ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆପଡ଼ା/ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରେ ଥିବା ମାଓପ୍ରବଣ ଗର୍ଜନପାଣି ଗ୍ରାମରେ ଗତ ୨୨ ତାରିଖଠାରୁ ମାଓବାଦୀଙ୍କ ଧମକ ପୂର୍ଣ୍ଣ ପୋଷ୍ଟରକୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମର ବୁଦ୍ଧୁରାମ ଗୌଡ଼ ଓ ହଜାରୀ ବଚ୍ଚା ନାମକ ଦୁଇଜଣଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ସେଥିରୁ ନିବୃତ୍ତ ନ ରହିଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ୨୫ ଜଣ ମାଓବାଦୀ ଆସି ଗ୍ରାମରେ ପୋଷ୍ଟର ମାରିଥିବା ବେଳେ ଯେଉଁମାନେ ପୋଷ୍ଟର ଚିରିବେ, ସେମାନଙ୍କ ହାତଗୋଡ଼ କାଟି ଦେବାକୁ କୁଆଡ଼େ ଧମକ ଦେଇଥିଲେ। ପୋଷ୍ଟର ମରାଯିବା ଦିନଠାରୁ ବୁଦ୍ଧୁରାମ ଓ ହଜାରୀ ଗ୍ରାମଛାଡ଼ି ପଳାୟନ କରିଥିବାବେଳେ ବର୍ତ୍ତମାନ ଗ୍ରାମ ପୁରୁଷଶୂନ୍ୟ ହୋଇଛି। ଗାଁ ସ୍କୁଲରେ ତାଲା ଝୁଲୁଛି। ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।
ବୁଧବାର ଦିନ ଖଡ଼ିଆଳ ଥାନା ଗସ୍ତରେ ଆସିଥିବା ନୂଆପଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗର୍ଜନପାଣି ଗ୍ରାମବାସୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ। ପୁଲିସ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ ପୋଷ୍ଟର ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଛି ନା ଅନ୍ୟ କିଏ ମାରିଛି ତାର ତଦନ୍ତ ଚାଲିଛି। ଗର୍ଜନପାଣି ଗ୍ରାମଟି ଛତିଶଗଡ଼ ରାଜ୍ୟ ସୀମାରେ ଥିବାରୁ ଛତିଶଗଡ଼ ଏବଂ ଓଡ଼ିଶା ପୁଲିସ ପକ୍ଷରୁ ମିଳିତ କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି। ଏଥିସହ ଗ୍ରାମବାସୀଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ଏହି ଅବସରରେ ଏସ୍ପି ଶ୍ରୀ ରେଡ୍ଡୀ ଖଡ଼ିଆଳ ଥାନାରେ ପୁଲିସ ଅଧିକାରୀଙ୍କୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ସମୀକ୍ଷା ବୈଠକ କରିଥିଲେ। ବର୍ତ୍ତମାନ ଜିଲ୍ଲାରେ ମାଓବାଦୀ ସେମାନଙ୍କ ଉପସ୍ଥିତି ଜାହିର କରିଥିବା ବେଳେ ତାହା ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ ପାଇଁ ଏକ ଆହ୍ବାନ ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l