ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ସର୍ବୋଚ୍ଚ ତାପମାତ୍ରା ସୋମବାର ଦିନ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୩୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୩୭.୬, ବଲାଙ୍ଗୀରରେ ୩୭.୨, ମାଲକାନଗିରିରେ ୩୭ ଡିଗ୍ରି ଥିଲା। ଅଧିକାଂଶ ସହରରେ ୩୫ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବନି। ମାତ୍ର ଏହାପରେ ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ଆର୍ ବିଶ୍ବାସ କହିଛନ୍ତି।
ସେପଟେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ର ଆକଳନ ଅନୁଯାୟୀ ମାର୍ଚ୍ଚ ମାସରେ ଦେଶରେ ସବୁଠାରୁ ଅଧିକ ଗରମ ଅନୁଭୂତ ହେବ। ଆକଳନ ଅନୁଯାୟୀ ମାର୍ଚ୍ଚ ମାସରେ ଦେଶର ଅଳ୍ପ କିଛି ଅଞ୍ଚଳକୁ ଛାଡ଼ି ଅନ୍ୟାନ୍ୟ ଅଞ୍ଚଳରେ ଅପେକ୍ଷାକୃତ ଅଧିକ ତାତି ଅନୁଭୂତ ହେବ। ଏପ୍ରିଲ, ମେ ଓ ଜୁନ ମାସରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିବ। ସ୍କାଏମେଟ୍ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଜାରି ହୋଇଥିବା ହିଟ୍-ମ୍ୟାପ୍ ଅନୁଯାୟୀ ଉପକୂଳବର୍ତ୍ତୀ କେତେକ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ହାରାହାରି ତାପମାତ୍ରା ୩୮ରୁ ୪୦ ଡିଗ୍ରି କିମ୍ବା ଅଧିକ ରହିବାର ସମ୍ଭାବନା ରହିଛି। ଏପ୍ରିଲ ଓ ମେ’ରେ ରାଜ୍ୟର ହାରାହାରି ତାପମାତ୍ରା ୪୦ରୁ ୪୫ ଡିଗ୍ରି ମଧ୍ୟରେ ରହିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l