ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଲିଭ୍‌ ରିଡ୍‌ଲେଙ୍କ ଆଗମନରେ ନୂଆ ରେକର୍ଡ଼

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମପୁର : ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ ଗଞ୍ଜାମ ଉପକୂଳକୁ ଆଗମନ କ୍ଷେତ୍ରରେ ଏକ ନୂଆ ରେକର୍ଡ଼ କରିଛନ୍ତି। ମାତ୍ର ୪ଦିନରେ ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ମୁହାଣ ବାଲୁକା ଶଯ୍ୟାରେ ଆଜି ସକାଳ ସୁଦ୍ଧା ୫ଲକ୍ଷ ୫୭ହଜାର ୮୮୦ କଇଁଛ ଗଣଅଣ୍ଡାଦାନ କରି ସାରିଲେଣି। ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଅଣ୍ଡାଦାନ ପାଇଁ ୪ ଦିନରେ ଆସିଥିବା କଇଁଛଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି।

ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକା ଶଯ୍ୟାରେ କଇଁଛ ଅଣ୍ଡାଦାନ କରୁଛନ୍ତି। ଗତବର୍ଷ ଏହି ବାଲୁକା ଶଯ୍ୟା ଧୋଇହୋଇ ଅବକ୍ଷୟ ହୋଇ ଯାଇଥିଲା। କିନ୍ତୁ ଚଳିତ ବର୍ଷ ପୁଣିଥରେ ସେଠାରେ ସମୁଦ୍ର ବାଲି ଜମା ହୋଇ ନୂତନ ବେଳାଭୂମି ସୃଷ୍ଟି ହୋଇଛି। ଏହାକୁ ଡାଇନାମିକ୍‌ ବିଚ୍‌ କୁହାଯାଏ। ଏଠାରେ ଚଳିତ ବର୍ଷ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଚାଲିଛି। ଗତ ୨୩ତାରିଖରୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ୨୪ଘଣ୍ଟା ମଧ୍ୟରେ ପ୍ରାୟ ଦେଢ଼ଲକ୍ଷ କଇଁଛ ଋଷିକୁଲ୍ୟା ମୁହାଣରେ ଅଣ୍ଡାଦାନ କରିଥିଲେ। ପ୍ରଥମ ଦିନରେ ଏତେ ସଂଖ୍ୟକ କଇଁଛ ଅଣ୍ଡାଦାନ କରିଥିବାରୁ ଚଳିତ ବର୍ଷ ସବୁ ରେକର୍ଡ଼ ଟପିବ ବୋଲି ଅନୁମାନ କରା ଯାଉଥିଲା। ଅନୁମାନ ସତ ହେଲା। ଚଳିତ ବର୍ଷ ମାତ୍ର ୪ଦିନରେ ୫ଲକ୍ଷ ୫୭ହଜାର କଇଁଛ ଅଣ୍ଡାଦାନ କରି ସାରିଲେଣି। ଗତକାଲି ସଂଧ୍ୟାରୁ ଆଜି ସକାଳ ସୁଦ୍ଧା ୯୨ହଜାର ୫୨୩ କଇଁଛ ଅଣ୍ଡାଦାନ କରିଛନ୍ତି। ଚଳିତ ବର୍ଷ କଇଁଛମାନେ ଦିନରେ ମଧ୍ୟ ଅଣ୍ଡାଦାନ କରିଥିବା ଲକ୍ଷ୍ୟ କରାଯାଇଛି। ଯାହାକି ଏକ ଶୁଭଙ୍କର ଖବର ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ଋଷିକୁଲ୍ୟା ମୁହାଣ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଥିବାରୁ ସେମାନେ ଦିନ ସମୟରେ ମଧ୍ୟ ଅଣ୍ଡାଦାନ କରୁଛନ୍ତି।

ଗତବର୍ଷ ୮ଦିନରେ ୫ଲକ୍ଷ ୫୦ହଜାର ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିଥିଲେ। ଚଳିତ ବର୍ଷ ଏହି ରେକର୍ଡ଼ ଭାଙ୍ଗିଛି। ତେବେ ଚଳିତ ବର୍ଷ କଇଁଛଙ୍କ ସଂଖ୍ୟା ୬ଲକ୍ଷ ଛୁଇଁବ ବୋଲି ଆଶା କରାଯାଉଛି। ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକଙ୍କ ନେତୃତ୍ବରେ ଅଣ୍ଡାଦାନସ୍ଥଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କୁ ଅଣ୍ଡାଦାନସ୍ଥଳକୁ ଯିବା ପାଇଁ ବାରଣ କରାଯାଇଛି। ଅଣ୍ଡାଦାନର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିବେ। ସେତିକି ଦିନ ପର୍ଯ୍ୟନ୍ତ ଋଷିକୁଲ୍ୟା ମୁହାଣରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ ବୋଲି ସୂଚନା ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।