ଅପରାଧ ରାଜ୍ୟ

ଦାମୀ କଂପାନିର ଖୋଳରେ ନକଲି ଔଷଧ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : କଟକରେ ପୁଣି ନକଲି ‘ଓ-୨ ଔଷଧ ଜବତ ହୋଇଛି। ସେହି ପୁରୁଣା ଢଙ୍ଗରେ ନାମୀ କମ୍ପାନିର ଔଷଧ ଖୋଳରେ ନକଲି ଔଷଧ ବିକ୍ରି କରାଯିବା ଘଟଣା ଧରା ପଡିଛି। ବଜାରରେ କେତେକ ସ୍ଥାନରେ ବିକ୍ରି ହେଉଥିବା ‘ଓ-୨ ଔଷଧ କମ୍ପାନିର ନୁହେଁ ବୋଲି କମ୍ପାନି ପକ୍ଷରୁ ରାଜ୍ୟ ଡ୍ରଗ୍ସ କଂଟ୍ରୋଲରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିଲା। ଆଜି ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ କଟକର ଚୌଧୁରୀବଜାର ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ଉପରେ ଚଢଉ କରାଯାଇଥିଲା। ସେଠାରେ ଥିବା ଅଢେଇ ଲକ୍ଷ ଟଙ୍କାର ନକଲି ‘ଓ-୨ ଔଷଧକୁ ଜବତ୍‌ କରାଯାଇଛି। ଚଢଉ ସମୟରେ ସଂସ୍ଥାର ବିଜୟ ଅଗ୍ରୱାଲଙ୍କୁ ଗିରଫ କରି ପୁରୀଘାଟ ପୁଲିସକୁ ହସ୍ତାନ୍ତର କରାଯାଇଛି। ବିଜୟଙ୍କ ସ୍ତ୍ରୀଙ୍କ ନାମରେ ଦୋକାନ ରହିଥିବା ଜଣାପଡିଛି। ପୂର୍ବରୁ ଏହି ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଔଷଧ ଜବତ୍‌ କରାଯାଇ ଏସ୍‌ଡିଜେମ୍‌ଙ୍କ ଅଦାଲତରେ ଡ୍ରଗ୍ସ ବିଭାଗ ପକ୍ଷରୁ ମାମଲା ଦିଆଯାଇଥିଲା। ତେବେ ଆଜି ପୁଣି ସେଠାରେ ଚଢଉ କରାଯାଇ ବାକି ଥିବା ଔଷଧକୁ ଜବତ୍‌ କରାଯାଇଛି।

ସ୍ପେଶାଲ ଟାସ୍କ୍‌ ଫୋର୍ସ ଟିମ୍‌ ଲିଡର ଦୋଳମଣି ପଟେଲଙ୍କ ନେତୃତ୍ବରେ କଟକ ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲର ଧର୍ମଦେବ ପୁହାଣ, ଡ୍ରଗ୍ସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ, ହରପ୍ରିୟା ମଲ୍ଲିକ ପ୍ରମୁଖ ଚୌଧୁରୀବଜାରସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟରସ୍‌ଙ୍କ ଗୋଦାମରେ ଚଢଉ କରିଥିଲେ। ପୂର୍ବରୁ ତାଙ୍କଠାରୁ ନକଲି ଓ-ଟୁ ଔଷଧ ଜବତ କରାଯାଇଥିବା ବେଳେ ସେ କାହାକୁ ଏହି ଔଷଧ ଦେଇଥିଲେ ତାହାକୁ ନେଇ ଛାନଭିନ୍ ଆରମ୍ଭ ହୋଇଥିଲା। ଯେଉଁ ସଂସ୍ଥା ଔଷଧ ନେଇଥିବେ ସେମାନଙ୍କୁ ଫେରାଇ ଦେବାକୁ କୁହାଯାଇଥିଲା। ଫଳରେ ଆଜିର ଚଢଉରୁ ମୋଟ ଅଢେଇ ଲକ୍ଷର ‘ଓ-୨ ବଟିକା ଜବତ୍‌ ହୋଇଛି। ତେବେ ବଜାରରେ ଯେତିକି ଔଷଧ ଥିଲା ତାକୁ ଫେରସ୍ତ ଅଣାଯାଇଥିବା ସ୍ପେଶାଲ ଟାସ୍କ୍‌ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି। ଔଷଧ ସବୁକୁ ଡ୍ରଗ୍ସ କଂଟ୍ରୋଲ ବିଭାଗ ଜବତ୍‌ କରିଥିବା ବେଳେ ଗିରଫ ବିଜୟ ଅଗ୍ରୱାଲଙ୍କୁ ପୁଲିସକୁ ହସ୍ତାନ୍ତର କରିବା ସହ ନମୁନା ପରୀକ୍ଷା ପାଇଁ ଷ୍ଟେଟ୍‌ ଲାବ୍ରୋଟୋରୀକୁ ପଠାଯାଇଛି। ଏହା ପୂର୍ବରୁ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦, କୋଭିଡ୍‌ର ‌କେତେକ ନକଲି ଔଷଧ ଜବତ ହୋଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।