ରାଜ୍ୟ

ରାଜ୍ୟରେ ୧୮% ମହିଳା ଚାଷୀ: ମଣ୍ଡିରେ ନାହିଁ ସ୍ବତନ୍ତ୍ର ବିଶ୍ରାମ ଗୃହ କି ଶୌଚାଳୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଜ୍ୟର ସମୁଦାୟ ଚାଷୀଙ୍କ ମଧ୍ୟରୁ ୧୮% ମହିଳା ଚାଷୀ। ଏଥିରେ ଧାନ ଠାରୁ ପରିବା ଚାଷୀ ଓ ମତ୍ସ୍ୟଜୀବୀ ରହିଛନ୍ତି। ସିଧା ସିଧା କହିଲେ-୨୧ ଲକ୍ଷ କୃଷିଜୀବୀଙ୍କ ମଧ୍ୟରୁ ୯ ଲକ୍ଷ ମହିଳାଙ୍କର କୃଷି ଉତ୍ପାଦନରେ ସିଧାସଳଖ ଭାଗିଦାରୀ ରହିଛି। ରାଜ୍ୟ କୃଷି ବିଭାଗ ନିଜସ୍ବ ଯୋଜନା ମିଲେଟ୍ ଠାରୁ ପରିବା, ମତ୍ସ୍ୟ ଉତ୍ପାଦନ ସବୁଥିରେ ମହିଳା ଚାଷୀଙ୍କୁ ଅଗ୍ରାଧିକାର ଦେଉଛି। କୃଷି ଯାନ୍ତ୍ରିକୀକରଣରେ ମହିଳାଙ୍କୁ ରିହାତି ଏବଂ ମହିଳାଙ୍କ ବ୍ୟବହାର ଉପଯୋଗୀ ଯନ୍ତ୍ରପାତି ତିଆରି କରାଯାଉଥିବା କୁହାଯାଉଛି। ହେଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ମଣ୍ଡି ଖୋଲିବା ତ ଦୂରର କଥା ଧାନ ସଂଗ୍ରହ ପାଇଁ ପଞ୍ଜୀକୃତ ୧୬ ଲକ୍ଷ ୫୯ ହଜାର ୮୯୯ ଚାଷୀ ମଧ୍ୟରେ ମହିଳା ଏବଂ ପୁରୁଷଙ୍କ ସଂଖ୍ୟା କେତେ ସେ ହିସାବ ମଧ୍ୟ ଯୋଗାଣ ନିଗମ ପାଖରେ ନାହିଁ। ଏପରିକି ମାଣ୍ଡିଆ ଚାଷରେ ମହିଳାଙ୍କୁ ଗୁରୁତ୍ବ ଦିଆଯାଉଥିବା ବେଳେ କେତେ ମହିଳା ଚାଷୀ ମଣ୍ଡିରେ ପହଞ୍ଚୁଛନ୍ତି ତା’ର ହିସାବ ମଧ୍ୟ ରଖାଯାଉ ନାହିଁ।

ଆଜି ବି ରାଜ୍ୟର ଅଧିକାଂଶ ମଣ୍ଡି ଖୋଲା ଆକାଶ ତଳେ ଚାଲୁଛି। ସେଠି ମହିଳା ଚାଷୀଙ୍କ ସୁବିଧାକୁ କିଏ ଗୁରୁତ୍ବ ଦେବ ବୋଲି ପ୍ରଶ୍ନ ଉଠୁଛି। ସେହିପରି ମଣ୍ଡିମାନଙ୍କରେ ଗୋଦାମ ଘର, କଂକ୍ରିଟ୍ ଚଟାଣ, ପିଣ୍ଡି, ବିଶ୍ରାମସ୍ଥଳ, ପାନୀୟ ଜଳ ଏବଂ ଶୌଚାଳୟ ସୁବିଧା ନେଇ ଆଲୋଚନା ବେଳେ ମହିଳା ଚାଷୀଙ୍କ ଆବଶ୍ୟକତାକୁ ନେଇ ସରକାର, ଜନପ୍ରତିନିଧି କିମ୍ବା ଚାଷୀ ସଙ୍ଗଠନ କେହି ବି ଦାବି କରନ୍ତି ନାହିଁ। ବରଂ ଏହା ଅନେକଙ୍କ ପାଇଁ ଗୌଣ ଏବଂ ଉପହାସର ପ୍ରସଙ୍ଗ ହୋଇଯାଏ। ମହିଳା ଚାଷୀ ଯତନ ପ୍ରଭା ଚୌଧୁରୀଙ୍କ କହିବା ଅନୁସାରେ, ଅନ୍ୟ ଚାଷୀଙ୍କ ଭଳି ସେମାନେ ମଧ୍ୟ ଟ୍ରାକ୍ଟର ନେଇ ଆସନ୍ତି ଏବଂ ଧାନ ବିକ୍ରି ପାଇଁ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ରହନ୍ତି। ତାଙ୍କ ଭଳି ଆହୁରି କିଛି ମହିଳା ଚାଷୀ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଉଚକାପାଟ ମଣ୍ଡିକୁ ଆସନ୍ତି। ସେମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ନଥାଏ। ଉଭୟ ଖରିଫ ଏବଂ ରବିରେ ଯେ କୌଣସି ସ୍ଥିତିରେ ଅପେକ୍ଷା କରିବାକୁ ହୁଏ। ଯଦି ସରକାରଙ୍କ ପାଖରେ ପଞ୍ଜୀକୃତ ମହିଳା ଚାଷୀଙ୍କ ହିସାବ ଥାଆନ୍ତା ତେବେ ଏହି ଦିଗରେ ସେମାନେ ପଦକ୍ଷେପ ନିଅନ୍ତେ ବୋଲି ମହିଳା ଚାଷୀ ଭୂମା କହିଛନ୍ତି।

ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ମହିଳା ଚାଷୀ କେବଳ ସହଯୋଗୀ ଭାବରେ ନୁହେଁ ପ୍ରତ୍ୟକ୍ଷ ଓଜନିଆ ମେସିନରେ ଚାଷ କରନ୍ତି। ଋଣ, ବିହନ, ସାର କାରବାର କରନ୍ତି। ବିକ୍ରି ପାଇଁ ଘରେ ପୁରୁଷ ନଥିଲେ ଗାଁ ଦଲାଲଙ୍କୁ ସ୍ବଳ୍ପ ଅର୍ଥରେ ବିକ୍ରି କରିଦିଅନ୍ତି ପଛେ ମଣ୍ଡିକୁ ଯାଆନ୍ତି ନାହିଁ। ଏଥିଯୋଗୁଁ ଚାଷ କ୍ଷେତ୍ରରେ ମହିଳା ଚାଷୀଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ମଣ୍ଡିରେ ସେମାନଙ୍କ ସଂଖ୍ୟା ନଗଣ୍ୟ। ଏହାର କାରଣ ଖୋଜିବା ପାଇଁ ସରକାର କେବେ ଦୃଷ୍ଟି ଦେଇ ନାହାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।