ଓଡ଼ିଶାକୁ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ଚୂଡ଼ାନ୍ତ କରାଯିବ ବୋଲି ସୂଚନା ମିଳିଛି। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ କିମ୍ବା ଅଧିବେଶନ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ‌କିଛି ରେଳ ଏବଂ ସଡ଼କ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହେବ
ରାଜ୍ୟ ୟୁନିଟ୍‌ରେ ବଡ଼ ପରିବର୍ତ୍ତନ ଚର୍ଚ୍ଚା
ଅମିତ ଶାହ, ନଡ୍ଡା, କେନ୍ଦ୍ରମନ୍ତ୍ରୀମାନେ ଆସିବେ
ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ହେବ ୨୦ଜଣିଆ କୋର୍ କମିଟି

ଏହା ସହିତ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ଗସ୍ତ କରିବେ। ପାର୍ଟିକୁ ତୃଣମୂଳସ୍ତରରେ ମଜଭୁତ କରିବା ପାଇଁ ଏକାଧିକ ସାଂଗଠନିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ବିଶେଷକରି, କେନ୍ଦ୍ରର ବିଭିନ୍ନ
ଯୋଜନା ତଥା ରେଳ ବଜେଟରେ ରାଜ୍ୟକୁ ଏନ୍‌ଡିଏ ସରକାରଙ୍କ ଗୁରୁତ୍ବକୁ କିଭଳି ଭୋଟରଙ୍କ ନିକଟରେ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯିବ ତାହା ଫୋକସ୍‌ କରାଯିବ। ଓଡ଼ିଶାର ପ୍ରତ୍ୟେକ ବିଧାନସଭା ଏବଂ ଲୋକସଭା କ୍ଷେତ୍ରରେ ଦଳର ସ୍ଥିତିକୁ ନିୟମିତ ଭାବେ ତଦାରଖ କରାଯିବ। ଏଥିପାଇଁ ପ୍ରତ୍ୟେକ ବିଧାନସଭା ଏବଂ ଲୋକସଭା ‌କ୍ଷେତ୍ର ପାଇଁ ‌୨୦ ଜଣିଆ କୋର୍‌ କମିଟି ଗଠନ କରାଯିବ। କୋର୍‌ କମିଟିରେ ପାର୍ଟିର ଜିଲ୍ଲା ସଭାପତି, ପୂର୍ବରୁ ନିର୍ବାଚନରେ ହାରିଥିବା ପ୍ରାର୍ଥୀ. କ୍ଷେତ୍ରର ପଦାଧିକାରୀଗଣ ସାମିଲ ହେବେ। କମିଟି ପ୍ରତି ମାସରେ ଥରେ ବୈଠକ କରିବ ଓ କ୍ଷେତ୍ର ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀମାନଙ୍କୁ ରିପୋର୍ଟ ଦେବ।

ବିଶେଷ କରି ବୁଥ୍‌ ପରିଚାଳନକୁ ବିଜେପି ସଂଗଠିତ ଏବଂ ସୁଦୃଢ଼ କରିବା ପାଇଁ ‌ଯୋଜନା ପ୍ରସ୍ତୁତ କରିବ। ଅଲଗା ଅଲଗା ରାଜ୍ୟପାଇଁ ବିଜେପିର ଭିନ୍ନ ଭିନ୍ନ ରଣନୀତି ରହିଛି। ଯେଉଁ ରାଜ୍ୟରେ ବିଜେପି କ୍ଷମତାରେ ରହିଛି ସେହି ରାଜ୍ୟ ସରକାରଙ୍କ ସଫଳତା ଓ ଯେଉଁଠି କ୍ଷମତାରେ ନାହିଁ ସେଠାରେ ରାଜ୍ୟ ସରକାରଙ୍କ ବିଫଳତାକୁ ଦଳ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି।। ଉଦାହରଣସ୍ବରୂପ ବିଜେପି ରାଜସ୍ଥାନରେ ଜନଆକ୍ରୋଶ ଯାତ୍ରା, ତେଲେଙ୍ଗାନାରେ ପ୍ରଜାଗୋସା- ଭାଜପା ଭାରୋସା ଯାତ୍ରା ନାମରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ବରକୁ ଶାଣିତ କରିବା ଅଭିଯାନ ଆରମ୍ଭ ହୋଇଛି। ଅନୁରୂପ ଶୈଳୀରେ ବିଜେପି ତାର ଓଡ଼ିଶା ଅଭିଯାନକୁ କ୍ରିୟାଶୀଳ କରିବ ବୋଲି ଦଳୀୟ ଶୀର୍ଷ ମହଲରୁ ପ୍ରକାଶ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।