ଅପରାଧ ରାଜ୍ୟ

ପୁଲିସ୍‌ ସ୍ବାମୀ ମାଡ଼ରେ ପୁଲିସ ପତ୍ନୀ ଘାଇଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବସ୍ତା-୨: ସ୍ବାମୀ ପୁଲିସ, ପତ୍ନୀ ବି ପୁଲିସ। ଏମାନେ ଲୋକଙ୍କ କଳି ଝଗଡ଼ା ସମାଧାନ କରିବା କଥା। ହେଲେ ନିଜ ଘର କଳି ଆଜି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ପୁଲିସ ସ୍ବାମୀର ମାଡ଼ରେ ସ୍ତ୍ରୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେପ‌ଟେ ସ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ତରଫରୁ ହୋଇଥିବା ଆକ୍ରମଣରେ ସ୍ବାମୀ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ବସ୍ତା ଥାନା ପାଳସିଆ ଗ୍ରାମର ବିଜୟ ଦାସ, ସୋର ଅଞ୍ଚଳର ଅନ୍ନପୂର୍ଣ୍ଣା ଜେନାଙ୍କୁ ବିବାହ କରିଛନ୍ତି। ଉଭୟଙ୍କର ଅଢ଼େଇବର୍ଷର ଏକ କନ୍ୟାସନ୍ତାନ ଅଛି। ବିଜୟ ବାରିପଦାସ୍ଥିତ ପୁଲିସ ବାଟାଲିୟନରେ କନେଷ୍ଟବଳ ଥିବା ବେଳେ ଅନ୍ନପୂର୍ଣ୍ଣା ବାଲେଶ୍ବର ସହଦେବଖୁଣ୍ଟା ଥାନାରେ କନେଷ୍ଟବଳ ଅଛନ୍ତି। ବିବାହର କିଛିଦିନ ପରେ ବିଜୟଙ୍କର ଆଉ ଜଣେ ମହିଳାଙ୍କ ସହ ପ୍ରେମସମ୍ପର୍କ ରହିଥିବା ଅନ୍ନପୂର୍ଣ୍ଣା ଜାଣିବାକୁ ପାଇଥିଲେ। ଏପରିକି ସ୍ୱାମୀଙ୍କ ସହ ସମ୍ପୃକ୍ତ ମହିଳାଙ୍କୁ ଦୀଘା ସମେତ ବିଭିନ୍ନ ସ୍ଥାନରେ ଦେଖି ଅନ୍ନପୂର୍ଣ୍ଣା ପ୍ରତିବାଦ କରିଥିବା ବେଳେ ଥରେ ତାଙ୍କଠାରୁ ମାଡ଼ ଖାଇଥିଲେ ଏବଂ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରି ସ୍ବାମୀଙ୍କୁ ଗିରଫ ମଧ୍ୟ କରାଇଥିଲେ। ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବା ପରେ ବିଜୟ ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି।

ତେବେ ଆଜି ଅନ୍ନପୂର୍ଣ୍ଣା ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ସ୍ବାମୀ ବିଜୟ ପ୍ରେମିକାଙ୍କ ସହ ଘରେ ଥିବା ଖବର ପାଇଥିଲେ। ଅନ୍ନପୂର୍ଣ୍ଣା ଘରକୁ ଆସି ତାଙ୍କର କିଛି ମହିଳା ସହଯୋଗୀଙ୍କୁ ଡକାଇବା ସହ ବିଜୟ ଥିବା ଘରେ ତାଲା ପକାଇ ଦେଇଥିଲେ। ଏହି ସମୟରେ ବିଜୟଙ୍କ ପରିବାର ଲୋକେ ଅନ୍ନପୂର୍ଣ୍ଣାଙ୍କ ସହିତ ସମସ୍ତ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ପାଖରେ ଥିବା ମୋବାଇଲକୁ ଛଡ଼ାଇ ନେଇଥିଲେ। ଅନ୍ନପୂର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ପୁଲିସ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ସେପଟେ ବିଜୟଙ୍କୁ ଅନ୍ନପୂର୍ଣ୍ଣା ଓ ତାଙ୍କ ସହଯୋଗୀ କଟୁରିରେ ଆକ୍ରମଣ କରିଥିବା ତାଙ୍କ ଭଉଣୀ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବସ୍ତା ଥାନାରେ ଅନ୍ନପୂର୍ଣ୍ଣାଙ୍କ ୨ ସହଯୋଗୀ ମହିଳା କନେଷ୍ଟବଳଙ୍କ ବିରୋଧରେ କେସ୍ ନଂ ୬୪/୨୩ରେ ମାମଲା ରୁଜୁ ହୋଇଛି। ତେବେ ଅନ୍ନପୂର୍ଣ୍ଣାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।