ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ମାର୍ଚ୍ଚ ୨୧ରୁ ୨୫ ତାରିଖ ମଧ୍ୟରେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମିଟିଭ୍ ଆସେସ୍ମେଣ୍ଟ(ଏସ୍ଏ)-୨ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏକା ସମୟରେ ପରୀକ୍ଷା କରାଯିବ। ପରୀକ୍ଷାର ସୁପରିଚାଳନା ଲାଗି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ଏସ୍ଓପି ପ୍ରଦାନ କରାଯାଇଛି।
ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମରୁ ୫ମ ଶ୍ରେଣୀର ସମସ୍ତ ବିଷୟର ପ୍ରଥମ ସିଟିଂ ପରୀକ୍ଷା ସକାଳ ୭ଟାରୁ ୮ଟା ୩୦ ଏବଂ ଦ୍ବିତୀୟ ସିଟିଂ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମଧ୍ୟରେ, ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ପରୀକ୍ଷା ୨ ଘଣ୍ଟା ଅର୍ଥାତ୍ ପ୍ରଥମ ସିଟିଂ ପରୀକ୍ଷା ସକାଳ ୭ଟାରୁ ୯ଟା, ଦ୍ବିତୀୟ ସିଟିଂ ପରୀକ୍ଷା ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ କରାଯିବ। ପ୍ରଥମରୁ ୮ମ ଶ୍ରେଣୀର ଚିତ୍ରାଙ୍କନ ପରୀକ୍ଷା ୨ଘଣ୍ଟା, ୩ୟରୁ ୫ମ ଶ୍ରେଣୀର ସାମାଜିକ ପାଠ ଓ ବିଜ୍ଞାନ ବିଷୟ ପରୀକ୍ଷା ୪୫ ମିନିଟ୍ ଲେଖାଏ ହେବ ବୋଲି ବିଦ୍ୟାଳୟଗୁଡ଼ିକୁ ଜଣାଇ ଦିଆଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l